ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସ୍ବାମୀ ଯଜ୍ଞେଶ୍ଵରାନନ୍ଦ ମହାରାଜ ଙ୍କ ୬୨ତମ ଜନ୍ମୋତ୍ସବ ପାଳିତ

ଯାଜପୁର / ବଡ଼ଚଣା, 19/07/2026, ଉତ୍କଳ voice news - utkalvoicenews.com( ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :
Article Image
ଛତିଆ ସ୍ଥିତ ଉଦାସ ଆଶ୍ରମର ପ୍ରତିଷ୍ଟାତା ପରମପୂଜ୍ୟ ଗୁରୁଦେବ ସ୍ଵାମୀ ଯଜ୍ଞେଶ୍ବରାନନ୍ଦ ମହାରାଜ ଙ୍କ ୬୨ତମ ଜନ୍ମୋତ୍ସବ ଆଶ୍ରମ ପରିସରରେ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ପ୍ରଭାତରୁ ମହାପ୍ରଭୁ ଶୁନ୍ୟବାସୀ ଙ୍କ ଶୋଡ଼ସ ଉପଚାର ପୂଜା, ଚତୁର୍ଦ୍ଧା ମୂର୍ତ୍ତି ଙ୍କ ଷୋଡଶ ଉପଚାର ପୂଜା, ଗୁରୁଦେବ ଙ୍କ ଅଭିଷେକ ପୁଜା ସହିତ ଅଖଣ୍ଡ ନାମ ସଂକୀର୍ତ୍ତନ, ଯଜ୍ଞାହୁତି ପ୍ରଦାନ, ସନ୍ଥସମ୍ମିଳନୀ,ସ୍ୱାସ୍ଥ୍ୟସେବା ଶିବିର ଆଦି ଅନୁଷ୍ଟିତ ହୋଇଥିଲା। ଏହି ଅବସରରେ ସ୍ମିତି ମଞ୍ଜରୀ ନାୟକଙ୍କ ଦ୍ବାରା ରଚିତ "କିଏ ଏଇ ବାବା "ପୁସ୍ତକ ଉନ୍ମୋଚିତ ହୋଇଥିଲା। ଏହି ସମାସ୍ତ କାର୍ଯକ୍ରମ କୁ ଆଶ୍ରମର ମହନ୍ତ ସ୍ଵାମୀ ଦିବ୍ୟାଲୋଚନ ଦାସ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଟିତ ହୋଇଥିଲା। ଏଥିରେ ସ୍ଵାମୀ ଗିରିଜା ନନ୍ଦନ ପର୍ବତ, ସିତାରାମ ବାବା, ଉଦ୍ଧବ ଦାସ ଶ୍ୟାମ ବାବା, ଜଗନ୍ନାଥ୍ ଦାସ, ପ୍ରମୁଖ ଅନେକ ସାଧୁସନ୍ଥ,ସମାଜସେବୀ ଗୋଲଖ ଚନ୍ଦ୍ର ମହାପାତ୍ର, ଆଇନଜୀବି ଶୁଭ୍ରାଂଶୁ ମହାନ୍ତି, ସସ୍ମିତା ମହାପାତ୍ର, ଫାଲଗୁନ ବିଶ୍ବାଳ,ବରିଷ୍ଟ ସାମ୍ବାଦିକ ବେଣୁଧର ପଣ୍ଡା, ପ୍ରମୁଖ ଯୋଗଦେଇ ଥିଲେ। ଏଥିରେ ଆଶ୍ରମର ସ୍ଵାମୀ ପଦ୍ମ ଲୋଚନ, ଉଦାସ ପନ୍ଥି ସୁଧାଂଶୁ ଶେଖର ନାୟକ, ବିଜୟ କୁମାର ପଣ୍ଡା, ଶଶି ଭୂଷଣ ନାୟକ, ହରିହର ସାମଲ, ନୀଳମଣି ପଣ୍ଡା , ଅକ୍ଷୟ କୁମାର ତ୍ରିପାଠୀ, ଶିବ ପ୍ରାସାଦ ମହାନ୍ତି,, ଭାଗିରଥି ସ୍ବାଇଁ, ଅକ୍ଷୟ ବିଶ୍ବାଳ, ଶ୍ରୀକାନ୍ତ ପ୍ରହରାଜ, ଦେବେନ୍ଦ୍ର ଦାସ ପ୍ରମୁଖ ସହଯୋଗ କରିଥିଲେ।
14