ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବୌଦ୍ଧରେ ଜିଲ୍ଲା ପରିଷଦ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ l

ବୌଦ୍ଧ, 17/07/2026, ଉତ୍କଳ voice news - utkalvoicenews.com ତା - ୧୫/୦୭ ବୌଦ୍ଧ ଜିଲ୍ଲା ପରିଷଦ କାର୍ଯ୍ୟାଳୟସ୍ଥ ପଞ୍ଚାୟତ ଭବନରେ ପରିଷଦର ଜୁଲାଇ ମାସର ସମୀକ୍ଷା ବୈଠକ ଜିଲ୍ଲାପାଳ ତଥା ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ବିଭୂତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l
Article Image
ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ପ୍ରଭାସଚନ୍ଦ୍ର ଦଣ୍ଡସନା ସମସ୍ତଙ୍କୁ ସ୍ଵାଗତ କରି ବୈଠକ ପରିଚାଳନା କରିଥିଲେ l ଉକ୍ତ ବୈଠକରେ ସମସ୍ତ ବିଡ଼ିଓ, ମହାତ୍ମା ଗାନ୍ଧୀ ନରେଗା ତଥା ଭିବିଜି ରାମଜୀ ସହ ସମ୍ପୃକ୍ତ ଥିବା ସମସ୍ତ ବିଭାଗର ଅଧିକାରୀବୃନ୍ଦ କୃଷି, ଉଦ୍ୟାନ କୃଷି, ଜଳ ବିଭାଜିକା, ଜଙ୍ଗଲ ଓ ପରିବେଶ ବିଭାଗ, କାଡ଼ା ଡିଭିଜନ, ଗ୍ରାମ୍ୟ ଓ ଜଳ ପରିମଳ, ମିଶନ ଶକ୍ତି ଇତ୍ୟାଦି ବିଭାଗ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ l ୨୦୨୬/୨୭ ଆର୍ଥିକ ବର୍ଷରେ ଜୁନ୍ ମଧ୍ୟରେ ଭିବିଜି ରାମଜୀ, ପଞ୍ଚାୟତି ରାଜ, ଗ୍ରାମ୍ୟ ଗୃହନିର୍ମାଣ, ଅଙ୍ଗନୱାଡ଼ି କେନ୍ଦ୍ର, ମିଶନ ଶକ୍ତି କେନ୍ଦ୍ର, ବିକଶିତ ଗାଁ, ବିକଶିତ ଓଡ଼ିଶା, ବନ ସୁରକ୍ଷା ସମିତି ଆଦି ସ୍କିମର ପ୍ରଗତି ସମ୍ବନ୍ଧରେ ସମୀକ୍ଷା ହୋଇଥିଲା l ନୂତନ ଭାବରେ ଲାଗୁ ହୋଇଥିବା ଭିବିଜି ରାମଜୀ ଅଧୀନିୟମ ଅଧୀନରେ ଆଗାମୀ ଦିନରେ କାର୍ଯ୍ୟକାରୀ ହେବାକୁଥିବା ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ସମ୍ପାଦନ ପରିଚାଳନା ପଦ୍ଧତି ବିଷୟରେ ଏହି ବୈଠକରେ ଆଲୋଚନା ହୋଇଥିଲା l ଏହି ଯୋଜନାରେ ଜୁନ୍ ମାସ ପର୍ଯ୍ୟନ୍ତ ସାତ ଲକ୍ଷ ଷାଠିଏ ହଜାର ଶ୍ରମଦିବସ ସୃଷ୍ଟି ପାଇଁ ଲକ୍ଷଧାର୍ଯ୍ୟ ହୋଇଥିବା ବେଳେ ମାତ୍ର ୮୧,୦୮୨ ଶ୍ରମଦିବସ ଯାହାକି ଧାର୍ଯ୍ୟଲକ୍ଷର ୨୪ ପ୍ରତିଶତ ଲକ୍ଷ ହାସଲ ହୋଇଛି l ବାକି ଥିବା ୫,୭୮,୯୧୮ ଶ୍ରମଦିବସ ସୃଷ୍ଟି ପାଇଁ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ସଂପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା l ଜୁଲାଇ ପାଇଁ ୧,୦୧,୦୦୦ ଶ୍ରମଦିବସ ଧାର୍ଯ୍ୟ ହୋଇଥିବାବେଳେ ଏହି ଲକ୍ଷ୍ୟ ହାସଲ ପାଇଁ ଏବଂ ଯୁକ୍ତଧାରା ପୋର୍ଟାଲରେ ପ୍ରକଳ୍ପଗୁଡ଼ିକୁ ମଞ୍ଜୁରି ପ୍ରାପ୍ତ କରାଇବା ପାଇଁ ଜିଲ୍ଲାପାଳ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ l ଅନ୍ତୋଦୟ ଗୃହ ଯୋଜନାରେ ଆବଣ୍ଟିତ ଗୃହଗୁଡିକର ଶୀଘ୍ର ନିର୍ମାଣ କାର୍ଯ୍ୟ ସମାପ୍ତ କରିବା ପାଇଁ ପଦକ୍ଷେପ ନିଆଯିବ l ଓଡ଼ିଶା ଜିବିକା ମିଶନରେ ଅଧିକ ସ୍ୱୟଂସହାୟକ ଗୋଷ୍ଠୀଙ୍କୁ ବ୍ୟାଙ୍କ ସହ ଯୋଡ଼ିବା, ସ୍ୱଚ୍ଛ ଭାରତ ମିଶନ ଅଧୀନରେ ଅଧିକ ଗ୍ରାମକୁ ବାହ୍ୟ ମଳମୁକ୍ତ ଗ୍ରାମ ଘୋଷଣା କରିବା, ଶତ ପ୍ରତିଶତ ଆବର୍ଜନା ସଂଗ୍ରହ ଆଦି ବିଷୟରେ ସମୀକ୍ଷା କରାଯାଇ ବିଭାଗଗୁଡ଼ିକୁ ଧାର୍ଯ୍ୟ ଲକ୍ଷ୍ୟ ହାସଲ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା l ବିକଶିତ ଗ୍ରାମ ବିକଶିତ ଓଡ଼ିଶା ଅଧୀନରେ ବାକି ରହିଯାଇଥିବା ୩୪ ଗୋଟି ପ୍ରକଳ୍ପର ଆକଳନ, ମୂଲ୍ୟାଙ୍କନ, ଖର୍ଚ୍ଚ ପ୍ରତିଶତ ବୃଦ୍ଧି କରିବା, ୨୭ ଗୋଟି ଅଙ୍ଗନବାଡ଼ି କେନ୍ଦ୍ର, ୫ ଟି ମିଶନ୍ ଶକ୍ତି ସୌଧ ଓ ୫ ଟି ବଜାର ଗୃହ ଶୀଘ୍ର ନିର୍ମାଣ ଆରମ୍ଭ କରିବା ପାଇଁ ଜିଲ୍ଲାପାଳ ମୁଖ୍ୟ ଉନ୍ନୟନ ଅଧିକାରୀ ଏବଂ ସମସ୍ତ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ l ମିଶନ ଶକ୍ତି ଗୃହଗୁଡିକ ଶିଘ୍ର ନିର୍ମାଣ କାର୍ଯ୍ୟ ସମାପନ କରି ସ୍ୱୟଂସହାୟକ ଗୋଷ୍ଠୀମାନଙ୍କୁ ଯୋଗାଇଦେବା ଏବଂ ବନ ସୁରକ୍ଷା ସମିତି ଗୃହ ଶୀଘ୍ର ନିର୍ମାଣ କରି ସେମାନଙ୍କୁ ଯୋଗାଇଦେବା ପାଇଁ ନିଷ୍ପତ୍ତି ନିଆଗଲା l ସମସ୍ତ ପ୍ରକଳ୍ପ ଗୁଡିକ ଉପଯୁକ୍ତ ଗୁଣବତ୍ତା ସହିତ ସମୟ ସୀମା ମଧ୍ୟରେ ସମ୍ପନ୍ନ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ l
4