ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ସରପଞ୍ଚ ଙ୍କ ଦ୍ଵାରା ଭତ୍ତା ସହିତ ଚାରା ବଣ୍ଟନ l

ପାରାଦୀପ ଗଡ , 23/07/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) ତା ୨୨.୦୭.୨୦୨୬ ରିଖ :
Article Image
ଜଳବାୟୁ ପରିବର୍ତ୍ତନ ଓ ବ୍ୟାପକ ଶିଳ୍ପାୟନ ଯୋଗୁ ଠିକ୍ ସମୟରେ ବର୍ଷା ନ ହେବା ଓ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ପରିବେଶ ସନ୍ତୁଳନ ବିଗିଡ଼ି ବାରେ ଲାଗିଛି l ପାରାଦୀପ ଅଞ୍ଚଳ ରେ ଜନସଂଖ୍ୟାର ସନ୍ଦ୍ରତା ମଧ୍ୟ ଦୃତ ଗତିରେ ବୃଦ୍ଧି ପାଉଛି l ଖାଲି ଜାଗା ଆଉ ଦେଖିବାକୁ ମିଳୁନାହିଁ l ବାଡ଼ି- ବଗିଚା ରେ କିଛି କିଛି ଗଛ ଲଗାଇବାକୁ ପଡ଼ିବ ବୋଲି ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ସମସ୍ତ ଭତ୍ତା ହିତାଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ ଓ ପ୍ରତ୍ୟେକ ଭତ୍ତା ହିତ୍ତାଧିକରି ମାନଙ୍କୁ ଦୁଇଟି ଲେଖାଏ ବିଭିନ୍ନ କିସମର ଚାରା ବୃକ୍ଷ ବଣ୍ଟନ କରିଥିଲେ l ମାନନୀୟ ପ୍ରଧାନ ଙ୍କ "ମା ପାଇଁ ଗଛଟିଏ" ବାର୍ତ୍ତାକୁ ସଫଳ କରିବାକୁ ଆହ୍ବାନ ଦେଇଥିଲେ l ସରପଞ୍ଚ ଙ୍କ ଏପରି ଉଚ୍ଚ ମାନର କାର୍ଯ୍ୟପାଇଁ ତାଙ୍କୁ ସବୁ ମହଲରୁ ସ୍ଵାଗତ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ଏଡିଇଓ ସିପ୍ରାରାଣି ପତି, ଚନ୍ଦ୍ର ଶେଖର ଚୌଧୁରୀ, ଜୟନ୍ତ ସେନାପତି, ବିଚିତ୍ର ପ୍ରଧାନ, ଅଲେଖ ମହାରଥା, ପ୍ରଭାତ ସାହୁ, ବିଷ୍ଣୁପଦ ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ l
5