ଏରସମା, 19/07/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ )
ତା - ୧୮/୭/୨୦୨୬ :

ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ଏରସମା ବ୍ଲକ ଅଧିନସ୍ଥ ଓଡିଶା ଆଦର୍ଶ ବିଦ୍ୟାଳୟ ସିହା ପରିସର ମଧ୍ୟରେ ଶିକ୍ଷକ ଓ ଅଭିଭାବକମାନଙ୍କୁ ନେଇ ଏକ ବିଶେଷ ସଭା ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ସନ୍ଦୀପ୍ତ ଅଧିକାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ଗଣିତ ଅଧ୍ୟାପକ ଶିବଶକ୍ତି ପ୍ରିୟରଞ୍ଜନ ସାହୁ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲା ବେଳେ ଅଭିଭାବକ ସଂଘ ମଧ୍ୟରୁ ଅବସରପ୍ରାପ୍ତ ଡାକ ଅଧିକାରୀ ଅରୂପାନନ୍ଦ ସ୍ୱାଇଁ ଆଧୁନିକ ଶିକ୍ଷାରେ AI ର ଭୂମିକା କିପରି ଶିକ୍ଷକମାନଙ୍କର କର୍ତ୍ତବ୍ୟକୁ ସଂକୁଚିତ କରି ପାଠ୍ୟ ପୁସ୍ତକ ତ୍ରୁଟି ପାଇଁ ଦାୟୀ ସେ ବିଷୟରେ ମର୍ମସ୍ପର୍ଶି ବକ୍ତୃତା ପ୍ରଦାନ କରିଥିଲେ। ବିଶିଷ୍ଟ ସମାଜସେବୀ ତଥା ସୁସାହିତ୍ୟିକ ପ୍ରଶାନ୍ତ କୁମାର ସେଠୀ ଆଦର୍ଶ ବିଦ୍ୟାଳୟ ଆଦର୍ଶ ଛାତ୍ର ଗଠନରେ ଶିକ୍ଷକ ଓ ଅଭିଭାବକମାନଙ୍କର ଭୂମିକା ଦିଗରେ ଆଲୋକପାତ କରିଥିବା ବେଳେ ପୂର୍ବତନ ସରପଞ୍ଚ ଧ୍ଵଜରାଜ ଖଣ୍ଡୁଆଳ ନୂତନ ଶିକ୍ଷକମାନଙ୍କର ଉପସ୍ଥିତ ଆଦର୍ଶ ବିଦ୍ୟାଳୟ ଶିକ୍ଷା ମାନଦଣ୍ଡକୁ ଅଧିକ ଦୃଢ଼ୀଭୂତ କରିବ ବୋଲି ଆଶା ବ୍ୟକ୍ତ କରିଥିଲେ। ଅବସର ପ୍ରାପ୍ତ ଇଞ୍ଜିନିଅର ଦୁର୍ଯ୍ୟୋଧନ ସେଠୀ ଷଷ୍ଠ ଶ୍ରେଣୀରେ ନାମ ଲେଖାଇ ଥିବା ପିଲାମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ। ଆଦର୍ଶ ବିଦ୍ୟାଳୟରେ ନୂତନ ଭାବେ ଯୋଗଦାନ କରିଥିବା ମୋନାଲିସା ଜେନା, ପ୍ରଭାସିନୀ ନାୟକ, ଶୁଭସ୍ମିତା ମୁଦୁଲି, ପୂଜାରାଣୀ ସାହୁ, ଗୀତିକ୍ରୀଷ୍ଣା ସାହୁ, ଖେଳ ଶିକ୍ଷକ ଅନାଦି ଚରଣ ବେହେରାଙ୍କୁ ପୁରାତନ ଶିକ୍ଷକ ଏମ ଟି ଉଷ୍ମଶ୍ରୀ, ଚନ୍ଦନ ଖଟୁଆ, ବବୁଲ ପ୍ରଧାନ, ସ୍ୱାଗତ ମନ୍ତ୍ରୀଙ୍କ ଗହଣରେ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଅଭିଭାବକମାନଙ୍କ ମଧ୍ୟରେ ସୁବ୍ରତ ଦାସ, ରଞ୍ଜନ ବଳ, କାର୍ତ୍ତିକ ଚନ୍ଦ୍ର ସାହୁ, ପ୍ରଦୀପ ଦାସ,ଚିନ୍ମୟ ପ୍ରଧାନ, ନିଶିକାନ୍ତ ଜେନା,
ଅକ୍ଷୟ ପରିଡା, ବିକାଶ ସ୍ୱାଇଁ , ବିଜୟ ଦାସ, ପୂଜାରାଣୀ ଜେନା, ରଞ୍ଜନ ଖଟୁଆ,
ସୁଦର୍ଶନ ସ୍ୱାଇଁ ଙ୍କ ସହିତ ଆହୁରି ଶତାଧିକ ଅଭିଭାବକ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ। ଶେଷରେ ଇଂରାଜୀ ପ୍ରାଧ୍ୟାପିକା ଉଷ୍ମଶ୍ରୀ ଧନ୍ୟବାଦ ଅର୍ପଣ କରି ଶେଷସ୍ପର୍ଶ ପ୍ରଦାନ କରିଥିଲେ।