ବାଲେଶ୍ୱର, 22/07/2026, ଉତ୍କଳ voice news - utkalvoicenews.comଭୁବନେଶ୍ୱର (୨୧/୦୭) କୃଷି ନିର୍ଦ୍ଦେଶାଳୟ ସାଂସ୍କୃତିକ ସଂସଦ ଆନୁକୂଲ୍ଯରେ ଓ ଆସ୍ଯୁର୍ ହସ୍ପିଟାଲ ଖଣ୍ଡଗିରି ସହାୟତାରେ ତା ୨୧।୦୭।୨୦୨୬ରିଖ ମଙ୍ଗଳବାର କୃଷିଭବନ ପରିସରରେ ଏକ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି।

ଏହି ଶିବିରକୁ ସାଂସ୍କୃତିକ ସଂସଦର ସଭାପତି ତଥା କୃଷି ନିର୍ଦ୍ଦେଶକ ଶ୍ରୀ ଶୁଭମ୍ ସାକ୍ସେନା, ଭାପ୍ରସେ ଙ୍କ ତତ୍ତ୍ଵାବଧାନରେ ଯୁଗ୍ମ ନିର୍ଦ୍ଦେଶିକା (ପ୍ରଶାସନ) ଶ୍ରୀମତୀ ସଂଧ୍ୟାରାଣୀ ଗୁରୁ,ଓପ୍ରସେ ଓ ଅତିରିକ୍ତ କୃଷି ନିର୍ଦ୍ଦେଶକ ଶ୍ରୀ କାର୍ତ୍ତିକ ଚନ୍ଦ୍ର ମଲ୍ଲିକ ମିଳିତ ଭାବେ ଉଦ୍ଘାଟନ କରିଥିଲେ।ଏଥିରେ କୃଷିଭବନରେ କାର୍ଯ୍ୟରତ ପ୍ରାୟ ୨୦୦ ଅଧିକାରୀ ଓ କର୍ମଚାରୀଙ୍କ ଇସିଜି, ସିବିସି , ରକ୍ତଚାପ ଓ ରକ୍ତ ଶର୍କରା ଆଦି ସ୍ବାସ୍ଥ୍ୟ ପରୀକ୍ଷା ହୋଇ ଥିଲା। ଡଃ ପ୍ରତାପ ପାଣି(ସ୍ନାୟୁ ବିଶେଷଜ୍ଞ),ଡଃ ମେଘନାଦ ମେହେର (ଔଷଧ) ଓ ଡଃ ଆଶୁତୋଷ ଦାଶ (ଔଷଧ) ସମସ୍ତଙ୍କ ଚିକିତ୍ସା କରିଥିଲେ।ଏହି ଅବସରରେ ଆସ୍ୟୁର୍ ହସ୍ପିଟାଲର ପରିଚାଳନା ନିର୍ଦ୍ଦେଶକ ଡଃ ହାଡିବନ୍ଧୁ ପାଣିଗ୍ରାହୀ ଉପସ୍ଥିତ ଥିଲେ। ଏହି ଶିବିରକୁ ସାଂସ୍କୃତିକ ସଂସଦର ଉପସଭାପତି ଶ୍ରୀ କୈଳାସ ଚନ୍ଦ୍ର ରାଉତ, ସଂପାଦକ ଶ୍ରୀ ନବକୃଷ୍ଣ ଆଚାର୍ଯ୍ଯ, ଯୁଗ୍ମ ସମ୍ପାଦକ ଶ୍ରୀ ଶୋଭନ ପଟ୍ଟନାୟକ, କୋଷାଧ୍ୟକ୍ଷ ଶ୍ରୀ ଅଂଶୁମାନ ମିଶ୍ର, ବରିଷ୍ଠ ସଦସ୍ଯ ଶ୍ରୀ ଶୁଭେନ୍ଦୁ ଦାଶ, ଦେବାଶିଷ ପତ୍ରି, ଅରୁଣ କୁମାର ରଥ, ରବୀନ୍ଦ୍ର କୁମାର ନିଶଙ୍କ, ସଞ୍ଜୟ କୁମାର ବେହେରା,କୁଳମଣି ବେହେରା,ଦେବାଶିଷ ମହାନ୍ତି, ଦୀପାଞ୍ଜଳୀ ରାଉତ ଓ ସ୍ବାତୀ ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ।