କୁଜଙ୍ଗ / ତାଳଦଣ୍ଡା, 17/07/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
ଚଳିତ ବର୍ଷର ଘୋଷଯାତ୍ରା କୁଜଙ୍ଗର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବାବେଳେ କୁଜଙ୍ଗ ତାଳଦଣ୍ଡା ଠାକୁରବାଟୀ ପରିସରରେ ସ୍ଥାପିତ ବ୍ରହ୍ମ ଜଗନ୍ନାଥ ମିଶନ ଅଧ୍ୟକ୍ଷ କ୍ୟାପଟେନ ସଂଜୀବ କୁମାର ମୁଦୁଲିଙ୍କ ଭକ୍ତିମୟ ତତ୍ତ୍ୱlବଧାନରେ ଅନୁଷ୍ଠିତ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଏଥିରେ ଏକ ଭିନ୍ନ ଦୃଶ୍ୟ ଯଥା ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥଙ୍କ ରଥ ସହ ଚତୁର୍ଥ ରଥ ବାଲିରଥ ସମ୍ମୁଖ ଭାଗରେ ଦେଖିବାକୁ ମିଳିଥିଲା l ବର୍ଷାପାତ ସତ୍ତ୍ୱେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାବେଶ ଭକ୍ତିମୟ କରିଥିଲା ପରିବେଶକୁ l ବିଶେଷକରି ସୁଭଦ୍ରାଙ୍କ ରଥକୁ ମହିଳା ଭକ୍ତଗଣ ଭିଡ଼ି ନେଇଯାଉଥିବାର ଦୃଶ୍ୟ ସମ୍ପୂର୍ଣ୍ଣ ଚିତ୍ତାକର୍ଷି ଥିଲା l

ବାଲ ଗୋପାଳଙ୍କ ଆଡ଼ରୁଷା, ଘଣ୍ଟ,ମୃଦଙ୍ଗ,ଘଣ୍ଟା,ଶଙ୍ଖ ଓ ହୁଳହୁଳି ନାଦ ସହ ଭାଗବତ ପରାୟଣ, ଭଜନ କୀର୍ତ୍ତନ, ଯଜ୍ଞ ପ୍ରଭୃତି ଆୟୋଜନରେ ଦେବନିବାସର ବାସ୍ତବତା ଅନୁଭବ କରାଉଛି ଭକ୍ତଗଣଙ୍କୁ l ବାହୁଡା଼ ଯାତ୍ରା ଓ ସୁନାବେଶକୁ ଦୃଷ୍ଟିରେ ରଖି ଦୀର୍ଘ ନଦିନ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ l ସତର ତାରିଖଠାରୁ ମଞ୍ଚରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ପ୍ରଥମ ଦିନ ମଞ୍ଚ ଉଦଘାଟନ କରିବେ ବାବା ବଂଶୀଧର ଦାସ ଓ ସଭାପତିତ୍ବ କରିବେ ଡ଼ଃ ରଘୁସାହୁ l ଅଠରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ ଯୋଗ ଦେଉଥିବାବେଳେ ଆଇନମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ମଧ୍ୟ ତାଙ୍କର ଅମୂଲ୍ୟ ସମୟ ଦାନକରିବାପାଇଁ ସ୍ବୀକାରୋକ୍ତି ପ୍ରଦାନ କରିଛନ୍ତି l ସେହିପରି ରାଜ୍ୟସଭା ସଦସ୍ୟ ଦେବାଶିଷ ସାମନ୍ତରାୟ, ସମ୍ବାଦ ପ୍ରତିଷ୍ଠାତା ସୌମ୍ୟରଞ୍ଜନ ପଟ୍ଟନାୟକ, ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ରାଜ୍ୟସଭା ସଦସ୍ୟ ମନମୋହନ ସାମଲ, ସାଂସଦ ଡ଼ଃ ବିଭୂପ୍ରସାଦ ତରାଇ, ସିନେ ଅଭିନେତା ସବ୍ୟସାଚୀ ମିଶ୍ର ପ୍ରଭୃତି ନିର୍ଦ୍ଦିଷ୍ଟ ତାରିଖରେ ଯୋଗଦେବା ପାଇଁ ସ୍ୱୀକୃତି ଦେଇଛନ୍ତି l ଏହି ଅବସରରେ ମୁଖପତ୍ର "ସରିତା " ମଧ୍ୟ ଅତିଥିମାନଙ୍କ କରକମଳରେ ଅନାବରଣ କରାଯିବ l