ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଅଣ ପଞ୍ଜୀକୃତ ଯୁବ ଭୋଟର ଙ୍କ ସଚେତନ କର୍ମଶାଳା

ରାୟଗଡ଼ା, 12/07/2026, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀଯୁକ୍ତ ଆଶୁତୋଷ କୁଲକରଣୀ ଙ୍କ ନିର୍ଦେଶ କ୍ରମେ ଉପ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତା ରେ ରାୟଗଡ଼ ସ୍ୱୟଂ ଚଳିତ ମହା ବିଦ୍ୟାଳୟ ଠାରେ ଯୁବ ଭୋଟର ଙ୍କ ସଚେତନତା ପାଇଁ ଏକ ଶିବିର ଅନୁଷ୍ଠିତ ହୋଇଯାଇଛି ଏହି ସଭାରେ ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ରମେଶ କୁମାର ଜେନା, ସହକାରୀ ଜିଲ୍ଲାପାଳ କୈଳାଶ ଚନ୍ଦ୍ର ସ୍ୱାଇଁ , ପ୍ରଫୁଲ୍ଲ ବେହେରା ,ଅଧ୍ୟକ୍ଷା ସ୍ୱୟଂ ଶାସିତ ମହାବିଦ୍ୟାଳୟ ରାୟଗଡ. ଡକ୍ଟର ସରସ୍ବତୀ ରାୟ ମଂଚାସୀନ ଥିଲେ କେହି ଜଣେ ଯୋଗ୍ୟ ଭୋଟର ଯେପରି ବାଦ ନପଡିବେ ଏବଂ କୌଣସି ଅଯୋଗ୍ୟ ଭୋଟର ତାଲିକାରେ ଯୋଡି ନ ହେବେ ତାହାପ୍ରତି ଯତ୍ନବାନ ହେବାପାଇଁ କୈଳାଶ ଚନ୍ଦ୍ର ସ୍ୱାଇଁ କହିଥିଲେ
Article Image
ଯୁବପିଢ଼ି ଯେପରି ଶହେ ପ୍ରତିଶଡ଼ ଯୋଡ଼ିହେବେ ଏବଂ ସୁଦୃଢ଼ ଗଣତନ୍ତ୍ର ତିଆରି କରିବେ ତାହାପାଇଁ ଆଗକୁ ଆସିବା ନିମନ୍ତେ ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ରମେଶ କୁମାର ଜେନା କହିଥିଲେ ଫର୍ମ 6,7,8 କଣ ପାଇଁ ବ୍ୟବହୃତ ହୁଏ ତାହା ଉପରେ ପ୍ରଫୁଲ ବେହେରା ପୁଂଖାନୁ ପୁଙ୍ଖ ଭାବରେ ବୁଝାଇଥିଲେ
Article Image
ଏହି ଶିବିରରେ 4 ଜଣ ବୁଥ ଲେବେଲ ଅଫିସର ଓ ସୁପରଭାଇଜର ଯୋଗଦେଇଥିଲେ ଏବଂ ଶେଷରେ ନୂତନ ଭୋଟର ମାନଙ୍କୁ ନେଇ ଏକ ସପଥ ପାଠ କରାଯାଇଥିଲା
6