ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବ୍ରହ୍ମ ଜଗନ୍ନାଥ ମିଶନ ତାଳଦଣ୍ଡା ମାଉସୀ ମା" ମନ୍ଦିରରେ ଯୋଗଦେଲେ ଆଇନମନ୍ତ୍ରୀ

କୁଜଙ୍ଗ / ତାଳଦଣ୍ଡା, 20/07/2026, ଉତ୍କଳ voice news - utkalvoicenews.comତା - 19/07/2026 :
Article Image
ଜଗତସିଂହପୁର ଜିଲ୍ଲା ଅଧିନ କୁଜଙ୍ଗ ଥାନା ଅନ୍ତର୍ଗତ ତାଳଦଣ୍ଡା ବଜାରରେ ଥିବା ମାଉସୀ ମା" ମନ୍ଦିରରେ ବ୍ରହ୍ମ ଜଗନ୍ନାଥ ମିଶନ ତରଫରୁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ବ୍ରହ୍ମ ଜଗନ୍ନାଥ ମିଶନ ଟ୍ରଷ୍ଟ ଅଧ୍ୟକ୍ଷ କ୍ୟାପଟେନ୍ ସଞ୍ଜୀବ କୁମାର ମୁଦୁଲିଙ୍କ ତତ୍ତ୍ୱାବଧାନରେ ମୁଖ୍ୟ ଅତିଥି ଭାବେ ଓଡିଶାର ଆଇନ ନିର୍ମାଣ ଓ ଅବକାରୀ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ ବକ୍ତବ୍ୟ ରଖିଥିଲେ ଶ୍ରୀଜଗନ୍ନାଥ ହେଉଛନ୍ତି କୋଟି ଓଡ଼ିଆ ର ପ୍ରାଣ ବିନ୍ଦୁ ! ଶ୍ରୀଜଗନ୍ନାଥ ଙ୍କ ପ୍ରତ୍ୟେକ ଲୀଳା କ୍ଷେତ୍ରକୁ ସରକାର ବିକଶିତ କରିବାର ଯୋଜନା କରିଛନ୍ତି । ପ୍ରତ୍ୟେକ ଜଗନ୍ନାଥ ମନ୍ଦିର ରେ ସ୍କନ୍ଦ ପୁରାଣ ପାରାୟଣ ପାଇଁ ନିବେଦନ ରଖିଥିଲେ ମାନ୍ୟବର ମନ୍ତ୍ରୀ । ଉଦଘାଟକ ଅତିଥି ଭାବେ ଯୋଗ ଦେଇଥିଲେ ବିଶିଷ୍ଟ ସିନେ ଅଭିନେତ୍ରୀ ଅନୁ ଚୌଧୁରୀ , ମୁଖ୍ୟବକ୍ତା ଭାବେ ସିନେ ନିର୍ଦେଶକ ଡ଼ ହିମାଂଶୁ ଖଟୁଆ , ବିଶିଷ୍ଟ ଅତିଥି ଭାବେ ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସଂସଦ ସଭାପତି ତାପସ ରାଜ ମହାରଣା, ହାସ୍ୟଅଭିନେତା ତ୍ରିଭୁବନ ପଣ୍ଡା , ମହ୍ଲାସାହି ସରପଞ୍ଚ ଧ୍ରୁବ ଚରଣ ନାୟକ ପ୍ରମୁଖ ଯୋଗଦେଇଥିଲେ । ସୀମନ୍ତିନି ଜେନା ସଭାପତିତ୍ବ କରିଥିବା ବେଳେ ମଞ୍ଚ ସଂଚାଳନ କରିଥିଲେ ସୁଶ୍ରୀ ଅର୍ପିତା ଦାସ ଦୁଇଟି ମ୍ୟାଜିକ୍ ସୋ କରାଯାଇଥିଲା।ଓଡ଼ିଶାର ଜଣାଶୁଣା ବାଜିଗର ମ୍ୟାଜିକ୍ ସୋ ପକ୍ଷରୁ ମ୍ୟାଜିକ୍ ସିଆନ୍ ରଶ୍ମିରଞ୍ଜନ ଦାସଙ୍କ ମ୍ୟାଜିକ୍, ଦର୍ଶକମାନେ ମନ ଭୋରି ଉପଭୋଗ କରିଥିଲେ। କବି ଡ଼ ବସନ୍ତ ମଞ୍ଜରୀ ଦାସ, ଅରୁଣ ପାଣି , ବ୍ୟାସ ଫାଉଣ୍ଡେସନ ଅଧ୍ୟକ୍ଷା ସ୍ନେହମୟୀ ଆଚାର୍ଯ୍ୟଙ୍କ ସମେତ ମଞ୍ଚରେ ଉପସ୍ଥିତ ଥିବା ସମସ୍ତ କବି ମାନଙ୍କୁ ଆଇନ, ନିର୍ମାଣ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସମ୍ମାନିତ କରିଥିଲେ। କୁଜଙ୍ଗ ଥାନା ଅଧିକାରୀ ଶିବାଶିଷ ଦାସ, ସବ୍ ଇନ୍ସପେକ୍ଟର ରଶ୍ମୀ ରଞ୍ଜନ ସାହୁ, ଅଜୟ ସିଂ ଖଣ୍ଡଗିରି ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥା କଡାକଡି କରିଥିଲେ।
Article Image
Article Image
11