ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବିଦ୍ୟାଳରେ ବସିଲା ହାଟ",ଆସ ବୁଲିଯିବା ଗାଁ ହାଟକୁ"

ଜଗତସିଂହପୁର, 19/07/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) :
Article Image
ଜଗତସିଂହପୁର ଜିଲ୍ଲାର ସରକାରୀ ଉଚ୍ଚ ବିଦ୍ୟାଳୟ ଆଳିପିଙ୍ଗଳ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଶିକ୍ଷାର ଏକ ଅଭିନବ ପ୍ରୟାସ। ପାଠ୍ୟ ପୁସ୍ତକରୁ ବାହାରି ପିଲାମାନଙ୍କୁ ଅନୁଭବ ଭିତ୍ତିକ ଶିକ୍ଷା ଦେବା ଲକ୍ଷ୍ୟରେ ବିଦ୍ୟାଳୟ ପରିସରକୁ ପାଲଟି ଦିଆଯାଇଥିଲା ଏକ ଗ୍ରାମୀଣ ହାଟରେ। ଆସନ୍ତୁ ଦେଖିବା ଏହି ସ୍ୱତନ୍ତ୍ର ଆମର ଏହି ରିପୋର୍ଟ।ପିଲାମାନଙ୍କ ମଧ୍ୟରେ ବ୍ୟବହାରିକ ଜ୍ଞାନର ବିକାଶ ଏବଂ ଅନୁଭବ ଭିତ୍ତିକ ଶିକ୍ଷଣକୁ ପ୍ରୋତ୍ସାହନ ଦେବା ପାଇଁ ସରକାରୀ ଉଚ୍ଚ ବିଦ୍ୟାଳୟ, ଆଳିପିଙ୍ଗଳ ପକ୍ଷରୁ ଆୟୋଜନ କରାଯାଇଥିଲା ଏକ ନିଆରା କାର୍ଯ୍ୟକ୍ରମ— "ଆସ ବୁଲିଯିବା ଗାଁ ହାଟକୁ"। ଏହି ଅବସରରେ ସମ୍ପୂର୍ଣ୍ଣ ବିଦ୍ୟାଳୟ ପରିସରକୁ ଏକ ଗ୍ରାମୀଣ ହାଟର ରୂପ ଦିଆଯାଇଥିଲା। ୫୨ ଜଣ ଛାତ୍ରଛାତ୍ରୀ ବ୍ୟବସାୟୀର ଭୂମିକାରେ ଅବତୀର୍ଣ୍ଣ ହୋଇ ବିଭିନ୍ନ ପନିପରିବା, ଫଳ, ଖାଦ୍ୟ ସାମଗ୍ରୀ ଓ ଦୈନନ୍ଦିନ ବ୍ୟବହାର୍ଯ୍ୟ ସାମଗ୍ରୀ ବିକ୍ରି କରିଥିଲେ। ସେହିପରି ବିଦ୍ୟାଳୟର ଅନ୍ୟ ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ କ୍ରେତା ଭାବେ ଅଂଶଗ୍ରହଣ କରି କିଣାବିକା କରିଥିଲେ।ଏହି ଅଭିନବ କାର୍ଯ୍ୟକ୍ରମ ମାଧ୍ୟମରେ ପିଲାମାନେ ଟଙ୍କାର ହିସାବ, ଲାଭ-କ୍ଷତିର ଆକଳନ, ଓଜନ ଓ ମାପର ଏକକ, ବଜାର ଦର ସମ୍ପର୍କରେ ବ୍ୟବହାରିକ ଜ୍ଞାନ ଆହରଣ କରିବାର ସୁଯୋଗ ପାଇଥିଲେ।"ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ହେଉଛି ପିଲାମାନଙ୍କୁ ପୁସ୍ତକୀୟ ଜ୍ଞାନ ସହିତ ବାସ୍ତବ ଜୀବନର ଅନୁଭବ ପ୍ରଦାନ କରିବା। ଏହା ଦ୍ୱାରା ସେମାନଙ୍କ ମନରେ ଗାଁ ପ୍ରତି ଶ୍ରଦ୍ଧା ଓ ଗ୍ରାମବାସୀଙ୍କ ସହ ସୁସମ୍ପର୍କ ଗଢ଼ିଉଠିବ।"ଜାତୀୟ ଶିକ୍ଷା ନୀତି-୨୦୨୦ର ମୂଳ ଭାବନାକୁ ଆଧାର କରି ଆୟୋଜିତ ଏହି କାର୍ଯ୍ୟକ୍ରମ ପିଲାମାନଙ୍କ ଗଣିତ ଶିକ୍ଷାକୁ ଅଧିକ ସହଜ, ଆକର୍ଷଣୀୟ ଓ ବ୍ୟବହାରିକ କରିବା ସହ ଗାଁ ଓ ଗ୍ରାମୀଣ ଜୀବନ ପ୍ରତି ସେମାନଙ୍କ ଆତ୍ମୀୟତା ବୃଦ୍ଧି କରିବ ବୋଲି ପ୍ରଧାନ ଶିକ୍ଷକ କହିଛନ୍ତି । ଅପରପକ୍ଷରେ ଜିଲ୍ଲା ଶିକ୍ଷା ଅଧିକାରୀ ମଧ୍ୟ ଏହି ଗ୍ରାମୀଣ ହାଟ ପରିଦର୍ଶନ କରିବା ସହିତ ଏଭଳି ନିଆରା ପ୍ରୟାସ କୁ ପ୍ରଶଂସା କରିଛନ୍ତି ।ଶିକ୍ଷାକୁ ଅଧିକ ଜୀବନ୍ତ, ଆନନ୍ଦଦାୟକ ଓ ବ୍ୟବହାରିକ
Article Image
Article Image
Article Image
11