ଏରସମା, 22/07/2026, ଉତ୍କଳ voice news - utkalvoicenews.comତା - ୨୨/୭

ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାନେତ୍ରୀ ଡ଼ଃ ଐଶ୍ୱର୍ଯ୍ୟା ବିଶ୍ୱାଳ ଏବଂ ଜଗତସିଂହପୁର ଜିଲ୍ଲା ସଭାପତି ଶ୍ରୀ ପ୍ରତାପ କୁମାର ମିଶ୍ରଙ୍କ ଅନୁମୋଦନ କ୍ରମେ,ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ କଳ୍ପନା ମହାନ୍ତି ସର୍ଜନ ସିଂ ଜିଲ୍ଲା ମହିଳା ମୋର୍ଚ୍ଚାର ନୂତନ ପଦାଧିକାରୀ ତାଲିକା ଘୋଷଣା କରିଛନ୍ତି।ଏହି ତାଲିକାରେ ଏରସମା ବ୍ଲକ ୪ ନଂ ଜୋନ୍ ର ନୂଆଗାଁ ପଞ୍ଚାୟତ ର ମମତା କରଣ ଜିଲ୍ଲା ମହିଳା ମୋର୍ଚ୍ଚାର ଉପସଭାପତି ଓ ଢ଼ିଙ୍କିଆ ପଞ୍ଚାୟତ ତ୍ରୀଲୋଚନପୁର ଗ୍ରାମରୁ ଅନୁସୟା ଲେଙ୍କା ମହିଳା ମୋର୍ଚ୍ଚା କାର୍ଯ୍ୟାଳୟ ସମ୍ପାଦିକା ଭାବେ ମନୋନୀତ ହେଇଥିବାରୁ ସେ ଅତ୍ୟନ୍ତ ଖୁସୀ ପ୍ରକଟ ଅଛନ୍ତି।ସେ ଦୁଇ ଜଣ ଭାରତୀୟ ଜନତା ପାର୍ଟି ର ଜିଲ୍ଲା ସଭାପତି ପ୍ରତାପ ମିଶ୍ର ଓ ଜିଲ୍ଲା ମହିଳା ମୋର୍ଚ୍ଚାର ସଭାନେତ୍ରୀ କଳ୍ପନା ମହାନ୍ତିଙ୍କ ସମେତ ଜିଲ୍ଲାର ଭାରତୀୟ ଜନତା ପାର୍ଟି ର ନେତୃମଣ୍ଡଳୀ ଓ କାର୍ଯ୍ୟକର୍ତ୍ତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।ଏବଂ ଉଭୟଙ୍କୁ ଜଗତସିଂହପୁର ଜିଲ୍ଲା ମହିଳା ମୋର୍ଚ୍ଚାର ମଣ୍ଡଳ ସଭାପତିଙ୍କ ସମେତ ୪ ନଂ ଜୋନ୍ ମଣ୍ଡଳ ସଭାପତି ବ୍ଲକ ବିକ୍ରମଜିତ୍ ସାମନ୍ତରାୟ ଓ ସମସ୍ତ ବିଜେପି କର୍ମୀମାନଙ୍କ ତରଫରୁ ଶୁଭେଚ୍ଛାର ଛୁଅ ଛୁଟୁଛି। ଆଗାମୀ ପଞ୍ଚାୟତ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ର ମହିଳା ମୋର୍ଚ୍ଚା ପକ୍ଷରୁ ତୃଣମୂଳ ସ୍ତରରୁ କିପରି ସାଙ୍ଗଠନିକ ଦକ୍ଷତା ବୃଦ୍ଧି ପାଇବା ସହିତ ସରକାରଙ୍କ ଜନହିତକାରି ଯୋଜନା ସବୁ ଲୋକମାନଙ୍କ ପାଖରେ ପହଞ୍ଚିବ ସେ ଦିଗରେ କାର୍ଯ୍ୟ କରିବେ ବୋଲି ଉଭୟ ପ୍ରକାଶ କରିଛନ୍ତି।