ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସୁଶ୍ରୀ ଶୁଭଶ୍ରୀ ପକ୍ଷରୁ ବୃକ୍ଷ ରୋପଣ

ତିର୍ତ୍ତୋଲ, 18/07/2026, ଉତ୍କଳ voice news - utkalvoicenews.com( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ସୁଶ୍ରୀ ଶୁଭଶ୍ରୀ ସାହିତ୍ୟ ସଂସଦ ପକ୍ଷରୁ ସିହା ଆଞ୍ଚଳିକ ପୂଜ୍ୟ ପୂଜା କାର୍ଯ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ସମ୍ପାଦିକା ଡ଼ଃ ବସନ୍ତ ମଞ୍ଜରୀ ଦାସଙ୍କ ତତ୍ତ୍ୱlବଧାନରେ ଅନୁଷ୍ଠିତ ହୋଇଥିବାବେଳେ ପରିବେଶ ସୁରକ୍ଷା ସମ୍ପର୍କିତ ଏକ ସଚେତନତା ସଭା ସୁଶ୍ରୀ ଶୁଭଶ୍ରୀ ର କାର୍ଯ୍ୟକାରୀ ସଭାପତି ପଣ୍ଡିତ ନାଗୁଚରଣ ଦେବତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବାବେଳେ ମୁଖ୍ୟ ଅତିଥି ଭାବରେ ପରିବେଶ ସୁରକ୍ଷା ଜୀବନ ରକ୍ଷା ଉପରେ ସମ୍ବାଦ ସାହିତ୍ୟଘର ସଭାପତି ମହେଶ୍ୱର ସ୍ୱାଇଁ ଆଲୋକପାତ କରିଥିଲେ l ମୁଖ୍ୟ ବକ୍ତା ଭାବେ ଇଂ ଦୁର୍ଯ୍ୟୋଧନ ସେଠି ପ୍ରାଣୀ ଜଗତ ସୁରକ୍ଷା ନିମିତ୍ତ ଭଗବାନ ପ୍ରଥମେ କଳ୍ପ ବୃକ୍ଷକୁ ଆଧାର କରିଥିବା ବିଷୟ ବେଦରୁ ଉଦ୍ଧାର କରିଥିଲେ l ବରିଷ୍ଠ ନାଗରିକ ଭାବେ ଅରୂପାନନ୍ଦ ସ୍ୱାଇଁ, ଶିକ୍ଷୟିତ୍ରୀ ରଞ୍ଜିତା ମହାନ୍ତି, ଦେବଯାନୀ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ଉପସ୍ଥିତ ଛାତ୍ର ମାନଙ୍କୁ ବୃକ୍ଷ ରୋପଣ ନିମିତ୍ତ ଆହ୍ୱାନ ଦେଇଥିଲେ l ଅତିଥି ମାନଙ୍କ ଦ୍ୱାରା ଗୁଆ, ଜାମୁ୍ଦୋଳ, ପିଜୁଳି, ସଜନା, ଜାମୁ ପ୍ରଭୃତି ଚାରା ରୋପଣ କରାଯାଇଥିଲା ଓ ପରିଶେଷରେ ଏରସମା ପୂଜ୍ୟ ପୂଜା ଟ୍ରଷ୍ଟ ଅଧ୍ୟକ୍ଷ ଯଯାତିକେଶରୀ ସାମନ୍ତରାୟ ଚାରାର ସୁରକ୍ଷା ପାଇଁ ପ୍ରତିଶ୍ରୁତି ପୂର୍ବକ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ l
3