ଜଗତସିଂହପୁର, 09/07/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁରରୁ ରୀତା ସାହୁ ) :
ସମବାୟ ହେଉଛି ବିଭିନ୍ନ ପ୍ରକାର ଚାଷୀ ମାନଙ୍କର ଆର୍ଥିକ ସ୍ବାର୍ଥ ସୁରକ୍ଷା ସହ କୃଷି କ୍ଷେତ୍ରର ଉନ୍ନତି ପାଇଁ ପ୍ରକୋଷ୍ଠ କ୍ଷେତ୍ର । ସଂପ୍ରତ୍ତି ସମବାୟ କ୍ଷେତ୍ର ଯେଉଁଭଳି ଭାବେ ଦୁର୍ଦ୍ଦିନ ଅବସ୍ଥାରେ ରହିଛି ସେଥିରେ ସୁଧାର ଆଣିବା ପାଇଁ ଏବଂ ଚା଼ଷୀ ମାନଙ୍କ ଅଧିକାର ବ୍ଯାପକ କରିବା ପାଇଁ ଆଜି ଜଗତସିଂହପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଟାଉନ ହଲ ସ୍ଥିତ ନିମାଇଁ ଭବନ ଠାରେ ଜିଲ୍ଲା ସ୍ତରୀୟ ସମବାୟବିତ୍ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜଗତସିଂହପୁର ଜିଲ୍ଲା କଂଗ୍ରେସ କମିଟି ସଭାପତି ଦେବ ପ୍ରସାଦ ନାୟକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ବୈଠକରେ ଓଡିଶା ପ୍ରଦେଶ କଂଗ୍ରେସ ସମବାୟ ବିଭାଗ ତଥା ଏଆଇସିସି କିଷାନ କଂଗ୍ରେସ ପ୍ରକୋଷ୍ଠ ର ରାଷ୍ଟ୍ରୀୟ
ସଂଯୋଜକ ଅମିୟ କୁମାର ପଟ୍ଟନାୟକ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଥିଲେ ।

ପରେ ଏକ ସମ୍ବାଦିକ ସମ୍ମିଳନୀ ମାଧ୍ଯମରେ ସରକାର ଏବଂ ଜିଲ୍ଲା ପ୍ରଶାସନ ସମ୍ମୁଖରେ କେତେ ଗୁଡିଏ ଦାବି ଯଥା ଚାଷୀ ମାନଙ୍କ ଆବଶ୍ଯକତା ଓ ଦାବି ମୁତାବକ ସାର , ବିହନ ଏବଂ ଚାରା ଯୋଗାଣ କରିବା , ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ସମୟ ସୀମା ଜୁଲାଇ ୩୧ ପରିବର୍ତ୍ତେ ଅଗଷ୍ଟ ୧୫ ପର୍ଯ୍ଯନ୍ତ ବର୍ଦ୍ଧିତ କରିବା , ପ୍ରତି ପଞ୍ଚାୟତ କୁ ଫସଲ ବୀମା ୟୁନିଟ କରିବା ପରିବର୍ତ୍ତେ ପ୍ରତିଟି ରାଜସ୍ବ ଗ୍ରାମ କୁ ଏକ ୟୁନିଟ ଭାବେ ଘୋଷଣା କରିବା , ଜିଲ୍ଲା ର ସମସ୍ତ ନିର୍ବାଚନ ମଣ୍ଡଳୀ ରେ ସମବାୟ ଅଧିନରେ ସରକାର ଙ୍କ ଦ୍ବାରା ପରିଚାଳିତ ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବା ସହ ରଘୁନାଥପୁର ଠାରେ ଅଚଳ ହୋଇ ପଡିଥିବା ଜିଲ୍ଲା ର ଏକମାତ୍ର ଗୋପବନ୍ଧୁ ଶୀତଳ ଭଣ୍ଡାର ର ପୁନଃଉଦ୍ଧାର କରିବା , ସମବାୟ ସଦସ୍ଯତା ଗ୍ରହଣ କରିବା ବାଧ୍ଯତମୂଳକ ଭାବେ ଦାଖଲ ହେଉଥିବା ୫୦୦ ଟଙ୍କା ନିୟମକୁ ଉଚ୍ଛେଦ କରିବା , ସମବାୟ ସମିତି ର ପ୍ରତ୍ଯେକ ଟି ଅଂଶୀଦାର ମାନଙ୍କୁ ଭୋଟର ଭାବେ ମାନ୍ଯତା ଦେବା , ଜିଲ୍ଲା ରେ ଭଗ୍ନା ଅବସ୍ଥାରେ ଥିବା ଅଧିକାଶଂ ସମବାୟ ସମିତି ଗୃହକୁ ତୁରନ୍ତ ପୁନଃନିର୍ମାଣ କରିବା , ୧୯୮ ଟି ପଞ୍ଚାୟତ ରେ ଆଧୁନିକ ନୂତନ ସମବାୟ ଗୃହର ପ୍ରତିଷ୍ଠା କରିବା ସହ ଆବଶ୍ଯକ ସଂଖ୍ଯକ କର୍ମଚାରୀ ନିଯୁକ୍ତି କରିବା , ଧାନ ମଣ୍ଡିରେ ମାତ୍ରାଧିକ କଟନି ଛଟନି ବନ୍ଦ କରିବା , ଯଥା ସମୟରେ ଚାଷୀ ମାନଙ୍କୁ ଟୋକନ ପ୍ରଦାନ କରିବା , ଜିଲ୍ଲାରେ ମଣ୍ଡି ଗୁଡିକ ପାଇଁ ଆବଶ୍ଯକ ସଂଖ୍ଯକ ମିଲର ନିଯୁକ୍ତ କରିବା , ଜିଲ୍ଲା ରେ ଅଧିକାଶଂ ସମବାୟ ସମିତି ରେ ଖାଲି ପଡିଥିବା ପଦବୀ ରେ କର୍ମଚାରୀ ମାନଙ୍କୁ ନିଯୁକ୍ତି କରିବା , ସମବାୟ ସଂସ୍ଥା ଗୁଡିକ ରେ ରହୁଥିବା ଡାଟା ଏଣ୍ଟ୍ରି ଅପରେଟର ମାନଙ୍କୁ ପ୍ରିଯା ପ୍ରିତୀ ତୋଷଣ ରୁ ଦୂରରେ ରହି ଯୋଗ୍ଯତା ଭିତ୍ତିରେ ରଖାଯାଉ ବୋଲି ଦାବି ଉପସ୍ଥାପନା କରିଥିଲେ ।

ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ , ଜିଲ୍ଲା କଂଗ୍ରେସ ମୁଖପାତ୍ର
ଅଭିଜତ ସାହୁ , ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରିତମ ପରିଜା , ବରିଷ୍ଠ ସମବାୟବିତ ଲକ୍ଷ୍ମୀ ନାରାୟଣ ସାମନ୍ତ ରାୟ , ଭଗବାନ ବିଶ୍ବାଳ , ସ୍ବପ୍ନାରାଣୀ ଦାସ , ପୂର୍ଣ୍ଣ ଚନ୍ଦ୍ର ପରିଡା ,
ଜିଲ୍ଲା କଂଗ୍ରେସ କମିଟି ଉପ ସଭାପତି ଅଶ୍ବିନୀ ସ୍ବାଇଁ , ସମ୍ପାଦକ ଧନଞ୍ଜୟ ସୂତାର , ପ୍ରହ୍ଲାଦ ବିଶ୍ବାଳ , ବିମଳ କୁମାର ସେଠୀ , ବୃନ୍ଦାବନ ପ୍ରଧାନ ,
ଜଗତସିଂହପୁର ନଗର କଂଗ୍ରେସ ସଭାପତି ପ୍ରଶାନ୍ତ ମହାପାତ୍ର , ବାଲିକୁଦା ବ୍ଲକ କଂଗ୍ରେସ ସଭାପତି ମହନି ଚରଣ ରାଉତ , ନାଉଗାଁ ବ୍ଲକ କଂଗ୍ରେସ ସଭାପଚି ବିଚିତ୍ରା ନନ୍ଦ ଲେଙ୍କା , ରଘୁନାଥପୁର ବ୍ଲକ କଂଗ୍ରେସ ସଭାପତି ଆର୍ତ୍ତତ୍ରାଣ ପଣ୍ଡା , କୁଜଙ୍ଗ ବ୍ଲକ କଂଗ୍ରେସ ସଭାପତି ଶ୍ରୀକାନ୍ତ ଦାସ , ବିରିଡି ବ୍ଲକ କଂଗ୍ରେସ ସଭାପତି ପ୍ରିୟବ୍ରତ ମିଶ୍ର , ଜଗତସିଂହପୁର ବ୍ଲକ କଂଗ୍ରେସ ସଭାପତି ଜ୍ଞାନ ରଞ୍ଜନ ପୃଷ୍ଟି , ଓ ଅନେକ ସମବାୟ ବିତ ଯୋଗଦାନ କରିଥିଲେ ।