ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମରାଇପଲ୍ଲୀରେ ହନୁମନ୍ତ ଦେବଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ

ବୁଗୁଡ଼ା, 17/02/2025, ଉତ୍କଳ voice news - utkalvoicenews.com (ସୋରେନ କୁମାର ପ୍ରଧାନ) : ବୁଗୁଡା ବ୍ଲକ ଗୋଲିଆ ପଞ୍ଚାୟତ ଅନ୍ତର୍ଗତ ମରାଇପଲ୍ଲୀ ଗ୍ରାମରେ ପନ୍ଦର ଫୁଟ ଉଚ୍ଚତା ବିଶିଷ୍ଟ ହନୁମନ୍ତ ଦେବଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥି ସହ ଗ୍ରାମସ୍ଥ ବ୍ରାହ୍ମଣୀ ଦେବୀ ମନ୍ଦିର ଦ୍ଵାରଦେଶରେ ଦୁଇଟି ସିଂହ ଏବଂ ଶ୍ଯାମାକାଳୀ ମନ୍ଦିର ସିଂହଦ୍ଵାର ଉପରେ ଶ୍ଯାମାକାଳୀଙ୍କ ମୂର୍ତ୍ତି ସାଙ୍ଗକୁ ନିକଟସ୍ଥ ଚନ୍ଦ୍ର କଳ୍ପେଶ୍ବର ମନ୍ଦିର ସମ୍ମୁଖରେ ବୃଷଭ ବିଗ୍ରହ ପ୍ରତିଷ୍ଠା କରାଯାଇଥିଲା।
Article Image
ଏହି ଉତ୍ସବ ଅବସରରେ ରୁଦ୍ରାଭିଷେକ ଓ ୧୦୮ ହନୁମାନ ଚାଳିଶା ପାଠ ଆଦି କାର୍ଯ୍ୟକ୍ରମ ହୋଇଥିଲା ବେଳେ ଏଥିରେ ପୁରୋହିତ ଭାବେ ଶଶାଙ୍କ ଭୂଷଣ ହୋତା, ଷଷ୍ଠୀ ପ୍ରସାଦ ହୋତା, ଗୋଦାବରୀଶ ହୋତା, ଉମାତନୟ ହୋତା ଓ ସୁକାନ୍ତ ରଥ ପ୍ରମୁଖ ନିୟୋଜିତ ଥିଲେ। ଗ୍ରାମର ପାଟଦଣ୍ଡୁଆ ଶିବ ପ୍ରସାଦ ଗୌଡଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ ଉତ୍ସବକୁ ଦୟାନିଧି ଗୌଡ, ସୁଶିଲ ଗୌଡ, ସନ୍ତୋଷ କୁମାର ଗୌଡ, ତୀର୍ଥବାସୀ ଗୌଡ ପ୍ରମୁଖ ପରିଚାଳନା କରିଥିଲା ବେଳେ ଏଥିରେ ଗ୍ରାମବାସୀ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳର ବହୁ ପାଟଦଣ୍ଡୁଆଙ୍କ ସମେତ ଶ୍ରଦ୍ଧାଳୁଙ୍କ ସମାବେଶ ଘଟିଥିଲା ।
Article Image
Article Image
1