କୁଜଙ୍ଗ/ରାହାମା , 12/07/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
ତା - 12/07/2027

କୁଜଙ୍ଗ ବ୍ଲକ ଅନ୍ତର୍ଗତ ରାହାମା ବଜାର ରେ ଥିବା ଯୋଗକେନ୍ଦ୍ର ପ୍ରକୋଷ୍ଠରେ ଆଜି ସ୍ବେଛାସେବୀ ଅନୁଷ୍ଠାନ ଆକ୍ଟିଭ ୱାରୀଅରସ ଓଡିଶା ର ପ୍ରଥମ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା। ସମାଜସେବୀ ଡକ୍ଟର ସୁନାକର ବେହେରା ମୁଖ୍ୟ ଅତିଥି ଓ ମାର୍ଗଦର୍ଶନ ରୂପେ ଯୋଗଦେଇ ନୂତନ ଭାବେ ଗଠିତ ହୋଇଥିବା ସ୍ବେଛାସେବୀ ଅନୁଷ୍ଠାନ ଆକ୍ଟିଭ ୱାରିଅରସ ଓଡିଶା ର ଉତୋରତ୍ତର ଉନ୍ନତି ସହ ଉପସ୍ଥିତ ସମସ୍ତ ସାମାଜିକ କର୍ମି ମାନଙ୍କ ସୁସ୍ଥ ଓ ନିରାମୟ ଜୀବନ ପାଇଁ କାମନା କରିଥିଲେ।ଏହି ବୈଠକରେ ସଂଗଠନର ମୂଳ ଲକ୍ଷ୍ୟ ଅଭିମୁକ୍ଷ୍ୟ ସମ୍ପର୍କରେ ଯୁବ ସମାଜସେବୀ ଆରଏସ ମୁନା ବୈଠକକୁ ସଂଯୋଜନା କରି କହିଥିଲେ ଅନୁଷ୍ଠାନର ପ୍ରଥମ କାର୍ଯ୍ୟକ୍ରମ "ମାନବ ସେବା ହି ମାଧବ ସେବା" ସହିତ ପ୍ରକୃତି ଓ ପରିବେଶ କୁ କିପରି ସୁରକ୍ଷା ପ୍ରଦାନ କରାଯାଇ ପାରିବ ତାହାହିଁ ପ୍ରାଥମିକତା ହେବା ଆବଶ୍ୟକ ଏବଂ ଯୁବଶକ୍ତିଙ୍କ ସଶକ୍ତିକରଣ ଉପରେ ଭବିଷ୍ୟତର ସେବାମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଉପସ୍ଥିତ ବରିଷ୍ଠ ସାମାଜିକ କର୍ମୀମାନେ ଉପସ୍ଥିତ ସାମାଜିକ କର୍ମି ମାନଙ୍କୁ ସମ୍ବୋଧନ କରି କହିଥିଲେ ଯୁବକଙ୍କ ଚିନ୍ତାଧାରା ବଦଳିଲେ ସମାଜ ବଦଳିବ, ସମାଜ ବଦଳିଲେ ଦେଶର ଭବିଷ୍ୟତ ଆହୁରି ଉଜ୍ଜ୍ୱଳ ହେବ ଏବଂ ସମାଜକୁ ଭଲପାଉଥିବା ଯୁବ ଶକ୍ତି ରାଷ୍ଟ୍ରର ପ୍ରାଣ ଆଉ ସ୍ପନ୍ଦନ ଏବଂ ଅସହାୟ ଓ ଅବହେଳିତ ଲୋକଙ୍କ ଅଧିକାର ପାଇଁ ସଦା କାମ କରିବା ସହ ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର ଓ ମୌଳିକ ସୁବିଧା ପ୍ରତ୍ୟେକ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମର ପ୍ରୟାସ ଜାରି ରହିବା ନିଜର କର୍ତ୍ତବ୍ୟ ହେବା ଆବଶ୍ୟକ। ଅନ୍ୟାୟ, ଅବହେଳା ଓ ଦୁର୍ନୀତି ବିରୋଧରେ ଆମର ସ୍ୱର ସର୍ବଦା ଦୃଢ଼ ରହିବ। ଦରକାର।ଏହି ବୈଠକରେ ଜଗତସିଂହପୁର ଜିଲ୍ଲାର ସ୍ବେଛାସେବୀ ମାନେ ଯୋଗଦେଇଥିଲେ। ସଂଗଠନର ମୁଖ୍ୟ ସଂଗଠକ ସମାଜସେବୀ ଲୋକନାଥ ନାୟକ,ସଂଗଠନର ମୁଖ୍ୟ ପରିଚାଳକ ଜାହିର ସେଖ,ସିନୁ କୁମାର, ବିଶ୍ୱଜିତ ସାହୁ,ପପୁ ଭାଇ, ରଶ୍ମି, ସୌମ୍ୟଦର୍ଶନ, କାହ୍ନା,ଓମପ୍ରକାଶ, ଗୁଡ଼ୁ ଆଜିର ସାଙ୍ଗଠନିକ କାର୍ଯ୍ୟକୁ ସଫଳ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବା ସହିତ ଜିଲ୍ଲାର ବହୁ ସାମାଜିକ କର୍ମୀମାନଙ୍କ ଉପସ୍ଥିତି ବୈଠକକୁ ସଫଳ କରିବାରେ ସହଯୋଗ କରିଥିଲା।ବୈଠକ ଶେଷରେ ଆର ଏସ ମୁନା ସମସ୍ତ ସାମାଜିକ କର୍ମି ମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।