ଏରସମା, 10/07/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :

ଏରସମା ବ୍ଲକ କୁଞ୍ଜକୋଠି ସ୍ଥିତ କନାଗୁଳି ଖେଳ ପଡ଼ିଆଠାରେ ସ୍ଥାନୀୟ ଅଗ୍ରଣୀ ଅନୁଷ୍ଠାନ ଯୁଗଜ୍ୟୋତି ପାଠାଗାର ଆନୁକୂଲ୍ୟରେ ଦୀର୍ଘ ୩ ବର୍ଷ ଧରି ଆୟୋଜିତ ହୋଇଆସୁଥିବା ପଞ୍ଚାୟତ ସ୍ତରୀୟ ତୃତୀୟ ବାର୍ଷିକ ରଜ ମହୋତ୍ସବ ଅତ୍ୟନ୍ତ ଆନନ୍ଦ ଉଲ୍ଲାସ ସହକାରେ ଉଦଯାପିତ ହୋଇଯାଇଛି। ଚାରି ଦିନ ଧରି ଚାଲିଥିବା ଏହି ଭବ୍ୟ ମହୋତ୍ସବରେ ଓଡ଼ିଶାର ପାରମ୍ପରିକ ସଂସ୍କୃତି ଓ ରଜ ପର୍ବର ଝଲକ ଦେଖିବାକୁ ମିଳିଥିଲା।
ଏହି ମହୋତ୍ସବ ରେ ପାଠାଗାରର ସଭାପତି ମିହିର ନାୟକ ଓ ସମ୍ପାଦକ ଆଲୋକ ନାୟକଙ୍କ ନେତୃତ୍ୱରେ ପାଠାଗାର ଅନ୍ୟ କାର୍ଯ୍ୟକର୍ତା ଏବଂ ପରାମର୍ଶ ଦାତା ଡାକ୍ତର କମଳାକାନ୍ତ ନାୟକ ଓ ରଜ ମହୋତ୍ସବ କମିଟି ର ମୁଖ୍ୟ ଉପଦେଷ୍ଟା ନରେଶ କୁମାର ଜେନାଙ୍କ ସହ ଅମଲ ସାସମଲ , ରମାକାନ୍ତ ନାୟକ, କ୍ଷୀରୋଦ ପରିଡ଼ା, ଧୀରେନ୍ଦ୍ର ପାଳ, ,ଦୀପକ ନାୟକ, ପ୍ରଦୀପ୍ତ ମିଶ୍ରଓ ପଞ୍ଚାୟତ ର ସମସ୍ତ ବୁଦ୍ଧିଜୀବୀ ସହଯୋଗ କରିଥିଲେ,ପାଠାଗାର ର ଅନ୍ୟ ସଦସ୍ୟ ମାନଙ୍କ ଭିତରେ ଉପସଭାପତି ତୁଷାର ମଲ୍ଲ , ସହ ସମ୍ପାଦକ ହୃଷିକେଶ ଦାସ,,କୋଷାଦକ୍ଷ ପ୍ରଶାନ୍ତ ସ୍ବାଇଁ ଓ ପ୍ରଶାନ୍ତ ନାୟକ ଏବଂ ମୁନା ସ୍ବାଇଁ,ବାବୁନା ସ୍ବାଇଁ,ବାପିନା ରାଉତ,ସଂଗ୍ରାମ ପଲେଇ ଙ୍କ ସହ ସମସ୍ତ ସଦସ୍ୟ ଙ୍କ କଠିନ ପରିଶ୍ରମ ରେ ଏହି ୪ ଦିନିଆ ରଜ ମହୋତ୍ସବ ପୂର୍ଣ୍ଣାଙ୍ଗ ହୋଇପାରିଛି । ପାଠାଗାର ର ସହ ସଂପାଦକ ହୃଷିକେଶ ଦାସ ଚାରି ଦିନ ଧରି ମଞ୍ଚ ପରିଚାଳନା କରିଥିଲେ।