ପାରାଦୀପ ଗଡ, 18/02/2025, ଉତ୍କଳ voice news - utkalvoicenews.com
ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ଏକ ବୃହତ୍ ଗ୍ରାମ ପଞ୍ଚାୟତ l ଉକ୍ତ ଗ୍ରାମରେ ୧୧ ଗୋଟି ରାଜସ୍ଵ ଗ୍ରାମ ରହିଛି l ଉକ୍ତ ପଞ୍ଚାୟତ ର ଚତୁର୍ପାଶ ରେ ଶହଶହ ସଂଖ୍ୟାରେ କଳ କାରଖାନା ଗଢ଼ି ଉଠୀ ଥିବାରୁ ଓ ସମୁଦ୍ର ରୁ ବିପୁଳ ପରିମାଣରେ ବାଲି ଡ୍ରେଜିଂ ହେବା କାରଣରୁ ଭୂତଳ ଜଳ ଲବଣାକ୍ତ ହୋଇ ଯାଇଛି l
ପଞ୍ଚାୟତ ର ୧୧ ଗୋଟି ରାଜସ୍ଵ ଗ୍ରାମରେ ପାନୀୟ ଜଳ ର ଉତ୍କୁଟ ଅଭାବ ଥିବାରୁ ପଞ୍ଚାୟତ ତରଫରୁ ପାରାଦୀପ ଗଡ, ଚକ୍ରଧରପୁର, ଚୂନ ବେଲାରୀ, କତକୁଲା ଗ୍ରାମ କୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଇ ଦିଆ ଯାଉଛି ଏବଂ ରଙ୍ଗିଆଗଡ, ରାମ ଚଣ୍ଡୀ ପଡା, ଚନକଣ ଗ୍ରାମ କୁ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇ ଦିଆ ଯାଉଛି l
ଏହାସତ୍ତ୍ୱେ ମଧ୍ୟ ଅନେକ ସମୟରେ ତାଳଦଣ୍ଡା କେନାଲ ରେ ପାଣି ଆସୁ ନ ଥିବାରୁ ଏବଂ ଫେବୃଆରୀ ମାସରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି ସରପଞ୍ଚ ଶ୍ରୀମତି ସସ୍ମିତା ବେହେରା ପଞ୍ଚାୟତ ର ଜଳ କ୍ଲିଷ୍ଟ୍ ଅଞ୍ଚଳ ରେ ଟ୍ୟାଙ୍କର ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେଉଛନ୍ତି। ଏହି ପ୍ରକିୟା ମଇ ମାସ ୩୧ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ସରପଞ୍ଚ ଶ୍ରୀମତି ବେହେରା ପ୍ରକାଶ କରିଛନ୍ତି l ଏହି କାର୍ଯ୍ୟକ୍ରମରେ ଶ୍ରୀ ରମେଶ ଚନ୍ଦ୍ର ବେହେରା, ବିପ୍ଲବ ମଲ୍ଲିକ, ଅଲେଖ ମହlରଥା ପ୍ରମୁଖ ଉପସ୍ଥିତ ଥିଲେ l