ଯାଜପୁର, 13/07/2026, ଉତ୍କଳ voice news - utkalvoicenews.com( ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :
_1783950930.jpg)
ବଡ଼ଚଣା ବ୍ଲକ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ମହା ମିଶ୍ରଣ ପର୍ବ ଜିଲ୍ଲା ଉପ ସଭାପତି ପ୍ରମୋଦ କୁମାର ଜେନା ଙ୍କ ସଭାପତିତ୍ତ୍ୱରେ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଚଣ୍ଡିଖୋଲ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ମିଶ୍ରଣ ପର୍ବ ରେ ମୁଖ୍ୟ ଅତିଥି ଭାବେ ବଡଚଣା ନିର୍ବାଚନ ମଣ୍ଡଳୀ ର ମାନ୍ୟବର ବିଧାୟକ ଅମର କୁମାର ନାୟକ ଯୋଗଦେଇଥିଲେ ।ଭାରତ ବର୍ଷର ଯଶଶ୍ଵି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁଭଳି ଜନସାଧାରଣ ଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି ଏବଂ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ବିକାଶ ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରି ଲୋକ ପ୍ରିୟତା ଅର୍ଜନ କରୁଛନ୍ତି ସେହିଭଳି ବଡ଼ଚଣାରେ ମାନ୍ୟବର ବିଧାୟକ ଅମର କୁମାର ନାୟକ ଙ୍କ ଦୃଢ଼ ନେତୃତ୍ୱରେ ଜେଭଳି ଲୋକାଭିମୁଖୀ କାର୍ଯ୍ୟ ଚାଲୁ ରହିଛି ସେଥିରେ ଆସ୍ଥା ପ୍ରକଟ କରି ବଡଚଣା ନିର୍ବାଚନ ମଣ୍ଡଳୀ ର ଖଇରା ଓ ନେଳିଆ ପଞ୍ଚାୟତର ଶତାଧିକ ବିଜେଡି କର୍ମୀ ତାଙ୍କ ଦଳ ପରିତ୍ୟାଗ କରି ବିଜେପି ରେ ସାମିଲ୍ ହୋଇଛନ୍ତି। ବିଧାୟକ ଶ୍ରୀ ନାୟକ ମିଶ୍ରଣ ରେ ଯୋଗ ଦେଇଥିବା ସମସ୍ତ କର୍ମୀ ମାନଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ସ୍ବାଗତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗଣେଶ୍ୱର ବରାଳ,ବ୍ଲକ ଅଧ୍ୟକ୍ଷା ମିନତୀ ସେନାପତି, ଉପାଧ୍ୟକ୍ଷା ବିଭାଷ ଚନ୍ଦ୍ର ନନ୍ଦ,ଜିଲ୍ଲା ପରିଷଦ ସଭ୍ୟ ଅରବିନ୍ଦ ସାମଲ, ଯୋଚିନ୍ଦ୍ର ପ୍ରସାଦ ନାୟକ, ସାଂସଦଙ୍କ ପ୍ରତିନିଧି ରବୀନ୍ଦ୍ର ରାଉତ, ଜିଲ୍ଲା ସମ୍ପାଦକ ବିକାଶ ମହାପାତ୍ର, ଜିଲ୍ଲା କାର୍ଯ୍ୟକାରି ସଦସ୍ୟ ଲଲାଟେନ୍ଦୁ ମହାପାତ୍ର, ମଣ୍ଡଳ ସଭାପତି ବିମଳ ପ୍ରସନ୍ନ ପ୍ରଧାନ, ବିଶ୍ୱଜିତ ସାମଲ,ନୃସିଂହ ନାରାୟଣ ଓତା,ଅଭୟ ତରାଇ ପ୍ରମୁଖ ଯୋଗ ଦେଇଥିଲେ।ଶେଷରେ ବୈକୁଣ୍ଠ ନାଥ ବରାଳ ଧନ୍ୟବାଦ୍ ଅର୍ପଣ କରିଥିଲେ।