ଜଗତସିଂହପୁର, 21/07/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ) :
*ଉତ୍କଳ ସେବା ନିବୃତ୍ତ ସେନାନୀ ସଂଘ , ଜଗତସିଂହପୁର* ପକ୍ଷରୁ ସଭାପତି ସୋମନାଥ ମହାରଣାଙ୍କ ନେତୃତୋରେ " *ଏକ ବୃକ୍ଷ – ଏକ ବୀର* (One Tree One Hero)" ଥିମ୍କୁ ନେଇ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହାର ନାମ ଥିଲା *ଅପରେସନ ଲିଭିଂ ମେମୋରିଆଲ,* କାର୍ଗିଲ ଯୁଦ୍ଧରେ ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ବୀର ସହିଦ ମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ପ୍ରତ୍ୟେକ ସଦସ୍ୟ ଙ୍କ ଦ୍ଵାରା ଚାରା ରୋପଣ କରାଯାଇଥିଲା। ଏପରି ସ୍ମୃତି-ଆଧାରିତ ବୃକ୍ଷରୋପଣ ଅଭିଯାନ ଦେଶପ୍ରେମ ଓ ପରିବେଶ ସୁରକ୍ଷାକୁ ଏକାତ୍ମ କରିବାର ଉଦ୍ୟମ ବୋଲି ଆୟୋଜକମାନେ କହିଥିଲେ
ଏହି କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷ। ଶ୍ରୀମତୀ ଅର୍ଚ୍ଚନା ସିଂହ, ଏଡିଏମ୍ ଶ୍ରୀଯୁକ୍ତ ଜ୍ୟୋତିଶଙ୍କର ରାୟ ଏବଂ ତହସିଲଦାର ଶ୍ରୀଯୁକ୍ତ ଅଜୟ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ସଂଘର ସମସ୍ତ ସଦସ୍ୟ ମାନଙ୍କ ସହିତ ମିଳିତ ଭାବେ ବୃକ୍ଷରୋପଣ କରିଥିଲେ। ଉପସ୍ଥିତ ଅତିଥିମାନେ ପରିବେଶ ସୁରକ୍ଷା ସହିତ ବୀର ସହିଦ ମାନଙ୍କ ବଳିଦାନକୁ ସଦା ସର୍ବଦା ସ୍ମରଣ କରିବା ପାଇଁ ଏପରି ଅଭିଯାନକୁ ପ୍ରଶଂସା କରିଥିଲେ। ଉପସ୍ଥିତ ଶତାଧିକ ସଦସ୍ୟମାନେ ଗଛର ଯତ୍ନ ନେବା ସହ ପରିବେଶ ସବୁଜ କରିବା ନିମନ୍ତେ ଶପଥ ନେଇଥିଲେ।