ଏହି ମହୋତ୍ସବରେ ମୁଖ୍ୟ ଅତିଥ୍ ଭାବେ ଜଗତସିଂପୁର ସାଂସଦ ଡାକ୍ଟର ବିଭୂପ୍ରସାଦ ତରେଇ,ଏରସମା ବାଲିକୁଦା ବିଧାୟକ ସାରଦା ପ୍ରସନ୍ନ ଜେନା ଓ ପାର୍ଥସାରଥୀ ରାଉତ ଯୋଗଦାନ କରିଥିଲେ ! ଏହା ସହିତ ଓଡ଼ିଶାର କୋଣ ଅନୁକୋଣ ରୁ ଓଡ଼ିଶୀ , ଢେମଶା, ଗୋଟିପୁଅ, ସମ୍ବଲପୁରୀ , ଆଦିବାସୀ ନୃତ୍ୟ, ଘୁମୁରା ଭଳି ବହୁ ପ୍ରତିଭା ମାନେ ସେମାନେ ଓଡ଼ିଶାର ସଂସ୍କୃତି ଓ ପରମ୍ପରା ର ନିଖୁଣ ଚିତ୍ର ଆମମାନଙ୍କ ପାଇଁ ଗୀତ ଓ ଅଭିନୟ ମାଧ୍ୟମରେ ଦେଖାଇଥିଲେ,ଏହାସହିତ ଆମ ମାନଙ୍କର ସଂଧ୍ୟା କୁ ଚାର ଚାନ୍ଦ ଲଗାଇବା ପାଇଁ ଓଲିଉଡ଼ ର ସୁନାମ ଧନ୍ୟ ସଂଗୀତକାର ତାନସେନ ସିଂ,ଜୀ ସାର୍ଥକ ସିରିୟଲ ହିରୋଇନ ଅର୍ଚନା,କଟକ ର ଅରିୟାନ ଅର୍କେଷ୍ଟା ରେ ଷ୍ଟାର ସିଙ୍ଗର ସାଗର ଦାଶ ଙ୍କ ଭଳି ପ୍ରତିଭା ଓ ଆମ ଅଞ୍ଚଳର ଲୁକାୟିତ ପ୍ରତିଭା ମାନଙ୍କୁ ନେଇ ଭିଭିନ୍ନ ପ୍ରତିଯୋଗିତା କରାଯାଇଥିଲା,ସର୍ବଶେଷରେ ମିନା ବଜାର,ମିକିମାଉସ,ଟେଡି ଟ୍ରେନ ଭଳି କାର୍ଯ୍ୟକ୍ରମ ରେ ହଜାର ହଜାର ଲୋକ ମାନଙ୍କର ସମାଗମ କୁ ଆହୁରି ପ୍ରେରଣା ଦେଇଥୁଲା, ଗ୍ରାମାଞ୍ଚଳରେ ଏହି ଭଳି କାର୍ଯ୍ୟକ୍ରମ କରିଥିବାରୁ ବହୁ ବୁଦ୍ଧିଜୀବୀ ଓ ଅଞ୍ଚଳର ବାସିନ୍ଧା ଯୁଗଜ୍ୟୋତି ପାଠାଗାର ଓ ରଜ ମହୋତ୍ସବ କମିଟି ର ସମସ୍ତ ସଦସ୍ୟ ଙ୍କୁ ଧନ୍ୟବାଦ ଜଣାଇବା ସହ ଏହି ଅନୁଷ୍ଠାନ ଟି କିପରି ଆମ ଅଞ୍ଚଳପାଇଁ ଏକ ଆଦର୍ଶ ହୋଇ ଦୀର୍ଘଜୀବୀ ହେବ ତାହା ହିଁ ସମସ୍ତଙ୍କ କାମନା କରିଛନ୍ତି ।