ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସାର ଉପରେ ଇଂପୁଟ୍ ସବ୍ସିଡି ବୃଦ୍ଧି ଏବଂ ଖରିଫ ଫସଲର ନ୍ୟୁନତମ ସହାୟକ ମୂଲ୍ୟ ବୃଦ୍ଧି ଦାବି ।

ଢେଙ୍କାନାଳ, 11/07/2026, ଉତ୍କଳ voice news - utkalvoicenews.com( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :
Article Image
(୧୦/୦୭ )ମଧ୍ୟ ପ୍ରାଚ୍ୟରେ ଯୁଦ୍ଧର ପରିଣାମ ସଦୃଶ ଦେଶରେ ରାସାୟନିକ ସାର ଡିଏପି, ୟୁରିଆ ଏବଂ ପଟାସ୍ ସାରର ଘୋର ଅଭାବ ପରିଲକ୍ଷିତ ହୋଇଛି । ସେଠାରୁ ସାର ଆମଦାନୀ ବନ୍ଦ ହୋଇଯିବା ସହିତ, ସେଠାରୁ ଆସୁଥିବା ଏଲ୍.ଏନ୍.ଜି. ଗ୍ୟାସ୍ ଆମଦାନୀ ମଧ୍ୟ ବନ୍ଦ ହୋଇଯିବା ଫଳରେ ଏହି ଗ୍ୟାସ୍ ରୁ ଦେଶରେ ଥିବା ସାର କାରଖାନାରେ ପ୍ରସ୍ତୁତ ହେଉଥିବା ସାର ଉତ୍ପାଦନ ମଧ୍ୟ ବନ୍ଦ ରହିଥିଲା । ସାର ଅଭାବ ଯୋଗୁଁ ଖୋଲା ବଜାରରେ ସାରର ମୂଲ୍ୟ ୬୦-୭୦% ବୃଦ୍ଧି ପାଇଛି । ତେଣୁ ଚାଷୀମାନେ ଖରିଫ ଧାନ ଏବଂ ଅନ୍ୟ ଫସଲ ଚାଷ ନିମନ୍ତେ ଅଧିକ ମୂଲ୍ୟ ଦେଇ ସାର କିଣି ଜମିରେ ପ୍ରୟୋଗ କରି ସାରିଲେଣି । ଆଗକୁ ଆହୁରି ୨-୩ ଥର ସାର ପ୍ରୟୋଗ କରି ଚାଷୀ ଅନେକ ଅର୍ଥ ଖର୍ଚ୍ଚ କରିବେ । ଏହା ସହିତ କୀଟ ନାଶକ ଔଷଧର ମଧ୍ୟ ମୂଲ୍ୟ ବୃଦ୍ଧି ଘଟିଛି , କାରଣ ଅଧିକାଂଶ ଔଷଧ ଅଶୋଧିତ ତୈଳରୁ ପ୍ରସ୍ତୁତ ହୋଇଥାଏ ଯାହାର ଵଜାର ମୂଲ୍ୟ ବୃଦ୍ଧି ଘଟିଛି । ଚାଷୀ ମାନଙ୍କର ଏହି ସମସ୍ୟାକୁ ଆଧାର କରି ଜିଲ୍ଲା ବୁଦ୍ଧିଜୀବୀ ସଂଗଠନ ତରଫରୁ ସଭାପତି ପ୍ରଫେସର ଡାକ୍ତର ତୁଷାର କାନ୍ତି ନାୟକ, ଉପସଭାପତି ରୁଦ୍ର ପ୍ରକାଶ ଶରଣ, ସରୋଜ ଶତପଥି ଏବଂ ସଦସ୍ୟ ବିନୟ କୁମାର ସାହୁ, ପୁଷ୍ପା ପାଢ଼ୀ, ଗୀତା ସାମଲ ପ୍ରମୁଖ ଏକ ଦାବି ପତ୍ର କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନଙ୍କ ନିକଟକୁ ପଠାଇଛନ୍ତି, ଯାହାର ଏକ ନକଲ ଜିଲ୍ଲାପାଳଙ୍କ ମାଧ୍ୟମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ସାର ଏବଂ କୀଟନାଶକ ଔଷଧ ଉପରେ ଦିଆଯାଉଥିଵା ଇଂପୁଟ୍ ସବ୍ସିଡି ବୃଦ୍ଧି କରିବା ସହିତ , ଚାଷୀମାନେ ଉତ୍ପାଦିତ ଧାନ ଏବଂ ଅନ୍ୟ ଫସଲ ବିକ୍ରି ସମୟରେ ଯେପରି କ୍ଷତିଗ୍ରସ୍ତ ନହେବେ , ସେଥିପାଇଁ ୨୦୨୬ ଖରିଫ ଫସଲର ନ୍ୟୁନତମ ସହାୟକ ମୂଲ୍ୟ ବୃଦ୍ଧି କରିବା ନିମନ୍ତେ ଦାବି କରାଯାଇଛି । *********************** *{ ଢେଙ୍କାନାଳ ଜିଲ୍ଲା ବୁଦ୍ଧିଜୀବୀ ସଂଗଠନ ସ୍ଥାପିତ : ମାର୍ଚ୍ଚ ୨୦୨୦ ସଭାପତି:ପ୍ରଫେସର ଡାକ୍ତର ତୁଷାର କାନ୍ତି ନାୟକ Email : (tushar_kn@yahoo.co.in) Mob. 8917551268 . }* ************************
3