ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମଦ ଗାଡ଼ି ଓଲଟି ହେଲପର ମୃତ। ବେଆଇନ ବାଲି ଉଠାଣ କୁ ନେଇ ଉଠିଲା ପ୍ରଶ୍ନ?

କୁଜଙ୍ଗ , 17/02/2025, ଉତ୍କଳ voice news - utkalvoicenews.com ଘଟଣାରୁ ପ୍ରକାଶ ଯେ କୁଜଙ୍ଗ ଥାନା ଅନ୍ତର୍ଗତ କଟକ ପାରାଦୀପ ରlଜ୍ୟ ରାଜ ପଥର କୁଜଙ୍ଗ ଫାର୍ମ ସାମନାରେ ଏକ ମଦଗlଡି ସୋମବାର ବିଳମ୍ବିତ ରାତ୍ରରେ ଯାନ୍ତ୍ରିକ ତ୍ରୁଟି ହେବାରୁ ଗାଡ଼ିଟି ରାସ୍ତାର ବାମ ପାଶ୍ୱର୍ରେ,ଠିଆ ହୋଇଥିଲା। ବିଳମ୍ବିତ ରାତିରେ ବିଭିନ୍ନ ବାଲି ଘାଟରୁ ବେଆଇନ ଭବେ ବାଲି ଉଠାଣ ଚାଲିଛି। ବାଲି ବୋଝଇ ହାଇୱା ମଧ୍ୟରେ ମଧ୍ଯ ଅଧିକା ଟ୍ରିପ ନେଇ ପ୍ରତିଯୋଗୀତା ଆରମ୍ଭ ହୋଇଯାଇଛି। ଯାହାଫଳରେ ଯାନ୍ତ୍ରିକ ତ୍ରୁଟି ହୋଇ ରାସ୍ତାରେ ଠିଆ ହୋଇଥିବା ମଦ ବୋଝେଇ ଗlଡ଼ିକୁ ଏକ ଅଜଣା ହଇୱା ଧକ୍କା ଦେବl ଫଳରେ ଗାଡିଟି ତାଳଦଣ୍ଡା କେନାଲ ପାର୍ଶ୍ଵ କୁ ପଲଟି ପଡିଥିଲା। ଯାହା ଫଳରେ ବାମ ପାର୍ଶ୍ୱରେ ଠିଆ ହୋଇଥିବା ହେଲପର ଉପରେ ମଦ ଭର୍ତ୍ତି ଗାଡିଟି ପଲଟି ଯାଇଥିଲା ଘଟଣା ସ୍ଥଳରେ ହେଲପରଙ୍କ ମୃତ୍ୟୁ ହୋଇଥିଲା। ଏଠି ପ୍ରଶ୍ନ ଉଠୁଛି ବେଆଇନ ବାଲି ଉଠାଣ କୁ ନେଇ ପ୍ରଶାସନ ଚୁପ୍ କାହିଁକି। ଯଦି ବେଆଇନ ବାଲି ଉଠାଣ ରୋକା ନ ଯାଏ, ବାଲି ବୋଝେଇ ହାଇୱ। ଙ୍କ ପ୍ରତିଯୋଗିତା ଭିତରେ କେତେ ଯେ ଧନ ଜୀବନ ହାନି ହେବ ତାହା ଆଗକୁ ଦେଖିବାକୁ ବାକିରହିଲ। ମୃତ ହେଲପର କଟକ ଜିଲ୍ଲା ଟାଙ୍ଗୀ ଅଞ୍ଚଳର ବୋଲି ଜଣlପଡିଛି।
Article Image
Article Image
Article Image
1