ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଏସଆଇଆର ଯାଞ୍ଚ ଓ ଶୁଣାଣି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଗଞ୍ଜାମ, 23/07/2026, ଉତ୍କଳ voice news - utkalvoicenews.comଅଦ୍ୟାବଧି ଚୂଡ଼ାନ୍ତ ପ୍ରକାଶନ ପାଇଁ ୧୮ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟରଙ୍କୁ ପାର୍କିଙ୍ଗରେ ରଖାଯାଇଛି
Article Image
ଛତ୍ରପୁର ତା. ୨୧.୦୭ : ଗଞ୍ଜାମ ଜିଲ୍ଲାର ୧୩ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ସ୍ୱତନ୍ତ୍ର ସଘନ ସଂଶୋଧନ -୨୦୨୬ ଅଧୀନରେ ଭୋଟର ତାଲିକା ଯାଞ୍ଚ ଓ ଶୁଣାଣି ପ୍ରକ୍ରିୟା ବ୍ୟାପକ ଭାବେ ଜାରି ରହିଛି। ନିର୍ଭୁଲ, ସ୍ୱଚ୍ଛ ଓ ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରୁଥିବା ଏକ ଆଦର୍ଶ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଯାଞ୍ଚ ଓ ଶୁଣାଣି କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଭି. କୀର୍ତ୍ତି ଭାସନ ସମସ୍ତ ଇଆରଓ, ଏଇଆରଓ ଏବଂ ସମ୍ପୃକ୍ତ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ ନିମନ୍ତେ ମୋଟ ୫,୨୯,୧୩୭ଟି ନୋଟିସ୍ ସୃଷ୍ଟି କରିବାର ଲକ୍ଷ୍ୟ ରହିଥିବା ବେଳେ, ୫,୨୯,୦୮୬ଟି ନୋଟିସ୍ ସଫଳତାର ସହ ସୃଷ୍ଟି କରାଯାଇସାରିଛି—ଯାହା ପ୍ରାୟ ଶତପ୍ରତିଶତ ସଫଳତାକୁ ସୂଚିତ କରୁଛି। ଏହାମଧ୍ୟରୁ ୮୮,୯୪୮ଟି ନୋଟିସ ବିତରଣ କରାଯାଇସାରିଥିବା ବେଳେ, ଅବଶିଷ୍ଟ ୪,୪୦,୧୩୮ଟି ନୋଟିସକୁ ବିଏଲଓ ଓ ନିର୍ବାଚନ କର୍ମଚାରୀଙ୍କ ଜରିଆରେ ତୁରନ୍ତ ଘରକୁ ଘର ବୁଲି ବିତରଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଜିଲ୍ଲାରେ ନୋଟିସ୍ ଶୁଣାଣି କାର୍ଯ୍ୟ ସୁଚାରୁରୂପେ ଆଗେଇ ଚାଲିଛି, ଯେଉଁଥିରେ ଏପର୍ଯ୍ୟନ୍ତ ୨୨,୨୬୪ଟି ନୋଟିସର ଶୁଣାଣି ସମ୍ପନ୍ନ ହୋଇଥିବା ବେଳେ କେବଳ ୧,୭୫୫ଟି ଶୁଣାଣି ପେଣ୍ଡିଙ୍ଗ ରହିଛି ଏବଂ ୧୪୦ଟି ମାମଲା ଅଯୋଗ୍ୟ ସାବ୍ୟସ୍ତ ହୋଇଛି। ଏଥିସହିତ ଅଦ୍ୟାବଧି ୧୮,୦୩,୦୮୨ ଜଣ ଭୋଟରଙ୍କ ନାମ ଚୂଡ଼ାନ୍ତ ତାଲିକାରେ ସ୍ଥାନ ପାଇବା ପାଇଁ ସ୍ଥିରୀକୃତ ହୋଇ ପାର୍କିଂ ରେ ରଖାଯାଇଛି। ନୋଟିସ୍ ସୃଷ୍ଟି କରିବା କ୍ଷେତ୍ରରେ ବିଧାନସଭା ନିର୍ବାଚନମଣ୍ଡଳୀଗୁଡ଼ିକ ମଧ୍ୟରେ ବ୍ରହ୍ମପୁରରେ ସର୍ବାଧିକ ୭୬,୨୦୯ଟି ନୋଟିସ୍ ସୃଷ୍ଟି କରାଯାଇଥିବା ବେଳେ, ଗୋପାଳପୁରରେ ୬୨,୦୩୨ଟି ଏବଂ ଛତ୍ରପୁରରେ ୪୩,୫୮୭ଟି ନୋଟିସ୍ ସୃଷ୍ଟି କରାଯାଇଛି। ଜିଲ୍ଲାର ସମସ୍ତ ୧୩ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ବିଏଲଓ, ନିର୍ବାଚନ କର୍ମଚାରୀ ଓ ତଦାରଖକାରୀ ଅଧିକାରୀମାନେ କଠିନ ପରିଶ୍ରମ କରି ନୋଟିସ୍ ବିତରଣ, ଶୁଣାଣି ଓ ଯାଞ୍ଚ କାର୍ଯ୍ୟ କରୁଥିବାରୁ ଜିଲ୍ଲାପାଳ ସେମାନଙ୍କୁ ସାଧୁବାଦ ଜଣାଇବା ସହ ଏହି ପ୍ରକ୍ରିୟାକୁ ଆହୁରି କ୍ରିୟାଶୀଳ କରିବାକୁ ପରାମର୍ଶ ଦେଇଛନ୍ତି। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଗଞ୍ଜାମ।
6