ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପ୍ରବଳ ଲଘୁଚାପଜନିତ ବର୍ଷାରେ ଭାଙ୍ଗିଲା ଘର:ଅଳ୍ପକେ ବର୍ତିଲେ ପରିବାର

କଳାହାଣ୍ଡି, 22/07/2026, ଉତ୍କଳ voice news - utkalvoicenews.com( ତ୍ରିନାଥ ବେଶ୍ରା ଙ୍କ ରିପୋର୍ଟ ) :
Article Image
କଳାହାଣ୍ଡି ଜିଲ୍ଲାରେ ଜାରି ରହି ଛି ଲଘୁଚାପଜନିତ ଲଗାଣ ବର୍ଷା। ଏହି ଲଗାଣ ବର୍ଷା ରେ କୋକସରା ବ୍ଲକ କାଉଡୋଲା ଗ୍ରାମର ବିଧବା ମହିଳା ଯଶୋଦା ନିଆଳଙ୍କ ମାଟି ଖପର ଘର ଭାଙ୍ଗିଯାଇଛି। ଘଟଣା ସମୟରେ ପରିବାରର ସମସ୍ତ ସଦସ୍ୟ ବାହାରେ ଥିବାରୁ ସେମାନେ ଅଳ୍ପକେ ଏକ ବଡ଼ ବିପଦ ରୁ ବର୍ତି ଯାଇଛନ୍ତି।ସୂଚନା ମତେ କାଉଡୋଲା ଗ୍ରାମର ବିଧବା ମହିଳା ଯଶୋଦା ନିଆଳ ମାଟି ଖପର ଘରେ ୬ ଜଣ ପରିବାର ସହ ରହୁଥିଲେ। ଲଘୁଚାପଜନିତ ବର୍ଷା କାରଣରୁ ମଙ୍ଗଳବାର ସକାଳୁ ଘରଟି ହଠାତ୍ ଭୁଶୁଡ଼ି ପଡ଼ିଥିଲା। ବିଧବା ଯଶୋଦା ଜଣେ ଗରିବ ଶ୍ରେଣୀର ମହିଳା, ବର୍ଷେ ତଳେ ତାଙ୍କ ସ୍ଵାମୀ ଙ୍କ ଦେହାନ୍ତ ହେବାପରେ ଅତି ଦୟନୀୟ ଅବସ୍ଥାରେ ମାଟି କୁଡ଼ିଆ ଘରେ ୬ ସଦସ୍ୟ ଙ୍କ ସହ ରହୁଥିଲେ। ଆମେ ଗରିବ ଲୋକ। ଘର ଭାଙ୍ଗିଯାଇଥିବାରୁ ଆମ ପାଖରେ ରହି ବାକୁ କୌଣସି ଆଶ୍ରୟ ନାହିଁ। ଆଜି ପର୍ଯ୍ୟନ୍ତ ମୋତେ ବିଧବା ଭତ୍ତା କିମ୍ବା ସରକାରୀ ଆବାସ ମିଳିନାହିଁ, ଏବେ ଘର ଭାଙ୍ଗିବା ପରେ ଆମେ କେମିତି ରହିବୁ ବୋଳି କୋହଭରା ଅଭିଯୋଗ କରିଛନ୍ତି । ଏନେଇ ଆମପାଣି ରାଜସ୍ୱ ନିରୀକ୍ଷକ କୃଷ୍ଣ ଭୋଇ ଙ୍କ ପ୍ରତିକ୍ରିୟା ନେବାରୁ ବର୍ତ୍ତମାନ ପୀଡିତ ପରିବାର ପାଇଁ ପଲିଥିନ ଯୋଗାଇ ଦିଆଯାଇଛି । ଘରଭଙ୍ଗା ରିପୋର୍ଟ ତହସିଲ କାର୍ଯ୍ୟାଳୟକୁ ଦେବାପରେ ନିୟମ ଅନୁଯାୟୀ ସରକାରୀ ସହାୟତା ମିଳିବ ବୋଳି କହିଛନ୍ତି ।
Article Image
5