ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସେବା ଓ ତ୍ୟାଗର ପ୍ରତୀକ ପଣ୍ଡିତ ଗୋପବନ୍ଧୁ ଦାସ

ଜଗତସିଂହପୁର, 14/07/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ) :
Article Image
ଜଗତସିଂହପୁର ବ୍ଲକ ଅନ୍ତର୍ଗତ ଓଡିଶାଗଡ଼ସ୍ଥିତ ପ୍ରଫୁଲ ପାଠାଗାର ପରିସରରେ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ 98 ତମ ଶ୍ରାଦ୍ଧ ଦିବସ ଅବସରରେ ଶିକ୍ଷାବିତ ବଂଶୀଧର ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଥିଲା I ସଭାର ପ୍ରାରମ୍ଭରେ ଗୋପବନ୍ଧୁ ଦାସଙ୍କ ଫଟୋ ଚିତ୍ରରେ ଧୂପ ପୁଷ୍ପ ଅର୍ପଣ କରାଯାଇଥିଲା I ଉକ୍ତ ସଭାରେ ବରିଷ୍ଠ ଆଇନଜୀବି ତଥା ଜଗତସିଂହପୁର ଜିଲ୍ଲା ଶାଖା ଉତ୍କଳ ସମ୍ମିଳନୀ ସଭାପତି ଶିବ ପ୍ରସାଦ ମାଝୀ, ଶିକ୍ଷାବିତ ବିଜୟ କୁମାର ପତି, ବରିଷ୍ଠ ରାଜନୀତି ବିଜ୍ଞାନ ଅଧ୍ୟାପକ ଲଷ୍ମୀଧର ପ୍ରଧାନ, ସତ୍ୟବାଦୀ ଦାସ, ସଞ୍ଜୟ ସାମନ୍ତସିଂହାର ପ୍ରମୁଖ ଯୋଗଦାନ କରି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୀବନ ଦର୍ଶନ ଓ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ I ସେ ଏକାଧାରରେ ସମାଜସେଵୀ, ସମାଜ ସଂସ୍କାରକ, ସାହିତ୍ୟିକ, କବି, ଲେଖକ, ସ୍ୱାଧୀନତା ସଂଗ୍ରାମୀ, ରାଜନୀତିଜ୍ଞ, ସତ୍ୟବାଦୀ ବନ ବିଦ୍ୟାଳୟର ପ୍ରତିଷ୍ଠାତା ଏବଂ ଦୈନିକ ଖବର କାଗଜ ସମାଜର ପ୍ରତିଷ୍ଠାତା ଥିଲେ ବୋଲି ମତ ପ୍ରକାଶ କରିଥିଲେ I ଶେଷରେ ପାଠାଗାରର ସମ୍ପାଦକ ସୁରେନ୍ଦ୍ର କୁମାର ରାୟ ଧନ୍ୟବାଦ ଅର୍ପଣ କରିଥିଲେ I
9