ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଅଖିଳ ଭାରତୀୟ ସାହିତ୍ୟ ପରିଷଦ : ମା' ସାରଳା ଶାଖା ଜଗତସିଂହପୁରର ବୈଠକ

ଜଗତସିଂହପୁର, 12/07/2026, ଉତ୍କଳ voice news - utkalvoicenews.com( ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
ଜଗତସିଂହପୁର ବ୍ଳକର ମା' ଚର୍ଚ୍ଚିକା ମନ୍ଦିର ପରିସରରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଶାଖା ପକ୍ଷରୁ ଏକ ବୈଠକ ପରିଷଦର ସଭାପତି ଡକ୍ଟର ସୁରେନ୍ଦ୍ର ନାଥ ତ୍ରିପାଠୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇ ଯାଇଛି । ମା ଚର୍ଚ୍ଚିକାଙ୍କୁ ଭକ୍ତି ଅର୍ଘ୍ୟ ପ୍ରଦାନ ପରେ ସଭାକାର୍ଯ୍ୟ ଯଥାରୀତି ଚାଲିଥିଲା । ପରିଷଦର ଉପସଭାପତି ବିଜୟ କୁମାର ପତି ସ୍ୱାଗତ ଭାଷଣ ଦେଇଥିଲେ । ଅନ୍ୟତମ ଉପସଭାପତି ଡ. ବିଜୟ କୁମାର ବିଶ୍ୱାଳ ଅତିଥି ପରିଚୟ ପ୍ରଦାନ କରିଥିଲେ । ସମ୍ପାଦକ ପଣ୍ଡିତ ଡ. ରବୀନ୍ଦ୍ର ନାଥ ମିଶ୍ର ସମ୍ପାଦକୀୟ ବିବରଣୀ ପ୍ରଦାନ କଲାବେଳେ ସଭାପତି ଆସନ୍ତା ଅଗଷ୍ଟ ମାସ ୮/୯ ଦୁଇ ଦିନ ଧରି ଶ୍ରୀକ୍ଷେତ୍ର ପୁରୀଠାରେ ହେବାକୁ ଥିବା ପରିଷଦର କେନ୍ଦ୍ରୀୟ ଅଧିବେଶନରେ ଯୋଗ ଦେବା ସହ ଜିଲ୍ଲାର ୮ଟି ବ୍ଳକ ଅନ୍ତର୍ଗତ ଯୁକ୍ତ ଦୁଇ ଏବଂ ଯୁକ୍ତ ତିନିର ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଭାରତୀୟ ସଂସ୍କୃତି,ପରମ୍ପରା, ଗରିମା , ଚରିତ୍ରବତ୍ତା ଏବଂ ଆଦର୍ଶବୋଧ ଉପରେ ଜଣା ଅଜଣା, ପ୍ରବନ୍ଧ ଲିଖନ ଏବଂ ବକ୍ତୃତା ପ୍ରତିଯୋଗିତା' କରାଇ ପ୍ରଥମ ସ୍ଥାନାଧିକାରୀଙ୍କୁ ସେମାନଙ୍କ ପିତାମାତାଙ୍କ ମାଧ୍ୟମରେ ୨୬/0୭ / ୨୬ ରିଖ ରବିବାର ଦିନ ଜଗତସିଂହପୁରସ୍ଥ ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଆଣି ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରାଇ ପ୍ରଥମ ଛାତ୍ର ଛାତ୍ରୀଙ୍କୁ + ୨ ଓ + ୩ ଭେଦରେ ୬ ଜଣ ସେମାନଙ୍କ ଅଭିଭାବକଙ୍କ ଦ୍ୱାରା ପୁରୀ ଯାଇ ସେଠାରେ ସମ୍ବର୍ଦ୍ଧିତ ହେବାକୁ ପ୍ରକାଶ କରିଥିଲେ । ବିଭିନ୍ନ ବ୍ଳକର ସଂଯୋଜକ ଏବଂ ସଦସ୍ୟଗଣ ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମ୍ପନ୍ନ କରିବାକୁ ବଚ଼ନବଦ୍ଧ ହୋଇଥିଲେ । ଆଲୋଚନାରେ ଅଂଶ ଗ୍ରହଣ କରି ତିଳୋତ୍ତମା ଦାଶ, ମନୋରମା ଦାଶ, ଶିଶିର କୁମାର ତ୍ରିପାଠୀ, ଗୀତିକବି ଉମାକାନ୍ତ ନାୟକ, ଆଶିଷ ପରିଜା, ସୁଦାମ ସାମନ୍ତରାୟ, ସାମ୍ବାଦିକ ଶଶାଙ୍କ ଶେଖର ପଣ୍ଡା, ରମେଶ ଚନ୍ଦ୍ର ବହିରା, ରଂଜିତ କୁମାର ଦାସ ଏବଂ ସବ୍ୟସାଚୀ ତ୍ରିପାଠୀ ମୂଲ୍ୟବାନ ମତାମତ ଦେଇଥିଲେ । ଶେଷରେ ଶିକ୍ଷାବିତ୍ ବିଜୟ କୁମାର ରଥ ଧନ୍ୟବାଦ ଅର୍ପଣ କରିଥିଲେ ।
6