ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଗଡ଼କୁଜଙ୍ଗରେ ବାସି ରଥଯାତ୍ରା।

ଏରସମା, 17/07/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
,ତା,୧୭/୭/ ୨୬ ଏରସମା ବ୍ଲକ୍ ଗଡ଼କୁଜଙ୍ଗ କୁଞ୍ଜବିହାରୀ ଜଗନ୍ନାଥଙ୍କ ରଥଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଛି।ପୁରୀ ଜଗନ୍ନାଥଙ୍କ ରଥଟଣା ପରଦିନ ମହାପ୍ରଭୁଙ୍କ ପାରମ୍ପାରିକ ରୀତିନୀତି ପରେ,ରଥ ପ୍ରତିଷ୍ଠା ଓ ପହଣ୍ଡି ବିଜେ କରାଯାଇଥିଲା।ରାଜା ସମ୍ବିତ ରାଉତ ରଥରେ ଛେରା ପହଁରା କରିବା ପରେ ଅପରାହ୍ନରେ ରଥ ଟଣାଯାଇଥିଲା।ଆଜିର ଉତ୍ସବରେ ଜଗତସିଂହପୁର ଜିଲ୍ଲା ସାଂସଦ ବିଭୁ ପ୍ରସାଦ ତରାଇ,ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା, ଏରସମା ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ମହାପାତ୍ର,କୁଜଙ୍ଗ ବ୍ଲକ ଅଧ୍ୟକ୍ଷା ନିନାରାଣୀ ସାହୁ, ଜିନ୍ଦଲ ଅଧିକାରୀ ମନୋଜ ସିଂ ବାଲିକୁଦା ଏରସମା ନିର୍ବାଚନମଣ୍ଡଳୀରେ ବିଜୁଜନତା ଦଳର ଯୁବ ସଭାପତି ପାର୍ଥ ସାରଥି ରାଉତ ପ୍ରମୁଖ ଯୋଗଦେଇଥିଲେ।ରଥଟଣା ପର୍ବ ଆରମ୍ଭ ହୋଇ ମାମୁଁ ଘର ପାଖରେ ଅଟକିଥିଲା।ଠାକୁରଙ୍କ ମାମୁଁ ଆଇନଜୀବୀ ଅମୃତ ଦାସ ଧୂପ ଦୀପ ଆଳତି ସହିତ ପୂଜାର୍ଚ୍ଚନା କରି ସାରିବା ପରେ ସନ୍ଧ୍ୟାରେ ରଥ ମାଉସୀ ମା'ଙ୍କ ମନ୍ଦିରରେ ପହଞ୍ଚିଛି ଥିଲା।ପରେ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା।ଅଭେୟଚାନ୍ଦପୁର ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳାର ବ୍ୟବସ୍ଥା କରାଯାଇଥିଲା।
4