ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ରଜ ମହୋତ୍ସବରୁ ଫେରୁଥିବା ଯୁବକଙ୍କୁ ମାରଣାନ୍ତକ ଆକ୍ରମଣ, ମହିଳାଙ୍କ ସମେତ ୪ ଜଣଙ୍କ ନାଁରେ ମାମଲା

ଏରସମା, 11/07/2026, ଉତ୍କଳ voice news - utkalvoicenews.com( ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ ) :
Article Image
ଏରସମା ଦେବୀ ପଡ଼ିଆରେ ଅନୁଷ୍ଠିତ ରଜ ମହୋତ୍ସବ ମେଳାରୁ ଫେରୁଥିବା ବେଳେ ଜଣେ ଯୁବକଙ୍କୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମାରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗରେ ଏରସମା ଥାନାରେ ମାମଲା ରୁଜୁ ହୋଇଛି। ଅଭିଯୋଗ ଅନୁସାରେ, ଦେଉଳି ଗ୍ରାମର ମମତା ଦାସ ୧୨ ଜୁନ ୨୦୨୬ରେ ଏରସମା ଥାନାରେ ଲିଖିତ ଏତଲା ଦେଇଥିଲେ। ସେଥିରେ ଦର୍ଶାଯାଇଛି ଯେ, ୧୧ ଜୁନ ରାତି ପ୍ରାୟ ୯ଟା ବେଳେ ତାଙ୍କ ପୁଅ ନିହାର ରଞ୍ଜନ ଦାସ (ହାପିନା) ରଜ ମହୋତ୍ସବ ମେଳାରୁ ଖାଦ୍ୟ କିଣି ଫେରୁଥିବା ସମୟରେ ପୂର୍ବ ଶତ୍ରୁତାକୁ ନେଇ ପଦ୍ମିନୀ ବେହେରା ଲୁହା ରଡ଼ ଓ ବାଡ଼ିରେ ଆକ୍ରମଣ କରିଥିଲେ। ଆକ୍ରମଣରେ ନିହାର ଗୁରୁତର ଆହତ ହୋଇ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଏରସମା ହସ୍ପିଟାଲ ଏବଂ ପରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ଏହି ଘଟଣାରେ ଏରସମା ଥାନାରେ କେସ୍ ନଂ–୧୯୮/୨୦୨୬ ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା। ମାମଲାରେ ଅଭିଯୁକ୍ତା ପଦ୍ମିନୀ ବେହେରାଙ୍କୁ ଗିରଫ କରାଯାଇ (BNS)ର ଧାରା ୧୨୬(୨), ୧୧୫(୨), ୧୦୯(୧) ଓ ୩(୫) ଅନୁଯାୟୀ ସମସ୍ତ ଆଇନଗତ ପ୍ରକ୍ରିୟା ପରେ ଅଦାଲତକୁ ଚାଲାଣ କରାଯାଇଛି।
6