ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଶ୍ରୀ ଶ୍ରୀ ମଦନ ମୋହନ ଜୀଉ ରଥଯାତ୍ରା ପରିଚାଳନା ପରିଷଦ ଦ୍ୱାରା ଆୟୋଜିତ ଚଳିତ ଘୋଷ ଯାତ୍ରା

ରାହାମା, 20/07/2026, ଉତ୍କଳ voice news - utkalvoicenews.com( କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
ଶ୍ରୀ ଗୁଣ୍ଡିଚା ମନ୍ଦିର ରାହାମା ର ସାସ୍କୃତିକ ମଞ୍ଚରେ ଆଜି କୁନି କୁନି କଳାକାର ମାନଙ୍କ ଦ୍ୱାରା ଓଡିଶୀ ନୃତ୍ୟ ପରିବେଷଣ କାର୍ଯ୍ୟକ୍ରମ ପରେ ବରଣ୍ୟ ପ୍ରବଚକ ପଣ୍ଡିତ ପ୍ରମୋଦ କୁମାର ପଣ୍ଡା ନିଖିଳ ଓଡିଶା ପ୍ରବଚକ ମହାସଂଘ ର ସଭାପତି ଓ ବାଦ୍ୟ କାର ସାଥିମାନଙ୍କ ଦ୍ୱାରା ମହାପ୍ରଭୁଙ୍କୁ ସମର୍ପିତ ପ୍ରବଚନ ଉପସ୍ଥିତ ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ପ୍ରଦାନ କରାଯାଇଥିଲା।ଅନୁଷ୍ଠାନର ସମ୍ପାଦକ ସମାଜସେବୀ ଡ଼ ସୁନାକର ବେହେରା ଙ୍କ ମଞ୍ଚ ସଂଚାଳନ ରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ମଞ୍ଚରେ ବରଣ୍ୟ ଅତିଥି ମାନଙ୍କ ମଧ୍ୟରେ ସମାଜ ସଂସ୍କାରକ, ବିଶିଷ୍ଟ ପରିବେଶ ବିଦ ପଦ୍ମଶ୍ରୀ ପୂଜ୍ୟ ପୂଜକ ଶ୍ରୀମଦ ବାବା ବଳିଆଙ୍କ ପ୍ରିୟ ରାମାୟଣୀ ପଣ୍ଡିତ ଅଭୟ କୁମାର ଦାଶ,ସରକାରୀ ଓକିଲ ତଥା ମୁକ୍ତିମନ୍ତ୍ର ସତ୍ୟଶ୍ରମ ଚାରିଟେବୁଲ ଟ୍ରଷ୍ଟ ଅଧ୍ୟକ୍ଷ କିଶୋର ଚନ୍ଦ୍ର ଶତପଥି ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ସଭାପତି ରବିନାରାୟଣ ସାହୁ,ବଜାରକମିଟି ରାହାମା ର ସଭାପତି ଶିଶିର କୁମାର ଦାସ, ଉପଦେଷ୍ଟା ଈଶ୍ୱର ଚନ୍ଦ୍ର ସାହୁ,ଭିକାରି ଚରଣ ସେନାପତି,ଶିକ୍ଷକ ବିନୋଦ କୁମାର ମୁଦୁଲି, ପ୍ରଦୀପ କୁମାର ସାହୁ, ମନୋହର ସ୍ୱାଇଁ, କିଶୋରି ଦାସ,ସମାଜସେବୀ ବିବେକ ମହାନ୍ତି ବାବୁଲା ସାହୁ, ସାମ୍ବାଦିକ ଦେବାଶିଷ ଅକ୍ଷୟ କୁମାର ଦାସ, କୈଳାସ ଚନ୍ଦ୍ର ନାୟକ, ପ୍ରଦୀପ କୁମାର ରାଉତ,ବଇଁଶୀଧର କୁଣ୍ଡୁ,
8