ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପାରାଦ୍ଵୀପ ଗଡ ଗ୍ରାମ ପଞ୍ଚାୟତ ନିହାରୁଣି (ଚାନ୍ଦିନୀ) ଗ୍ରାମ ରେ ଯୁବ ସେବା କେନ୍ଦ୍ର:ବଜରଙ୍ଗୀ ଯୁବକ ସଂଘ ଉଦଘାଟିତ l

ପାରାଦ୍ଵୀପ ଗଡ, 12/07/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ନୀହାରୁଣୀ (ଚାନ୍ଦିନୀ) ଗ୍ରାମରେ ଯୁବ ସେବା କେନ୍ଦ୍ର: ବାଜରଙ୍ଗୀ ଯୁବକ ସଂଘ ଉଦଘାଟିତ l ଉକ୍ତ ଉଦ୍ଘାଟନ ଉତ୍ସବ ରେ ଓଡ଼ିଶା ସରକାର ଙ୍କ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ଵାଇଁ ଯୋଗ ଦେଇ ଏହାର ଶୁଭ ଉଦଘାଟନ କରିଥିଲେ l
Article Image
ସମ୍ମାନୀତ ଅତିଥି ଭାବେ ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା, କୁଜଙ୍ଗ ଓକିଲ ସଙ୍ଘ ସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା, ମନ୍ତ୍ରୀ ଙ୍କ ବ୍ଲକ୍ ପ୍ରତିନିଧି ଦିଲ୍ଲୀପ ବେହେରା ପ୍ରମୁଖ ଯୋଗ ଦେଇଥିଲେ l ଦୀର୍ଘ ବର୍ଷ ଧରି ଉକ୍ତ ଗ୍ରାମ ର ଯୁବକ ମାନେ ଏକ କୋଠ ଘର ନିର୍ମାଣ ପାଇଁ ଦାବୀକରି ଆସୁଥିଲେ, ମାତ୍ର ତାହା ସମ୍ଭବ ପର ହୋଇ ପାରୁନଥିଲା l ରାଜ୍ୟରେ ବିଜେପି ସରକାର ଆସିବା ପରେ "ବିକଶିତ ଗାଁ ବିକଶିତ ଓଡ଼ିଶା" ଯୋଜନା ରେ ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ଉକ୍ତ ଗ୍ରାମ ରେ ଏକ ଯୁବ ସେବା କେନ୍ଦ୍ର ନିର୍ମାଣ ପାଇଁ ଅନୁଦାନ ପ୍ରଦାନ କରିଥିଲେ l ଫଳରେ ଗ୍ରାମରେ ବସବାସ କରୁଥିବା ୧୦୦ ରୁ ଉର୍ଦ୍ଧ ଯୁବବର୍ଗ ଉପକୃତ ହୋଇପାରିବେ l ଉକ୍ତ ଗ୍ରାମରେ ଆଉ ଯେଉଁ କାମ ବାକି ରହିଛି l ତାହା ତୁରନ୍ତ ପୂରଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ଵାଇଁ ପ୍ରତିଶୃତି ଦେଇଥିଲ l ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ମଣ୍ଡଳ ସଭାପତି ଗଗନ ବିହାରୀ ରାଉତ, ଚନ୍ଦ୍ର ଶେଖର ଚୌଧୁରୀ, ପଞ୍ଚାୟତ ପ୍ରଭାରୀ ଅଲେଖ ମହାରଥା, ଜୟନ୍ତ ସେନାପତି, ଅନନ୍ତ ବିଶ୍ବାଳ, ଯୁବକ ସଂଘ ସଭାପତି ବିବେକ କୁମାର ମଣ୍ଡଳ, ବିଷ୍ଣୁପଦ ମଣ୍ଡଳ, ମହେଶ୍ୱର ପାଇକ, ଅର୍ଜୁନ ସାହୁ, ଶ୍ରିପଦ ରାୟ, ନିଲକାନ୍ତ ମଣ୍ଡଳ, ବିଚିତ୍ର ପ୍ରଧାନ, ରଜତ କୁମାର ରାଉତ, ଶ୍ରୀ ଦୁର୍ଗା ମହିଳା ସମିତି ର ସଭାନେତ୍ରୀ ଶ୍ରୀମତୀ ସରୋଜିନୀ ଦାସ, ସମ୍ପାଦିକା ଶ୍ରୀମତୀ ସଙ୍କରୀ ମଣ୍ଡଳ, ରୁବୀ ଲଙ୍କା ପ୍ରମୁଖ ଯୋଗଦେଇ ମାନ୍ୟବର ମନ୍ତ୍ରୀ ଙ୍କୁ ଏକ ବିରାଟ ଶୋଭାଯାତ୍ରାରେ ପାଛୋଟି ନେଇଥିଲେ l
Article Image
Article Image
Article Image
6