ଜଗତସିଂହପୁର, 18/07/2026, ଉତ୍କଳ voice news - utkalvoicenews.com( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
ଜଗତସିଂହପୁର ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଓ ସାମାଜିକ ଅନୁଷ୍ଠାନ ବାଲିଘର ସାହିତ୍ୟ ସଂସ୍କୃତି ପ୍ରତିଷ୍ଠାନ ଓ ବାଲିଘର ଫାଉଣ୍ଡେସନ ମୁଣ୍ଡିଦା ପକ୍ଷରୁ କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ପଣ୍ଡୁଆ ପଞ୍ଚାୟତର ପଣ୍ଡୁଆ ଉତ୍ତର ତରଫ ମା ଅମ୍ବିକା ସ୍ୱୟଂ ସହାୟୀକା ଗୋଷ୍ଠୀ ଓ ଶ୍ରୀମା ସ୍ୱୟଂ ସହାୟୀକା ଗୋଷ୍ଠୀର ସଦସ୍ୟା ମାନଙ୍କୁ ବିନା ମୂଲ୍ୟରେ ଚାରା ବଣ୍ଟନ କରାଯାଇଛି। ଫାଉଣ୍ଡେସନର ଅଧ୍ୟକ୍ଷ କୈଳାସ ଚନ୍ଦ୍ର ସ୍ୱ।ଇଁଙ୍କ ତତ୍ୱ।ବଧାନରେ ସ୍ୱୟଂ ସହାୟକା ଗୋଷ୍ଠୀର ସଦସ୍ୟା ପ୍ରତିମା ବରାଳ,ଗୋଲାପ ରାଣୀ ସାହୁ, ସତ୍ୟଭାମା ବରାଳ, ବାସନ୍ତୀ ବରାଳ,ନୟନା ମଲ୍ଲିକ, ସରୋଜିନୀ ବରାଳ,ରୀନାରାଣୀ ବରାଳ,ରେଣୁବାଳା ସାହୁ, ଡ଼ଲିମା ସାହାଣୀ, କନକଲତା ସାହୁ, ମେନକା ସାହୁ, ପ୍ରମିଳା ମହାନ୍ତି,ରୀନା ବରାଳ, ସଲ୍ଲିଳା ମଲ୍ଲିକ, ପ୍ରମିଳା ମଲ୍ଲିକ ଓ କମଳା ମଲ୍ଲିକ ପ୍ରମୁଖଙ୍କୁ ବିଭିନ୍ନ ଗଛ ଆରାହଦେଇ ତାକୁ ଯତ୍ନର ସହ ବଞ୍ଚାଇ ରଖିବା ପାଇଁ ପରାମର୍ଶ ଦେଇଥିଲେ। ବର୍ତ୍ତମାନ ସାରା ପୃଥିବୀରେ ଦେଖାଦେଇଥିବା ଜଳବାୟୁରେ ପରିଵର୍ତନ, ପାଣିପାଗର ଅନିୟମିତତା, ଅମ୍ଳଜାନର ଅଭାବ ସର୍ବୋପରି ପରିବେଶ ପ୍ରଦୂଷଣ ଯୋଗୁଁ ଧ୍ୱଂସ ମୁଖକୁ ଅଗ୍ରସର ହେଉଥିବା ପୃଥିବୀକୁ ରକ୍ଷା କରିବା ପାଇଁ ବୃକ୍ଷ ରୋପଣ ଏକ ମାତ୍ର ବିକଳ୍ପ ବୋଲି ଶ୍ରୀ ସ୍ୱାଇଁ ବୁଝାଇଥିଲେ।