ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ନିଟ ପରୀକ୍ଷାରେ ଶିବପ୍ରକାଶଙ୍କ ସଫଳତା

ଯାଜପୁର / ବଡ଼ଚଣା, 19/07/2026, ଉତ୍କଳ voice news - utkalvoicenews.com( ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) ଚଳିତ ବର୍ଷ ନିଟ ୨୦୨୬ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ବଡ଼ଚଣା ବ୍ଲକ ଅନ୍ତର୍ଗତ ମଝିପଡା ପଞ୍ଚାୟତ ବନମାଳିପୁର ଗ୍ରାମର ଶିବ ପ୍ରକାଶ ଖୁଣ୍ଟିଆ ଉଲ୍ଲେଖନୀୟ ସଫଳତା ହାସଲ କରି ବଡ଼ଚଣା ପାଈଁ ଗୌରବ ଆଣିଛନ୍ତି। ଏହି ସର୍ବଭାରତୀୟ ସ୍ତରୀୟ ପରୀକ୍ଷାରେ ଶିବ ମୋଟ ୭୨୦ ନମ୍ବରରୁ ୫୭୫ ମାର୍କ ରଖି ସର୍ବ ଭାରତୀୟ ସ୍ତରରେ କୃତି ହାସଲ କରିଛନ୍ତି। ଶିବ ଜନକ ବିଦ୍ୟାଳୟର ଶିକ୍ଷକ ଦୁର୍ଯ୍ୟଧନ ଖୁଣ୍ଟିଆ ଓ ପ୍ରମିଳା ଖୁଣ୍ଟିଆଙ୍କ ସୁପୁତ୍ର। ତାଙ୍କର ଏହି ସଫଳତା ପାଇଁ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇ ଥିବା ବେଳେ ବନମାଳିପୁର ଗ୍ରାମର ଅନେକ ଗ୍ରାମବାସୀ ତାଙ୍କ ବାସଭବନରେ ପହଞ୍ଚି ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସ୍ବାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି। ଭବିଷ୍ୟତରେ ସେ ଜଣେ ଆଦର୍ଶ ଡାକ୍ତର ହେବା ସହ ସମାଜର ଅବହେଳିତ, ନିଷ୍ପେସିତ, ଅସହାୟ ଗରିବ ଲୋକଙ୍କ ସେବା କରିବା ନେଇ ମତବ୍ୟକ୍ତ କରିଛନ୍ତି।
Article Image
8