ପାରାଦୀପ ଗଡ , 17/07/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :

ତା: ୧୭.୦୭.୨୦୨୬ ରିଖ , ଜଗତସିଂହପୁର ଜିଲ୍ଲା ର ଦ୍ଵିତୀୟ ବୃହତ୍ତମ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ - ଅଭିଭାବକ କମିଟି ଗଠନ କରାଯାଇଛି l ବିଭିନ୍ନ ବର୍ଗର ୨୫ ଜଣ ସଦସ୍ୟ, ସଦସ୍ୟା ମାନଙ୍କୁ ଉକ୍ତ କମିଟି ରେ ରହିଛନ୍ତି l ସେମାନଙ୍କ ମଧ୍ୟରୁ ସଭାପତି ଭାବେ ବଳରାମ ମାଝୀ ଓ ଉପ ସଭାନେତ୍ରୀ ଭାବେ ସୁଭସ୍ମିତା ମଙ୍ଗରାଜ ନିର୍ବାଚିତ ହୋଇଛନ୍ତି l ଅନ୍ୟ ମାନଙ୍କ ମଧ୍ୟରେ ଆଲୁମିନି ସଦସ୍ୟ ଭାବେ ସ୍କୁଲ୍ ର ପ୍ରାକ୍ତନ ଛାତ୍ର ତଥା କୁଜଙ୍ଗ ଓକିଲ ସଂଘର ସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା, ବରିଷ୍ଟ ଶିକ୍ଷୟିତ୍ରୀ ଶ୍ରୀମତୀ ଇତିଶ୍ରୀ ସାହୁ, ପ୍ରଧାନ ଶିକ୍ଷୟିତ୍ରୀ କିରଣବାଳା ସାହୁ, ୱାର୍ଡ଼ ସଭ୍ୟା ଗୋଲାପି ସାମଲ, ଅଙ୍ଗନୱାଡ଼ି କର୍ମୀ ଅରୁନ୍ଧତୀ ମିଶ୍ର, ପ୍ରଶାନ୍ତ ସେଠୀ, ମନୋଜ ସାହୁ, ଦୀପକ ନାୟକ, ଚିତ୍ତରଞ୍ଜନ ବର୍ଦ୍ଧନ, ସୁଜାତା ସାହୁ, କୃଷ୍ଣ ଚନ୍ଦ୍ର ନନ୍ଦ, ପ୍ରଶାନ୍ତ ସାମଲ, ମାନସ ବେହେରା, ଲହରୀ ବେହେରା, ସୌଦାମିନୀ ନାୟକ, ସସ୍ମିତା ସାହୁ, ପ୍ରଣତି ବେହେରା, ରେନିଆ ତରାଇ, କୁନମୁନ ଗୋଚ୍ଛାୟତ, ଲିଲିମା ବେହେରା, ବୀଣାପାଣି ସେଠୀ ପ୍ରମୁଖ କମିଟି କୁ ନିର୍ବାଚିତ ହୋଇଥିଲେ l ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଇତିଶ୍ରୀ ସାହୁ ସଭାପତିତ୍ବ କରିଥିବା ବେଳେ ଖେଳ ଶିକ୍ଷକ ରମାକାନ୍ତ ଖଣ୍ଡୁଆଳ ସଭା ସଞ୍ଚାଳନ କରିଥିଲେ l ବରିଷ୍ଟ ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରଭାତ ନଳିନୀ ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ l କମିଟି ପୂର୍ବତନ ସଭାପତି ଶ୍ରୀଯୁକ୍ତ ଜୀବନ ଧନ ବେହେରା ନୂତନ କମିଟି କୁ ଶୁଭେଚ୍ଛା ଜଣାଇ ଥିଲେ l

ଆଗାମୀ ଦିନରେ ଉକ୍ତ ବିଦ୍ୟାଳୟ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ରେ ରୂପାନ୍ତରିତ ହେବ ବୋଲି ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ପ୍ରକାଶ କରିଥିଲେ l