ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସୁରତ ବାରିକ ବିବାହ ଭୋଜୁରୁ ନିଖୋଜ ଥାନାରେ ଲିଖିତ ଅଭିଯୋଗ

ଏରସମା, 11/07/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) : ଏରସମା ବ୍ଲକ ଅନ୍ତର୍ଗତ ଚଟୁଆ ପଞ୍ଚାୟତ ଚଟୁଆ ଗ୍ରାମର ଭାଗ୍ୟଧର ବାରିକଙ୍କ ସାନପୁଅ ସୁରତ କୁମାର ବାରିକ (୪୦) ପୋଷ୍ଟ ଚଟୁଆ, ଥାନା କୁଜଙ୍ଗ, ଜିଲ୍ଲା, ଜଗତସିଂହପୁର ଗତ ୮/୭/୨୬ ବୁଧବାର ଦିନ ଏକ ବର ପ୍ରୋସେସନ ସହିତ ବିବାହ ଭୋଜିରେ କଟକ ସଦର ଥାନା ଅଧୀନ ବ୍ରାହ୍ମଣ ଝରିଲୋ ସ୍ଥିତ ହୋଟେଲ ଆମ୍ରପାଲିକୁ ବିଭାଗର ଭୋଜୀକୁ ଯାଇଥିବା ସମୟରେ ନିଖୋଜ ହୋଇଯାଇଥିଲେ। ତାଙ୍କର ବଡ଼ଭାଇ ଶରତ ଚନ୍ଦ୍ର ବାରିକ ଖୋଜାଖୋଜି କରି ପାଇନଥିଲେ। ଯେହେତୁ ସୁରତଙ୍କ ମସ୍ତିଷ୍କ ବିକୃତ ଥିବାଯୋଗୁଁ ସେ କଥା କହି ପାରୁ ନାହାନ୍ତି ଓ କାଗଜରେ ମଧ୍ୟ ଲେଖି ଜାଣି ନାହାନ୍ତି।ସେ ଦେଖିବାକୁ କଳାରଙ୍ଗ ତାଙ୍କର ଉଚ୍ଚତା ପାଞ୍ଚ ଫୁଟ ଚାରି ଇଞ୍ଚି ସେ ନିଜର ରଙ୍ଗର ଗଞ୍ଜି ଓ ମାଟିଆ ରଙ୍ଗର ପ୍ୟାଣ୍ଟ ପିନ୍ଧିଥିଲେ। ସୁରତଙ୍କୁ ବୁଧବାର ରାତିସାରା ଖୋଜାଖୋଜି କରି ନପାଇବାରୁ ତାଙ୍କ ବଡ଼ଭାଇ ଶରତ ଚନ୍ଦ୍ର ବାରିକ ୯/୭/୨୬ ଗୁରୁବାର ଦିନ କଟକ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
Article Image
15