ଏରସମା, 18/02/2025, ଉତ୍କଳ voice news - utkalvoicenews.com

ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ସିଦ୍ଧ ଗୁମ୍ଫା ଆଶ୍ରମ ପରିସରରେ ମେଳି ହୋଇଛନ୍ତି ପଞ୍ଚାୟତ ବାସୀ।ସ୍ମୃତି ରଞ୍ଜନ ମନ୍ତ୍ରୀଙ୍କ ଆବାହକତ୍ବରେ ଓ ସମାଜସେବୀ ଅସିତ୍ ସ୍ଵାଇଁଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ କମ୍ପାନୀର ବିଭିନ୍ନ କାର୍ଯ୍ୟକୁ ବିରୋଧ କରାଯାଇଛି।ପୂର୍ବ ନିଷ୍ପତ୍ତି ଅନୁଯାୟୀ କମ୍ପାନୀ କର୍ତ୍ତୃପକ୍ଷ ଓ ପ୍ରଶାସନର ମନମାନି, ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ଦାବିକୁ ନେଇ ସେମାନେ ମୂଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଗୁହାରି କରିଥିଲେମଧ୍ୟ ୧୫ଦିନ ଅତିକ୍ରମ କଲେବି କିଛି ସୁଫଳ ମିଳି ନ ଥିବାରୁ ସେମାନେ ପୁନର୍ବାର ବୈଠକରେ ମିଳିତ ହେଲେ ବୋଲି କହିଛନ୍ତି।ଏବେବି କମ୍ପାନୀ ଲୋକ ମାନଙ୍କ ଦାବିକୁ ଉପେକ୍ଷା କରି ମନମାନି ଚଳାଇ ଥିବାରୁ ସେମାନେ ବାଧ୍ୟହୋଇ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ନିଷ୍ପତ୍ତି ନେଇଛନ୍ତି।ପରେ ସିଦ୍ଧ ଗୁମ୍ଫା ଠାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମୀଳନୀରେ ସମାଜସେବୀ ଅଶିତ କୁମାର ସ୍ଵାଇଁ,ସ୍ମୃତି ରଞ୍ଜନ ମନ୍ତ୍ରୀ,ବିଚିତ୍ରା ନନ୍ଦ ମନ୍ସୀ,ବିଜୟ ନାୟକ,ତୀର୍ଥ ରାଜ ମନ୍ତ୍ରୀ,ପ୍ରେମା ନନ୍ଦ ଦାସ,ବସନ୍ତ ରାଉତ,ନାରାୟଣ ବର୍ଦ୍ଧନ,ସୁଶାନ୍ତ ଦାସ,ଧ୍ୱଜ ବରାଳ,ମଣ୍ଟୁ ସ୍ବାଇଁ,ସରୋଜ କୁମାର ଦାସ,ଅବନୀ ଭୂୟାଁ,ନାରାୟଣ ସ୍ବାଇଁ,ମାନ ଗୋବିନ୍ଦ ପ୍ରଧାନ ପ୍ରମୁଖ ଯୋଗଦେଇ କମ୍ପାନୀ ଯେତିକି ଜଙ୍ଗଲ କାଟିବ ପ୍ରଥମେ ସେତିକି ଜଙ୍ଗଲ ସ୍ତୃଷ୍ଟିକରୁ,ଚୁକ୍ତି ସ୍ବାକ୍ଷରିତ ଅନୁଯାୟୀ ପ୍ରକଳ୍ମ ଅଞ୍ଚଳ ପରିସରରେ ୯୫୭ଏକର ପରିମିତ ଜମିରେ ସବୁଜ ଜଙ୍ଗଲ ସ୍ତୃଷ୍ଟିକରୁ,ଭୁତଳ ଜଳ ବ୍ୟବହାର ବନ୍ଦକରୁ,ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦିଆଯାଉ ,ସ୍ଥାନୀୟ ଅଞ୍ଚଳରେ ଅଗ୍ରାଧିକାର ଭିତ୍ତିରେ ସ୍ଥାୟୀ ନିଯୁକ୍ତି ଓ ଜନସାଧାରଣଙ୍କ ସ୍ଵାର୍ଥ ସମ୍ବଳିତ ୩୦ଦଫା ଦାବିକୁ ଉପସ୍ଥାପନ କରିଛନ୍ତି। ଏ ସମସ୍ତ ଦାବି ପୂରଣ ପରେ କମ୍ପାନୀ ହେଉ, ନଚେତ୍ ନୂଆଗାଁ ପଞ୍ଚାୟତ ବାସୀ ଆଇନୀର ସହାୟତା ନେବା ସହିତ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛନ୍ତି।
