ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଗୁଡ଼ାରି ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

ଗୁଡାରି / ଗୁଣପୁର / ରୟାଗଡ଼ , 20/07/2026, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) ୨୦/୦୭/୨୦୨୬ ତାରିଖ :
Article Image
ସୋମବାର ଦିନ ଗୁଡ଼ାରି ପଞ୍ଚାୟତ ସମିତି ସଭାଗୃହରେ ଜିଲ୍ଲାପାଳ, ରାୟଗଡଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକାରୀ ନିହାରି ରଞ୍ଜନ ପ୍ରଧାନ,  ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ, ରାୟଗଡ ଅକ୍ଷୟ କୁମାର ଖେମୁଣ୍ଡୁ, ବନଖଣ୍ଡ ଅଧିକାରୀ ଶ୍ରୀ ସଚିନ ଆନ୍ନାସାହେବ ଓହଲ, ଗୁଣପୁର ଉପ ଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲୀପ,ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନ ସ୍ଵାସ୍ଥ୍ୟ ଅଧିକାରୀ ଡ଼ଃ ପ୍ରଶାନ୍ତ ମିଶ୍ର, ଗୁଣପୁର ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଅଜୟ କୁମାର ପ୍ରଧାନ, ଗୁଡାରି ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରମୁଖ ଯୋଗଦେଇ ସମସ୍ତ ଅଭିଯୋଗର ଶୁଣାଣୀ କରିଥିଲେ।
Article Image
ଆଜି ମୋଟ ୪୯ ଟି ଅଭିଯୋଗର ଶୁଣାଣୀ ହୋଇଥିବା ବେଳେ, ସେଥିରୁ ୩୬ ଟି ବ୍ୟକ୍ତିଗତ, ୧୩ଟି ସାମୁହିକ ଦରଖାସ୍ତ ପଞ୍ଜିକରଣ ହୋଇଥିଲା । ଆଜି ଅତିରିକ୍ତ ଜିଲ୍ଲାପାଳ ସମସ୍ତ ଦରଖାସ୍ତ ଗ୍ରହଣ ପରେ ସେ ଗୁଡିକୁ ତଦନ୍ତ କରି ତୁରନ୍ତ ପଦକ୍ଷେପ ନେବା ନିମନ୍ତେ ସମ୍ପୃକ୍ତ ଅଧିକାରୀମାନଙ୍କୁ ଦରଖାସ୍ତ ଗୁଡିକ ପ୍ରଦାନ କରିବା ସହ ଗ୍ରହଣ କରିଥିବା ପଦକ୍ଷେପର ବିବରଣୀ ଜିଲ୍ଲା କାର୍ଯ୍ୟାଳୟକୁ ଜଣାଇବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ ।
Article Image
ଏହି ଅଭିଯୋଗ ଶିବିରରେ ଭାରପ୍ରାପ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭଜନ ଲାଲ ମାଝୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମିନତୀ ଦେଓ, ଗୁଣପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ବାବୁଲି ନାୟକ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଧନଞ୍ଜୟ ବେହେରାଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ । ଗୁଡ଼ାରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଚିସ୍ମିତା ବେହେରାଙ୍କ ତତ୍ୱାବଧାନରେ ଅନୁଷ୍ଠୀତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ତହସିଲଦାର ଆଡ଼ାଲ ସ୍ନେହଲତା ଗୁଡ଼ାରି ଥାନା ଅଧିକାରୀ, ଗୁଡାରୀ ବିଜ୍ଞାପିତ ଆଞ୍ଚଳ ପରିଷଦ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ପାଢ଼ୀ,ପ୍ରମୁଖ ଯୋଗ ଦେଇଥିଲେ ।
9