ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସୁନାଡ଼ିଆ ଗ୍ରାମର ପବିତ୍ର ରଥଯାତ୍ରା ମହୋତ୍ସବ -୨୦୨୬ ଅନୁଷ୍ଠିତ।

ଏରସମା, 18/07/2026, ଉତ୍କଳ voice news - utkalvoicenews.com
Article Image
ଏରସମା ବ୍ଲକ ଅନ୍ତର୍ଗତ ବାମଦେଇପୁର ପଞ୍ଚାୟତ ସୁନାଡ଼ିଆ ଗ୍ରାମରେ ପବିତ୍ର ରଥଯାତ୍ରା ମହୋତ୍ସବ ଅତ୍ୟନ୍ତ ଭକ୍ତି, ଶ୍ରଦ୍ଧା ଓ ଆଡ଼ମ୍ବରର ସହିତ ପାଳନ କରାଯାଇଥିଲା। ପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଦିବ୍ୟ ଦର୍ଶନ ପାଇଁ ଗ୍ରାମବାସୀଙ୍କ ସହ ଆଖପାଖ ଗ୍ରାମରୁ ମଧ୍ୟ ବହୁ ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ଯୋଗଦେଇଥିଲେ। ରଥଯାତ୍ରା ସମୟରେ ନାମ ସଂକୀର୍ତ୍ତନ, “ହରିବୋଲ” ଧ୍ୱନି, ହୁଳହୁଳି ଓ ବାଦ୍ୟର ମଧୁର ନିନାଦରେ ସମଗ୍ର ଗ୍ରାମ ଭକ୍ତିମୟ ପରିବେଶରେ ମୁଖରିତ ହୋଇଉଠିଥିଲା। ଢୋଲ, ମୃଦଙ୍ଗ, ଝାଞ୍ଜ ଓ ଘଣ୍ଟର ତାଳରେ ଗ୍ରାମଦାଣ୍ଡ କମ୍ପି ଉଠୁଥିଲା। ଚାରିଆଡ଼େ କେବଳ “ଜୟ ଜଗନ୍ନାଥ” ଓ “ହରିବୋଲ” ଧ୍ୱନିରେ ପରିବେଶ ଆଧ୍ୟାତ୍ମିକ ଆନନ୍ଦରେ ଭରିଯାଇଥିଲା।ଏହି ପବିତ୍ର ମହୋତ୍ସବରେ ଥାକୁର ରାଜା ଭାବେ ଶ୍ରୀ ସୁଶାନ୍ତ ନାୟକ, ଦୈତାପତି ଭାବେ ଶ୍ରୀ ଆଶିଷ ପାତ୍ର ଓ ଶ୍ରୀ ତୁଷାର ପାତ୍ର, ଏବଂ ମାଉସୀ ମା' ଘର ସେବାରେ ଶ୍ରୀ ଶଙ୍କର ଓଝା ନିଷ୍ଠାର ସହିତ ସେବା କରିଥିଲେ।ଏହି ମହୋତ୍ସବକୁ ସଫଳ କରିବାରେ କମିଟି ସଦସ୍ୟ ଶ୍ରୀ ଅନନ୍ତ ନାୟକ, ଶ୍ରୀ କିଶୋର ପାତ୍ର, ଶ୍ରୀ ରାଜେଶ ପାତ୍ର, ଶ୍ରୀ ବିଶ୍ୱମୋହନ ସ୍ୱାଇଁ, ଶ୍ରୀ ଅନିଲ ସ୍ୱାଇଁ, ଶ୍ରୀ ବିକାଶ ପାତ୍ର, ଶ୍ରୀ ରାଜେଶ ଦଳାଇ, ଶ୍ରୀ ସତ୍ୟ ପାତ୍ର, ଶ୍ରୀ ସୁନୀଲ ପାତ୍ର, ଶ୍ରୀ ଜୟରାମ ସ୍ୱାଇଁ, ଶ୍ରୀ ପ୍ରସନ୍ନ ସ୍ୱାଇଁ, ଶ୍ରୀ ଅମିୟ ପାତ୍ର, ଶ୍ରୀ ନୃସିଂହ ପାତ୍ର, ଶ୍ରୀ ଜ୍ଞାନଜ୍ୟୋତି ପାତ୍ର, ଶ୍ରୀ ଜ୍ଞାନରଞ୍ଜନ ରାଉତ, ଶ୍ରୀ ସ୍ମୃତି ରଞ୍ଜନ ଦଳାଇ ଓ ଶ୍ରୀ ଅମର ନାୟକଙ୍କ ସହ ସମସ୍ତ ସୁନାଡ଼ିଆ ଗ୍ରାମବାସୀଙ୍କ ଅକ୍ଳାନ୍ତ ପରିଶ୍ରମ ଓ ସହଯୋଗ ପ୍ରଶଂସନୀୟ ଥିଲା।
Article Image
ଶେଷରେ ମହାପ୍ରଭୁଙ୍କ ରଥ ମାଉସୀ ମା' ଘରରେ ପହଞ୍ଚିବା ପରେ ସମସ୍ତ ଭକ୍ତବୃନ୍ଦ ଏକାଠି ହୋଇ ମହାପ୍ରଭୁଙ୍କ ପବିତ୍ର ପ୍ରସାଦ ସେବନ କରିଥିଲେ। ଏହି ପବିତ୍ର ମିଳନ ଭକ୍ତି, ଭାଇଚାରା ଓ ସାମାଜିକ ଏକତାର ଏକ ଅନନ୍ୟ ଦୃଷ୍ଟାନ୍ତ ସୃଷ୍ଟି କରିଥିଲା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅସୀମ କୃପା ସମସ୍ତଙ୍କ ଉପରେ ସଦା ବର୍ଷିତ ହେଉ।
3