ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସର୍ବ ପୁରାତନ କାଳରୁ ପାଳନ ହୋଇଆସୁଛି କୁଜଙ୍ଗରେ ମହାପ୍ରଭୁ ଜଗନ୍ନାଥଙ୍କ ଘୋଷ ଯାତ୍ରା।

କୁଜଙ୍ଗ , 17/07/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ମହାଆଡମ୍ବରରେ କୁଜଙ୍ଗ ଶ୍ରୀ ଜଗନ୍ନାଥ ମନ୍ଦିର ଠାରେ ପାଳନ କରାଯାଇଥିଲା ମହାପ୍ରଭୁ ଜଗନ୍ନାଥଙ୍କ ଘୋଷ ଯାତ୍ରା।ଏହି ଘୋଷ ଯାତ୍ରା ରେ ଭକ୍ତମାନେ ପ୍ରଭୁ ଜଗତର ନାଥ ଜଗନ୍ନାଥ, ବଡ଼ ଭାଇ ପ୍ରଭୁ ବଳରାମ , ଭଉଣୀ ମା ଶୁଭଦ୍ରା , ଜଗନ୍ନାଥ ମନ୍ଦିରରୁ ପହଣ୍ଡି ହୋଇ ରଥ ଉପରକୁ ରାଜା ଛେରା ପହଁରା କରି ରଥକୁ ଆଣନ୍ତି। ପ୍ରଭୁ ରଥକୁ ବିରାଜମାନ ହୋଇ ସଂପୂର୍ଣ୍ଣ ଜଗତକୁ ଦର୍ଶନ ଦିଅନ୍ତି।
Article Image
ବିଶ୍ୱର ସବୁ ମନ୍ଦିର ପରି କୁଜଙ୍ଗରେ ମଧ୍ୟ ବାଜା, ବାଣ ଏବଂ ଷଣ୍ଢ ନାଚରେ କୁଜଙ୍ଗ ବଜାର ପରିକ୍ରମା କରି ମାଉସୀ ମା ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରି ମା ଙ୍କ ମନ୍ଦିର ରେ ନିଜ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦିଅନ୍ତି। ଏହି ପବିତ୍ର ରଥଯାତ୍ରା ରେ କୁଜଙ୍ଗ ଜଗନ୍ନାଥ ମନ୍ଦିରର କମିଟି ମେମ୍ବର ଯଥା - ସୂର୍ଯ୍ୟ ନାରାୟଣ ମହାନ୍ତି ;ରାଜା; (ସଭାପତି), ଚିରଞ୍ଜିବୀ ନନ୍ଦ(ଉପସଭାପତି), ସୁଧାଂଶୁ ଶେଖର ସତପଥି (ମ୍ୟାନେଜିଙ୍ଗ୍ କମିଟି ବଳଦେବ ଜୀଉ ବାଳକ ସଂଘ) , ଅନୁରାଗ ପ୍ରଧାନ , ଜଗନ୍ନାଥ ମହାନ୍ତି, ବିଶ୍ୱଜିତ୍ ରାଉତ୍, ଆୟୁଷମାନ ପ୍ରଧାନ, ପ୍ରଣୟ ଖଣ୍ଡୁଆଳ, ମନୋଜ ନାଥ , ନିତିସ୍ କୁମାର ନନ୍ଦ, ଦେବାଶିଷ୍ ପାଣି, ରୋନକ୍ ଗୁପ୍ତା , ରାକେଶ୍ ବରାଳ , ଶିବାନନ୍ଦ ମହାନ୍ତି ଇତ୍ୟାଦି ଯୋଗଦାନ କରି ସଂପୂର୍ଣ୍ଣ କରିଥିଲେ। ପ୍ରତିବର୍ଷ ଏଭଳି ପ୍ରଭୁଙ୍କ ଘୋଷ ଯାତ୍ରା ହେବା ଦ୍ଵାରା କୁଜଙ୍ଗ ଅଞ୍ଚଳରେ ଭାଇଚାରା ମଧ୍ୟ ଅତ୍ୟନ୍ତ ନିବିଡ଼ ହୋଇଥାଏ। ସମସ୍ତ କୁଜଙ୍ଗ ବଜାର ଘଣ୍ଟ ହୁଳହୁଳି ରେ କମ୍ପି ଉଠେ। ଏହି ପରିକ୍ରମା ରେ କୁଜଙ୍ଗର ମୁରବୀ ଏବଂ କୁଜଙ୍ଗ ଥାନାର ପୋଲିସ ମଧ୍ୟ ଶାନ୍ତିଶୃଙ୍ଖଳା ରଖିବାରେ ସହଯୋଗ କରିଥିଲେ।
Article Image
Article Image
9