ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସେବକ ଜରାଶ୍ରମରେ ଜଷ୍ଟିସ ଚୌଧୁରୀ ପ୍ରତାପ କେଶରୀ ମିଶ୍ରଙ୍କ ପ୍ରତିମୁର୍ତ୍ତି ଉନ୍ମୋଚିତ।

ଯାଜପୁର, 16/07/2026, ଉତ୍କଳ voice news - utkalvoicenews.com( ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :
Article Image
ଛତିଆ ସୋଲର ସ୍ଥିତ ସେବକ ଜରାଶ୍ରମ ପରିସରରେ ମଙ୍ଗଳବାର ଦିନ ଓଡିଶା ଉଚ୍ଚ ନ୍ୟାୟାଳୟର ପ୍ରାକ୍ତନ ବିଚାରପତି ତଥା ଜରାଶ୍ରମର ପ୍ରତିଷ୍ଠାତା ସଭ୍ୟ ସ୍ୱର୍ଗତ ଜଷ୍ଟିସ ଚୌଧୁରୀ ପ୍ରତାପ କେଶରୀ ମିଶ୍ରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି। ଜଷ୍ଟିସ ସ୍ୱର୍ଗତ ମିଶ୍ରଙ୍କର ଏହି ଜରାଶ୍ରମ ଓ ଜରାନିବାସ ପ୍ରତିଷ୍ଠାରେ ବିଶେଷ ଅବଦାନ ରହିଥିଲା। ଏଠାରେ ରହୁଥିବା ଅନ୍ତେବାସୀ ମାନଙ୍କୁ ସହାୟତା କରିବା ଦିଗରେ ସେ ମନୋନିବେଶ କରିଥିଲେ। ତେଣୁ ତାଙ୍କ ସ୍ମୃତିରକ୍ଷା ପାଇଁ ଆଶ୍ରମ ପରିସରରେ ତାଙ୍କ ପରିବାର ପ୍ରଚେଷ୍ଟାରେ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା। ଇତ୍ୟବସରରେ ଆୟୋଜିତ ଉତ୍ସବରେ ଓଡିଶା ମହାଵୁଦ୍ଧି ସୋସାଇଟର ବୁଦ୍ଧ ସନ୍ୟାସୀ ଭାଣ୍ଟେ ଜୟ ମଙ୍ଗଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଷ୍ଟିସ ସ୍ୱର୍ଗତ ମିଶ୍ରଙ୍କ ପ୍ରତିମୂର୍ତ୍ତିକୁ ଅନାବରଣ କରିଥିଲେ।ଏଥିରେ ଜଷ୍ଟିସ ମିଶ୍ରଙ୍କ ସହଧର୍ମୀଣୀ ସିନ୍ଧୁବାଳା ମିଶ୍ର, ମହାଵୁଦ୍ଧି ସୋସାଇଟର ପ୍ରାକ୍ତନ ସମ୍ପାଦକ ସୌରଚନ୍ଦ୍ର ମହାପାତ୍ର, ବରିଷ୍ଠ ଆଇନଜୀବୀ ରାମଚନ୍ଦ୍ର ରାୟ,ବିଶିଷ୍ଟ ଚିକିତ୍ସକ ଡ ବିଜୟକୁମାର ଶତପଥୀ,ବିଶିଷ୍ଟ କବି ବିଜୟାନନ୍ଦ ସିଂ,ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା,ଦୀପକ ଆଚାର୍ଯ୍ୟ, ଅଶୋକ ସ୍ୱାଇଁ,ନାଭାଲ ଇଞ୍ଜିନିୟର ଭାରତଭୂଷଣ ପଟ୍ଟନାୟକ, ମହେନ୍ଦ୍ର ଦାସ,ସରପଞ୍ଚ ବିଜୟ ସ୍ୱାଇଁ,କ୍ୟାପଟେନ ତ୍ରିଲୋଚନ ବିଶ୍ୱାଳ,ବେଣୁଧର ମଲିକ,ଅଧ୍ୟାପିକା ସିନ୍ଧୁନନ୍ଦିନୀ ସ୍ୱାଇଁ,ଚଣ୍ଡିଖୋଲ ବାର ଆସୁସିଏସନ ସଭାପତି ଦେବରାଜ ବେହେରା,ସମ୍ପାଦକ ପ୍ରକାଶ ଦାଶ,ଭାଗ୍ୟଧର ନାଥ ସହ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତ ମିଶ୍ରଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଜଷ୍ଟିସ ମିଶ୍ରଙ୍କ ଦୁଇ ପୁତ୍ର ଆଡଭୋକେଟ ଚୌଧୁରୀ ସତ୍ୟଜିତ ମିଶ୍ର ଓ ପ୍ରଶନ୍ନଜିତ ମିଶ୍ର ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ ।ଶେଷରେ ମସସ୍ତ ଅନ୍ତେବାସୀଙ୍କୁ ଅନ୍ନଦାନ କରାଯାଇଥିଲା।
8