ଏରସମା, 22/07/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
ଦୃଢ ଇଚ୍ଛାଶକ୍ତି ,ପ୍ରଚଣ୍ଡ ଆତ୍ମବିଶ୍ବାସ ଓ କଠିନ ପରିଶ୍ରମ ହିଁ ସବୁ ସଫଳତାର ମୂଳମନ୍ତ୍ର। ଆଉ ଏହି ତିନି ମନ୍ତ୍ରକୁ ପାଥେୟ କରି ଏହି ସଫଳତା ପାଇଛି ବୋଲି ସର୍ବଭାରତୀୟ ପ୍ରବେଶିକା ପରୀକ୍ଷାରେ କୃତିତ୍ୱ ସହିତ ଉତିନ୍ନ ହେଇଥିବା ଶ୍ରୀମାନ ଶ୍ରେୟାସ ରାଉତରାୟ କହିଛନ୍ତି।ହାଇଦ୍ରାବାଦ ଇଂଜିନିୟରିଂ ପାଠପଢିଥିବା ମୋଧାବୀ ଛାତ୍ର ଶ୍ରେୟାସ ପ୍ରବେଶିକା ପରୀକ୍ଷାଳେ କୃତିତ୍ୱ ହାସଲ କରିଛନ୍ତି।ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର ପଞ୍ଚାୟତ ଡ଼ ଝରାଶ୍ରୀ ପରିଡ଼ା ଓ ଦିଲ୍ଲୀପ କୁମାର ରାଉତଙ୍କ ଏକମାତ୍ର ସୁପୁତ୍ର ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ରାଜୀବ ରାଉତ ଙ୍କ ଅଣନାତୀ ଓ ସ୍ୱର୍ଗତ ନାରାୟଣ ରାଉତଙ୍କ ନାତି ତଥା ବର୍ତ୍ତମାନ ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀର ଯୁବସଭାପତି ପ୍ରାର୍ଥସାରଥୀ ରାଉତଙ୍କ ପୁତୁରା ଶ୍ରେୟାସ ଏହି ସଫଳତା ପାଇଁ ଦିନକୁ ସାତ ରୁ ଆଠ ଘଣ୍ଟା ପରିଶ୍ରମ କରୁଥିଲେ ବୋଲି କହିଛନ୍ତି।ଏହି ଶ୍ରେୟ ସେ ଭଗବାନ ନିଜ ବାପା,ମା,ଶିକ୍ଷକ, ଶିକ୍ଷୟିତ୍ରୀ ଓ ଗୁରୁଜନମାନଙ୍କୁ ଦେଇଛନ୍ତି।ଏହି କୃତିତ୍ବ ପାଇଁ ଜଗତସିଂହପୁର ଅଞ୍ଚର ଶିକ୍ଷାବିତ ଓ ବୃଦ୍ଧିଜୀବି ମାନେ ଶ୍ରେୟାସଙ୍କ ଏହି ସଫଳତା ପାଇଁ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।