ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସୁନାଡିଆ ଗ୍ରାମରେ ରଥଯାତ୍ରା।

ଏରସମା, 17/07/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଏରସମା ବ୍ଲକ ଅନ୍ତର୍ଗତ ବାମଦେଇପୁର ପଞ୍ଚାୟତ ସୁନାଡିଆ ଗ୍ରାମ ପ୍ରସିଦ୍ଧ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଛି।ଆଜି ସକାଳେ ମହାପ୍ରଭୁଙ୍କ ପାରମ୍ପାରିକ ରୀତିନୀତି ପରେ,ରଥ ପ୍ରତିଷ୍ଠା ଓ ପହଣ୍ଡି ବିଜେ କରାଯାଇଥିଲା। ରାଜା ସୁଶାନ୍ତ କୁମାର ନାୟକ ରଥରେ ଛେରା ପହଁରା କରିଥିଲେ।ଏହା ପରେ ରଥଟଣା ପର୍ବ ଆରମ୍ଭ ହୋଇ ସନ୍ଧ୍ୟାରେ ରଥ ମାଉସୀ ମା'ଙ୍କ ମନ୍ଦିରରେ ପହଞ୍ଚିଥିଲା। ଏହି ଉତ୍ସବକୁ ଗ୍ରାମର ମୁରବୀ ଯୁବକମାନେ ମିଶି ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିଥିଲେ।ସଂଧ୍ୟାରେ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା।ସମସ୍ତ ଗ୍ରାମବାସୀମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।
12