ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମେରା ଯୁବ ଭାରତ (MY Bharat) ଜିଲ୍ଲା ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ଜିଲ୍ଲାବ୍ୟାପୀ ପଞ୍ଜୀକରଣ ଅଭିଯାନ ତ୍ୱରାନ୍ୱିତ କରିବାକୁ ନିଷ୍ପତ୍ତି

ରାୟଗଡ଼ା, 15/07/2026, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
ମେରା ଯୁବ ଭାରତ, ରାୟଗଡ଼ ପକ୍ଷରୁ ଆଜି ଜିଲ୍ଲା ପରାମର୍ଶଦାତା କମିଟି ବୈଠକ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ନବୀନ ନାୟକଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳ କାର୍ଯାଳୟ ସ୍ଥିତ ସଦଭାବନା ଗୃହ ଠାରେ ଅନୁଷ୍ଠିତ ହୋଇଥିଲା।
Article Image
ବୈଠକରେ ମେରା ଯୁବ ଭାରତର ବିଭିନ୍ନ ଯୁବ ବିକାଶମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ସମ୍ୟକ୍ ଆଲୋଚନା କରାଯାଇଥିଲା। ଏହି ଅବସରରେ ଆଗାମୀ ସ୍ୱତନ୍ତ୍ର ସଚେତନତା ଓ ପଞ୍ଜୀକରଣ ଅଭିଯାନର ପୋଷ୍ଟର ଉନ୍ମୋଚନ କରାଯାଇ ଜିଲ୍ଲାବ୍ୟାପୀ ଯୁବ ସଂଯୋଗ ଅଭିଯାନର ଶୁଭାରମ୍ଭ କରାଯାଇଥିଲା।
Article Image
ବୈଠକରେ "ଭାରତ ପାଇଁ ସ୍ୱେଚ୍ଛାସେବକ" କାର୍ଯ୍ୟକ୍ରମ, ଅନୁଭୂତିଭିତ୍ତିକ ଶିକ୍ଷଣ କାର୍ଯ୍ୟକ୍ରମ, ଯୁବ ବିନିମୟ କାର୍ଯ୍ୟକ୍ରମ, ବିକଶିତ ସଜୀବ ଗ୍ରାମ କାର୍ଯ୍ୟକ୍ରମ, ବିକଶିତ ଭାରତ ଯୁବ ନେତୃତ୍ୱ ଆଲୋଚନା, ଯୁବ କ୍ଲବ ଗଠନ ଓ କ୍ଲବଗୁଡ଼ିକୁ ଆବଶ୍ୟକ ସହଯୋଗ ପ୍ରଦାନ ଆଦି କାର୍ଯ୍ୟକ୍ରମର ସଫଳ ରୂପାୟନ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଏହା ସହିତ ଜିଲ୍ଲାସ୍ତରରେ କ୍ରୀଡ଼ା, ସାଂସ୍କୃତିକ, ତଥା ବିଭିନ୍ନ ଦକ୍ଷତା-ଆଧାରିତ ପ୍ରତିଯୋଗିତା ଆୟୋଜନ କରି ପ୍ରତିଭାବାନ ଯୁବକ ଓ ଯୁବତୀମାନଙ୍କୁ ଜାତୀୟ ସ୍ତରର ପ୍ରତିଯୋଗିତା ପାଇଁ ଚୟନ କରିବା ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ନାୟକ ଜିଲ୍ଲାରେ ମେରା ଯୁବ ଭାରତରେ ଯୁବକ ଓ ଯୁବତୀଙ୍କ ପଞ୍ଜୀକରଣକୁ ଅଭିଯାନ ଭିତ୍ତିକ (କ୍ୟାମ୍ପେନ୍ ମୋଡ୍) ଭାବେ ତ୍ୱରାନ୍ୱିତ କରିବାକୁ ସମସ୍ତ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଜିଲ୍ଲାର ଯୁବମାନଙ୍କୁ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ସହ ଅଧିକ ସକ୍ରିୟ ଭାବେ ସଂଯୁକ୍ତ କରିବା ପାଇଁ ଏକ ଜିଲ୍ଲା ଯୁବ କମିଟି ଗଠନ କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ। ବୈଠକରେ ଜିଲ୍ଲାର ସମସ୍ତ ଯୁବକ ଓ ଯୁବତୀଙ୍କୁ ମେରା ଯୁବ ଭାରତ ସହ ଯୋଡ଼ି ହୋଇ ରାଷ୍ଟ୍ର ନିର୍ମାଣରେ ସକ୍ରିୟ ସହଭାଗୀ ହେବାକୁ ଆହ୍ୱାନ କରାଯାଇଥିଲା। ମେରା ଯୁବ ଭାରତ ସମ୍ପର୍କରେ ଅଧିକ ସୂଚନା ଓ ପଞ୍ଜୀକରଣ ପାଇଁ mybharat.gov.in ପରିଦର୍ଶନ କରିବାକୁ ଅନୁରୋଧ କରାଯାଇଛି। ସମ୍ବାଦ ବିଜ୍ଞପ୍ତି ସହ ୱେବସାଇଟ୍‌ର କ୍ୟୁଆର୍ କୋଡ୍ ସଂଯୋଜନ କରାଯିବ, ଯାହାଦ୍ୱାରା ଯୁବମାନେ ସହଜରେ ପଞ୍ଜୀକରଣ କରିପାରିବେ। ବୈଠକରେ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ କ୍ଷୀରାବ୍ଦୀ ତନୟା ସାହୁ, ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ଭି କିଶୋର, ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଦେବରାଜ ଟାକ୍ରୀ, ଭାରପ୍ରାପ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଭଜନଲାଲ ମାଝୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀ ମିନତୀ ଦେଓ, ଜିଲ୍ଲା ନିୟୋଜନ ଅଧିକାରୀ ସୁଶ୍ରୀ ସ୍ଵର୍ଣ ରାଉତ, ଦକ୍ଷତା ବିକାଶ ଅଧିକାରୀ, NCC, NSS ପ୍ରମୁଖ ଉପସ୍ଥିତ ଥିଲେ।
17