ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ରାୟଗଡା ଡାକ ମଣ୍ଡଳର ଶାଖା ଡାକପାଳ ମାନଙ୍କ ସହିତ ପି ଏମ୍ ଜି ବ୍ରହ୍ମପୁର ରିଜିଅନଙ୍କର ସମୀକ୍ଷା ବୈଠକ

ରାୟଗଡ଼ା, 10/07/2026, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
ରାୟଗଡା ଡ଼ାକମଣ୍ଡଳ ତରଫରୁ ଆଜି ଶାଖା ଡାକପାଳ ମାନଙ୍କ ସହିତ ଏକ ସମୀକ୍ଷା ବୈଠକ କନଫରେନ୍ସ ହଲ୍ ୱାଟର ସେଡ୍ ରାୟଗଡାଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ କର୍ଣ୍ଣେଲ୍ ଶ୍ରୀମାନ ବିନୋଦ କୁମାର ପି ଏମ୍ ଜି ବ୍ରହ୍ମପୁର ଡାକ ପରିମଣ୍ଡଳ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ । ଏହି ବୈଠକରେ ବିଭିନ୍ନ ଫାଇନାନ୍ସିଆଲ୍ ସର୍ଭିସ୍, ବ୍ୟାଙ୍କିଙ୍ଗ ସେବା ଓ ମେଲ୍ ସେବା ଆଦି ବିଷୟରେ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା। ଏହି ବୈଠକରେ ଡାକ ଅଧୀକ୍ଷକ ଶ୍ରୀ ଦୁର୍ଯ୍ୟୋଧନ ବାରିକ, ସହାୟକ ଡାକ ଅଧୀକ୍ଷକ ଶ୍ରୀ ଭରତ ଜାଲି, ବିଷମ କଟକ ସବ୍ ଡ଼ିଭିଜନ ଡାକ ନିରୀକ୍ଷକ ଶ୍ରୀ ନରେନ୍ଦ୍ର କୁମାର ଗୋଛି, ରାୟଗଡା ସବ୍ ଡ଼ିଭିଜନ ଡାକ ନିରୀକ୍ଷକ ଶ୍ରୀ କିଶୋର ନାୟକ ଏବଂ ୨୦ ଗୋଟି ଶାଖା ଡାକ ଘରର ଶାଖା ଡାକପାଳ ତଥା ଅନ୍ୟାନ୍ୟ ପଦାଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ଡାକ ବିଭାଗ ର ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରିବା ସହ ବିଭିନ୍ନ ଡାକ ଘରକୁ ଟାରର୍ଗେଟ୍ ଦିଆ ଯାଇଥିଲା ଯାହା ଦୁଇ ମାସ ଭିତରେ ସମ୍ପନ୍ନ କରିବାକୁ ନିଷ୍ପତ୍ତି ନିଆ ଯାଇଥିଲା।
Article Image
ଏହି ଡାକ ସମୀକ୍ଷା ବୈଠକରେ ବିଭାଗର ବିଭିନ୍ନ କାର୍ଯ୍ୟକଳାପ ଯଥା ସ୍ପିଡ୍ ପୋଷ୍ଟ, ପାର୍ସେଲ, ଆଧାର ସେବା, ଡାଇରେକ୍ଟ ପୋଷ୍ଟ, ମିଡିଆ ପୋଷ୍ଟ, ଇ ପୋଷ୍ଟ, ଗ୍ରାହକ ସେବା, ରାଜସ୍ୱ ସଂଗ୍ରହ ଏବଂ ଲକ୍ଷ୍ୟ ପୂରଣର ଅଗ୍ରଗତି ସମୀକ୍ଷା କରାଯାଇଥିଲା। ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଧାରିତ ଲକ୍ଷ୍ୟ ସମୟ ମଧ୍ୟରେ ପୂରଣ କରିବା, ସେବାର ଗୁଣବତ୍ତା ବୃଦ୍ଧି କରିବା ଏବଂ ଗ୍ରାହକମାନଙ୍କୁ ଉତ୍ତମ ସେବା ପ୍ରଦାନ କରିବା ପାଇଁ ଆବଶ୍ୟକ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା।
4