ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବାଘୂଆ ଜଳସେଚନ ପ୍ରକଳ୍ପର ଖରିଫ ଜଳସେଚନ ପରିଚାଳନା ନିମନ୍ତେ ସାଧାରଣ ଅଧିବେଶନ

ବୁଗୁଡ଼ା, 10/07/2026, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ):
Article Image
ବାଘୂଆ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ପତ୍ରାଙ୍କ ନଂ ୨୦୩ ତା୪-୭-୨୬ରିଖ ପ୍ରକାରେ ବାଘୂଆ ଜଳସେଚନ ପ୍ରକଳ୍ପର ଖରିଫ ଜଳସେଚନ ପରିଚାଳନା ନିମନ୍ତେ ଶୁକ୍ରବାର ଦିନ ବୁଗୁଡ଼ାସ୍ଥିତ ଜଳସେଚନ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏକ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବାଘୂଆ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ବିଶ୍ବଜୀବନ ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ସର୍ବ ପ୍ରଥମେ ସଭାପତି ତଥା ସହକାରୀ ନିର୍ବାହୀ ଯନ୍ତ୍ରୀ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ଆସନ୍ତା ଖରିଫ ଊତୁ ପାଇଁ ପର୍ଯ୍ୟାୟ କ୍ରମେ ଜଳର ସୁଷମ ବଣ୍ଟନ ନେଇ ବିସ୍ତୃତ ଆଲୋଚନା କରିଥିଲେ । ବର୍ତ୍ତମାନ ଜଳଭଣ୍ଡାରରେ ଶତକଡା ୬୭.୬୫ ଯାହାକି ୨୦୯୭.୨୫ ହେକ୍ଟର ମିଟର ଜଳ ଗଛିତ ଅଛି ଏବଂ ଜଳସେଚନ ସୁପରିଚାଳନା ପାଇଁ ସେ ସମସ୍ତ ଚାଷୀମାନଙ୍କର ସହଯୋଗ କାମନା କରିଥିଲେ। ଏହି ସଭାରେ ବୁଗୁଡ଼ା ସହ ଉଦ୍ୟାନ କୃଷି ଅଧିକାରୀ ଏମ.ଦେବାଶିଷ ଦୋରା ,କୃଷି ବିଭାଗର ଅଶୋକ କୁମାର ସେଠୀ , ପୋଲସରା ବ୍ଲକର କୃଷି ଅଧିକାରୀ ରାଜଲକ୍ଷ୍ମୀ ପାଢୀ , ଆସିକା ଚିନି ଶିଳ୍ପ ଅଧିକାରୀ ପ୍ରମୁଖ ଯୋଗ ଦେଇ ଧାନ ତଳିର ଯତ୍ନ ଓ ରୋଗ ପୋକର ପ୍ରତିକାର ପାଇଁ ପଦକ୍ଷେପ ନେବା ସକାଶେ ପରାମର୍ଶ ଦେବା ସହ ବିଭିନ୍ନ ଚାଷୀ ହିତକର ଯୋଜନା ସଂପର୍କରେ ବିସ୍ତ୍ରୁତ ଆଲୋକପାତ କରିଥିଲେ। ସଭା ଶେଷରେ ସର୍ବ ସମ୍ମତି କ୍ରମେ ବାଘୂଆ ଜଳଭଣ୍ଡାରରେ ଗଛିତ ଥିବା ବ୍ୟବହାର ଯୋଗ୍ୟ ୨୦୯୭.୨୫ ହେକ୍ଟର ମିଟର ଜଳର ଅବସ୍ଥିତିକୁ ଲକ୍ଷ୍ୟ ରଖି ଆଗାମୀ ଖରିଫ ଋତୁରେ ତା୨୮-୦୭-୨୬ରିଖ ଠାରୁ ବାମ ଓ ଡାହାଣ ଉଭୟ କେନାଲ ଦ୍ବାରା ଜଳସେଚନ ପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା। ସଭା କାର୍ଯ୍ୟ ପରିଚାଳନା ସକାଶେ ଅନ୍ୟତମ ସହକାରୀ ଯନ୍ତ୍ରୀ ଇଂ ପୂର୍ଣ୍ଣଚନ୍ଦ୍ର ପୁରୋହିତ ସହଯୋଗ କରିବା ସହିତ ସ୍ବାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ। ବୈଠକରେ ବିଭିନ୍ନ ପାଣି ପଞ୍ଚାୟତର ଚାଷୀମାନେ ଉପସ୍ଥିତ ଥାଇ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।
5