ପାରାଦ୍ଵୀପ, 09/07/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :

ପାରାଦ୍ଵୀପ ସ୍ଥିତ ଆଦାନୀ ୱେଲମାର କମ୍ପାନୀ ପରିସରରେ ଶ୍ରମିକ ମୃତ୍ୟୁକୁ ନେଇ ଚାପା ଉତେଜନା।ଆଦାନୀ ୱେଲମାର କମ୍ପାନୀରେ ଦୀର୍ଘ ବର୍ଷ ଧରି ନୂଆଗଡ଼ ପଞ୍ଚାୟତ ବାଲିଡିଆ ଗ୍ରାମର ସ୍ୱଗତ ନିମାଇଁ ବେଉରାଙ୍କ ପୁଅ ପ୍ରସନ୍ନ ବେଉରା କାର୍ଯ୍ୟକାରୀ ଆସୁଥିବା ବେଳେ ଗତକାଲି କମ୍ପାନୀ ପରିସରରେ ତାଙ୍କର ମୃତ୍ୟୁ ହେଇଥିଲା।ତେବେ ଘରକୁ ନ ଫେରିବାରୁ ପରିବାର ଲୋକେ ମୃତ ପ୍ରସନ୍ନଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିଥିଲେ ମଧ୍ୟ ଯୋଗାଯୋଗ ବିଛିନ୍ ହୋଇଥିଲା।ମୃତ ପ୍ରସନ୍ନ ବେଉରାଙ୍କ ଧର୍ମ ପତ୍ନୀ ପୂଜାଲିନି ବେଉରା ଓ ପରିବାର ଲୋକଙ୍କ ମନରେ ସନ୍ଧେହ ଉପୁଜିବାରୁ ସେମାନେ କମ୍ପାନୀରେ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ଯ ଆଦାନୀ ୱେଲମାର କମ୍ପାନୀର ସୁରକ୍ଷା କର୍ମୀ ଓ କମ୍ପାନୀ କତୃପକ୍ଷ ତାଙ୍କୁ ସହଯୋଗ କରିନଥିବା ବେଳେ ମୃତ ପ୍ରସନ୍ନ ବେଉରାଙ୍କ ପରିବାର ପକ୍ଷରୁ ମାଆ ଯଶୋଦା ବେଉରା ସ୍ଥାନୀୟ ପାରାଦ୍ଵୀପ ଆଦର୍ଶ ଥାନାର ଦ୍ୱାରସ୍ଥ ହୋଇ ଏକ ଲିଖିତ ଅଭିଯୋଗ କରିଥିଲେ।ଯଶୋଦାଙ୍କ ଅଭିଯୋଗ ଆଧାରରେ ପାରାଦ୍ଵୀପ ଆଦର୍ଶ ପୋଲିସ,ପାରାଦ୍ଵୀପ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଓ ପାରାଦ୍ଵୀପ ଅତିରିକ୍ତ ଘଟଣା ସ୍ଥଳରେ ପହଞ୍ଚି ପ୍ରସନ୍ନଙ୍କ ମୃତ ଦେହକୁ ଠାବ କରିବା ସହ ଲୋକଙ୍କୁ ବୁଝାସୁଝା କରିଥିଲେ।ପରେ ମୃତ ପ୍ରସନ୍ନ ବେଉରାଙ୍କ ପରିବାରକୁ ୧୫ଲକ୍ଷ ସହିତ ମାସିକ ୭ହଜାର ଟଙ୍କା ଓ ପ୍ରସନ୍ ବେଉରାଙ୍କ ପତ୍ନୀ ପୂଜାଲିନୀ ବେଉରାଙ୍କୁ କମ୍ପାନୀରେ ନିଯୁକ୍ତି ପ୍ରତିଶୃତି ଦେବାରୁ ଘଟଣା ସ୍ଥଳରୁ ଧାରଣା ପ୍ରତ୍ୟାହାର ହୋଇଥିଲା।ତେବେ କମ୍ପାନୀ ପରିସରରେ କିପରି ପ୍ରସନ୍ନ ମୃତ୍ୟୁ ବରଣ କଲେ ସନ୍ଦେହ ସୃଷ୍ଟି ହୋଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି।ଶବ ବେବଛେଦ ରିପୋର୍ଟ ପରେ ସତ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।

