ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପିପୁଲ୍ସ କଲେଜରେ ନୂତନ ଅଧ୍ଯକ୍ଷଙ୍କ ଯୋଗଦାନ

ବୁଗୁଡ଼ା, 21/07/2026, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ):
Article Image
ସ୍ଥାନୀୟ ପିପୁଲ୍ସ କଲେଜରେ ନୂତନ ଅଧକ୍ଷ ଭାବେ ଭଗବାନ ଶତପ‌ଥୀ ଯୋଗ ଦେଇଛନ୍ତି । କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡ.ପୁରୁଷୋତ୍ତମ ମିଶ୍ରଙ୍କ ବଦଳି ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ଡିଗ୍ରୀ କଲେଜକୁ ହୋଇଥିବାବେଳେ ତାଙ୍କ ସ୍ଥାନରେ ନୂତନ ଅଧ୍ଯକ୍ଷ ଯୋଗ ଦେଇଛନ୍ତି । ସେ ପୂର୍ବରୁ ବଲାଙ୍ଗୀର ଜିଲ୍ଲା ଯୋଗିସର୍ଢା ଗ୍ରାମସ୍ଥିତ ହରିହର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରାଜନୀତି ବିଜ୍ଞାନ ଅଧ୍ୟାପକ ଭାବେ କାର୍ଯ୍ୟରତ ଥିଲେ। ଶ୍ରୀ ଶତପଥୀ ଦାୟିତ୍ଵଗ୍ରହଣ କରିବା ପରେ କଲେଜର କର୍ମଚାରୀଗଣ ତାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ତେବେ ନୂତନ ଅଧ୍ଯକ୍ଷ ପିପୁଲ୍ସ କଲେଜର ଶୈକ୍ଷିକ ଅଭିବୃଦ୍ଧି ସାଙ୍ଗକୁ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଉଦ୍ୟମ ଜାରି ରଖିବେ ବୋଲି ମତବ୍ୟକ୍ତ କରିଛନ୍ତି।
6