ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଅକ୍ଟୋବର ୧୫ ସୁଦ୍ଧା ମାଗଣା ରବିଚାଷ ପାଇଁ ବିହନ ଯୋଗାଇଦେବା ପାଇଁ ଦାବି: ପୋଷ୍ଟ କାର୍ଡ ମାଧ୍ୟମରେ ସରକାରଙ୍କୁ ଚାଷୀ ଙ୍କ ଅନୁରୋଧ

କଳାହାଣ୍ଡି, 18/07/2026, ଉତ୍କଳ voice news - utkalvoicenews.com(ତ୍ରିନାଥ ବେଶ୍ରା ଙ୍କ ରିପୋର୍ଟ ) :
Article Image
ଆତ୍ମଶକ୍ତି ଟ୍ରଷ୍ଟ ଆନୁକୁଲ୍ୟରେ ରାଜ୍ୟର ୧୭ଟି ଜିଲ୍ଲାରେ ଚାଷୀ ସଶକ୍ତିକରଣ ନିମନ୍ତେ ଦୀର୍ଘ ୪ ବର୍ଷ ହେବ 'ପଡ଼ିଆରୁ ବଢ଼ିଆ' ଅଭିଯାନ ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ଚଳିତ ବର୍ଷ ମଧ୍ୟ କଳାହାଣ୍ଡି ଜିଲ୍ଲାରେ 'ନାଗରିକ ବିକାଶ ସଂଗଠନ'ର ସହଯୋଗରେ ସ୍ଥାନୀୟ ଚାଷୀ ଭାଇ ଓ ଭଉଣୀମାନେ ଏକ ଅଭିନବ ଅଭିଯାନ ଆରମ୍ଭ କରିଛନ୍ତି। ଆଗାମୀ ରବି ଋତୁରେ ମାଗଣା ବିହନ ଯୋଗାଇ ଦେବା ଅନୁରୋଧରେ ଶତାଧିକ ଚାଷୀ ପୋଷ୍ଟକାର୍ଡ ମାଧ୍ୟମରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର କୃଷି ମନ୍ତ୍ରୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ମାନ୍ୟବର ରାଜ୍ୟପାଳଙ୍କୁ ଚିଠି ଲେଖି ଗୁହାରି ଜଣାଇଛନ୍ତି। ​ଗତ ରବି ଋତୁରେ (ସି.ଆର୍.ଏଫ୍.ଏମ୍. )ଯୋଜନା ଅଧୀନରେ ମାଗଣା ବିହନ ଯୋଗାଣ ଯୋଗୁଁ କଳାହାଣ୍ଡି ଜିଲ୍ଲାର ଚାଷୀମାନେ ଦ୍ଵିତୀୟ ଫସଲ କରି ବେଶ୍ ଉପକୃତ ହୋଇଥିଲେ। ଏଥିପାଇଁ ସଂଗଠନ ପକ୍ଷରୁ ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି। ଏହାସହିତ କେନ୍ଦ୍ର ସରକାରଙ୍କ 'ଆତ୍ମନିର୍ଭର ଚାଷୀ ମିଶନ ୨୦୨୫-୨୬' କୁ ଏକ ପ୍ରଶଂସନୀୟ ଓ ସ୍ଵାଗତଯୋଗ୍ୟ ପଦକ୍ଷେପ ବୋଲି ଅଭିହିତ କରି ଚାଷୀମାନେ ଖୁସି ବ୍ୟକ୍ତ କରିଛନ୍ତି।
Article Image
​ ତେବେ ଚାଷୀମାନେ ଅଭିଯୋଗ କରିଛନ୍ତି ଯେ, ଚଳିତ ବର୍ଷ ଅଧିକ ନିବେଶ ଓ ଚାଷ ଖର୍ଚ୍ଚ ଯୋଗୁଁ ଅନେକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଦ୍ଵିତୀୟ ଫସଲ କରିବାରୁ ବଞ୍ଚିତ ହୋଇଛନ୍ତି। ତେଣୁ ଆଗାମୀ ରବି ଋତୁ ପାଇଁ କଳାହାଣ୍ଡି ଜିଲ୍ଲା ର ସମସ୍ତ ଯୋଗ୍ୟ ଚାଷୀଙ୍କୁ ସି.ଆର୍.ଏଫ୍.ଏମ୍. ଯୋଜନା ଅଧୀନରେ ଆସନ୍ତା ଅକ୍ଟୋବର ୧୫ ତାରିଖ ସୁଦ୍ଧା ମାଗଣା ଓ ଗୁଣବତ୍ତାପୂର୍ଣ୍ଣ ବିହନ ଯୋଗାଇ ଦେବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପୋଷ୍ଟକାର୍ଡ ମାଧ୍ୟମରେ ବିନମ୍ର ଅନୁରୋଧ କରାଯାଇଛି।
3