ଏରସମା, 17/07/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
ତା ୧୬/୭/୨୬ ଏରସମା ବ୍ଲକ ଭିତର ଅନ୍ଧାରୀ ପଞ୍ଚାୟତ ଅନ୍ତର୍ଗତ ପୋତକ ଗ୍ରାମ ପ୍ରସିଦ୍ଧ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଛି।ଆଜି ସକାଳେ ମହାପ୍ରଭୁଙ୍କ ପାରମ୍ପାରିକ ରୀତିନୀତି ପରେ,ରଥ ପ୍ରତିଷ୍ଠା ଓ ପହଣ୍ଡି ବିଜେ କରାଯାଇଥିଲା। ରାଜା ପ୍ରଦ୍ୟୁମ୍ନ ମିଶ୍ର ରଥରେ ଛେରା ପହଁରା କରିଥିଲେ।ଏହା ପରେ ରଥଟଣା ପର୍ବ ଆରମ୍ଭ ହୋଇ ସନ୍ଧ୍ୟାରେ ରଥ ମାଉସୀ ମା'ଙ୍କ ମନ୍ଦିରରେ ପହଞ୍ଚିଛି ଥିଲା।ବଟକ୍ରୃଷ୍ଣ ସ୍ଵାଇଁ ଓ ଉତ୍ତମ ଚରଣ ସ୍ଵାଇଁଙ୍କ ସମେତ ଗ୍ରାମବାସୀ ମାନେ ଉତ୍ସବ ପରିଚାଳନା କରିଥିଲେ।ପରେ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା। ପୋତକ ଗ୍ରାମର ସମସ୍ତ ଗ୍ରାମବାସୀମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।