ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କଙ୍କଡ଼ାହାଡ଼ ବ୍ଲକରେ ଆମ୍ ଆଦମୀ ପାର୍ଟିର ସାଙ୍ଗଠନିକ ବୈଠକ

ଢେଙ୍କାନାଳ, 12/07/2026, ଉତ୍କଳ voice news - utkalvoicenews.com( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :
Article Image
ଆଦିବାସୀ ଅଧ୍ୟୁଷିତ କଙ୍କଡ଼ାହାଡ଼ ବ୍ଲକରେ ଆମ୍ ଆଦମୀ ପାର୍ଟିର ସାଙ୍ଗଠନିକ ବୈଠକ ଏବଂ ସଦସ୍ୟତା ଅଭିଯାନ ଆଦିବାସୀ ନେତା ଅଭୟ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆଦିବାସୀ ଅଞ୍ଚଳରେ ଗରିବ ଲୋକମାନେ ଆବାସ ଯୋଜନାରେ ଘର ନପାଇବା, ବାରମ୍ବାର ପାୱାର କାଟ, ଗାଁ ଗହଳରେ ପାନୀୟ ଜଳ ସମସ୍ୟା, ସରକାରୀ ସ୍କୁଲ ଗୁଡ଼ିକରେ ପାଠ୍ୟ ପୁସ୍ତକ ନମିଳିବା, ବରିଷ୍ଠ ନାଗରିକ ମାନଙ୍କୁ ଭତ୍ତା ନମିଳିବା, ହସ୍ପିଟାଲରେ ଡାକ୍ତର ପୋଷ୍ଟିଙ୍ଗ ନକରିବା ଇତ୍ୟାଦି ଲୋକମାନଙ୍କ ମନରେ ଘୃଣା ସୃଷ୍ଟି କରିଛି। ଗାଁ ଗହଳରେ ଆମ୍ ଆଦମୀ ପାର୍ଟି ପ୍ରତି ସାଧାରଣ ଲୋକମାନଙ୍କର ଆସ୍ଥା ବଢିଛି। ରାଜ୍ୟ ସଂଗଠନ ସମ୍ପାଦକ ଭରତ କୁମାର ଦାସ ଦଳର ଯୋଜନା ବିଷୟରେ ଆଲୋଚନା କରିଥିବା ବେଳେ ସଂସଦୀୟ କ୍ଷେତ୍ର ସଭାପତି ପଙ୍କଜ ନାୟକ ଓଡ଼ିଶାର ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ ଆଲୋକପାତ କରିଥିଲେ। ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଜିତେନ୍ଦ୍ର ବେହେରା ପରଜଙ୍ଗ ନିର୍ବାଚନ ମଣ୍ଡଳୀରେ କେନ୍ଦ୍ରରୁ ଆସିଥିବା ସହ -ପ୍ରଭାରୀଙ୍କ ପରିଦର୍ଶନ ଏବଂ ବୈଠକ ବିଷୟରେ କାର୍ଯ୍ୟକର୍ତ୍ତା ମାନଙ୍କୁ ଅବଗତ କରାଇଥିଲେ। କାର୍ଯ୍ୟକର୍ତ୍ତା ମାନଙ୍କୁ ବିଭିନ୍ନ ଅଂଚଳର ବିଭିନ୍ନ ଦାୟୀତ୍ୱ ପ୍ରଦାନ କରାଯାଇଥିଲା। ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଅନେକ ନୂତନ ସାଥି ଦଳରେ ଯୋଗଦେଲେ। ବ୍ଲକ ଅଧ୍ୟକ୍ଷ କୈଳାଶ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
5