ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଶ୍ରୀ ଶ୍ରୀ ମଦନ ମୋହନ ଜୀଉ ଙ୍କ ରଥଯାତ୍ରା ଶୃଙ୍ଖଳିତ କରିବା ନେଇ ସ୍ଥିତି ଅନୁଧ୍ୟାନ

ରାହାମା, 14/07/2026, ଉତ୍କଳ voice news - utkalvoicenews.com( କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) : କୁଜଙ୍ଗ ବ୍ଲକ ଅନ୍ତର୍ଗତ ସାଇଲୋ ଗ୍ରାମ ପଞ୍ଚାୟତରେ ଅବସ୍ଥିତ ବହୁ ପ୍ରାଚୀତ ମଠ ଶ୍ରୀ ଶ୍ରୀ ମଦନ ମୋହନ ଜୀଉ (ଶ୍ରୀଜଗନ୍ନାଥ)ପୂଜାପାଇ ଆସୁଛନ୍ତି। ଦୀର୍ଘ 42 ବର୍ଷ ଧରି ଦାରୁବିଗ୍ରହ ଚତୃଦ୍ଧା ମୃତ୍ତି ଙ୍କର ରଥଯାତ୍ରା ମହା ସମାରୋହରେ ଅନୁଷ୍ଠିତ ହୋଇ ଆସୁଅଛି । ଚଳିତ ବର୍ଷ ରଥଯାତ୍ରା କୁ ଶୃଙ୍ଖଳିତ ଓ ଅଧିକ ସରସ ସୁନ୍ଦର କରିବା ନେଇ ପ୍ରଶାସନିକ ଅଧିକାରୀ ମାନେ ଆଜି ଶ୍ରୀ ଶ୍ରୀ ମଦନ ମୋହନ ଜୀଉ ମଠରେ ଉପସ୍ଥିତ ହୋଇ ପାରିପାର୍ଷିକ ସ୍ଥିତି ଅନୁଧ୍ୟାନ କରିବା ସହିତ ମଠ ପରିଚାଳନା ପରିଷଦ ର କର୍ମକର୍ତ୍ତା ମାନଙ୍କ ସହିତ ବିଚାର ବିମର୍ଶ କରିଥିଲେ। ମଠ ପରିଚାଳନା ପରିଷଦର ସଭାପତି ରବିନାରାୟଣ ସାହୁ ଙ୍କ ପରାମର୍ଶ କ୍ରମେ ସମ୍ପାଦକ ସମାଜସେବୀ ଡ଼ଃ ସୁନାକର ବେହେରା ମହାପ୍ରଭୁ ଙ୍କ ରଥଯାତ୍ରା କୁ ଶୃଙ୍ଖଳିତ କରିବା ଓ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ସୁରକ୍ଷା,କଟକ ପାରାଦ୍ୱୀପ ରାସ୍ତାରେ ଭକ୍ତ ମାନଙ୍କ ଭିଡ଼ କୁ ନିୟନ୍ତ୍ରଣ ଏବଂ ଯାନବାହାନ ଚଳା ଚଳରେ ଟ୍ରାଫିକ ନିୟନ୍ତ୍ରଣ, ରଥ ଟଣା ସମୟରେ ବିଦ୍ୟୁତ ତାର ପ୍ରତି ସାବଧାନତା,ସ୍ୱାସ୍ଥ୍ୟ ସେବା, ଠାକୁର ପହଣ୍ଡି ସମୟରେ ରେଲୱେ ଧାରଣାରେ ଟ୍ରେନଗାଡି ନିୟନ୍ତ୍ରଣ ଓ ଠାକୁର ରାଜାଙ୍କୁ କୁଜଙ୍ଗରୁ ପ୍ରସେସନ ରେ ଆଣିବା,ଶ୍ରୀଗୁଣ୍ଡିଚା ମନ୍ଦିର ରେ ସଂସ୍କୃତିକ କାର୍ଯ୍ୟକ୍ରମ ଓ ଶ୍ରଦ୍ଧାଳୁ ମାନଙ୍କୁ ଶୃଙ୍ଖଳିତ ପ୍ରସାଦ ବିତରଣ ଇତ୍ୟାଦି ବିଭିନ୍ନ କାର୍ଯ୍ୟ ଗୁଡିକୁ ସମ୍ପାଦନ ପାଇଁ ପ୍ରଶାସନିକ ଅଧିକାରୀ ମାନଙ୍କ ସହଯୋଗ ସମ୍ପର୍କରେ ଉପସ୍ଥିତ ଅଧିକାରୀ ମାନଙ୍କୁ ଅବଗତ କରାଇବା ସହିତ ସହଯୋଗ ଲୋଡ଼ିଥିଲେ। ଶ୍ରୀଗୁଣ୍ଡିଚା ଦିନ ଶ୍ରୀ ଶ୍ରୀ ମଦନ ମୋହନ ଜୀଉ (ଶ୍ରୀଜଗନ୍ନାଥ) ମହାପ୍ରଭୁ ଙ୍କ ନୂତନ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ କାର୍ଯ୍ୟକ୍ରମ ସକାଳ 9 ଟାରେ ଅନୁଷ୍ଠିତ ହେବା ସହିତ ସମାଜ ସଂସ୍କାରକ ତଥା ବିଶିଷ୍ଟ ପରିବେଶବିଦ ପଦ୍ମଶ୍ରୀ ପୂଜ୍ୟ ପୂଜକ ଶ୍ରୀମଦ ବାବା ବଳିଆ, ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁ,ଶିଳ୍ପ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ଓଡିଶା, ମାନ୍ୟବର ସାଂସଦ ଡ଼ ବିଭୁ ପ୍ରସାଦ ତରାଇ, ଜଗତସିଂହପୁର, ଠାକୁର ରାଜା ଦୀପକ ପ୍ରସାଦ ସ୍ୱାଇଁ ଓ ସାଧୁ ସନ୍ଥ,ଶ୍ରଦ୍ଧାଳୁ ଭକ୍ତ ମାନେ ଉପସ୍ଥିତ ନେଇ ଅଧିକାରୀ ମାନଙ୍କୁ ସୂଚନା ପ୍ରଦାନ କରିଥିଲେ।
Article Image
ମାନନୀୟ ପ୍ରଶାସନିକ ଅଧିକାରୀ ମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ଅଜୟ କୁମାର ଦାସ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ, ତିର୍ତୋଲ,ବଇଁଶୀଧର ପ୍ରଧାନ,ଆରକ୍ଷୀ ନିରୀକ୍ଷକ, ତିର୍ତୋଲ, ଶିବାଶିଷ ଦାସ, ଆରକ୍ଷୀ ନିରୀକ୍ଷକ, କୁଜଙ୍ଗ,ପ୍ରତାପ ଚନ୍ଦ୍ର ସ୍ମାରକୀ ସ୍ୱାସ୍ଥ୍ୟ କେନ୍ଦ୍ର ରାହାମା ର ଡା. ଦୁର୍ଗା ପ୍ରସାଦ ମିଶ୍ର, ବିଶ୍ୱଜିତ ତ୍ରିପାଠୀ,ବିଦ୍ୟୁତ ଅଧିକାରୀ, ରାହାମା,ଶିଶିର କୁମାର ଦାସ, ସଭାପତି ବଜାର କମିଟି ରାହାମା,ପ୍ରଶାନ୍ତ କୁମାର ସାହୁ, ସମ୍ପାଦକ,ବ୍ରଜ କିଶୋର ମହାରାଜ, ସରପଞ୍ଚ ପୋତାନଈ ,ଡ଼ ମାନସ ରଞ୍ଜନ ମହାନ୍ତି ସଭାପତି ପ୍ରେସ କ୍ଲବ ରାହାମା, ସାମ୍ବାଦିକ ଦେବାଶିଷ ଅକ୍ଷୟ କୁମାର ମହାନ୍ତି, ମହାପ୍ରଭୁ ଙ୍କ ସେବିକା ମାତା ସ୍ବର୍ଣ୍ଣ ପ୍ରଭା ଦାସ,ପୂଜକ ତପନ କୁମାର ପତି, ସୁରେନ୍ଦ୍ର ନାଥ ମିଶ୍ର, ସନତ କୁମାର ନନ୍ଦ ,ଶିଳ୍ପୀ ରୋହିତ ସୁତାର,ପରିଷଦ ର କର୍ମକର୍ତ୍ତା ମାନଙ୍କ ମଧ୍ୟରେ, ଭିକାରି ଚରଣ ସେନାପତି, ବଇଁଶୀଧର କୁଣ୍ଡୁ,ଶରତ ଚନ୍ଦ୍ର ବାରିକ,କାର୍ତ୍ତିକ ଚନ୍ଦ୍ର ସାହୁ, ପ୍ରସନ୍ନ କୁମାର ସ୍ୱାଇଁ, ମନୋହର ସ୍ୱାଇଁ,ସାଇଲୋ ଓ ତାଳପଡା ପଞ୍ଚାୟତ ପ୍ରତିନିଧି ଇତ୍ୟାଦି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।
11