ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଛାତ୍ରଛାତ୍ରୀ ଙ୍କ ସ୍ୱରକୁ ଦମନ ବିରୋଧ ରେ ଜଗତସିଂହପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ପ୍ରତିବାଦ

ଜଗତସିଂହପୁର, 23/07/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) : ତା - 22/07/26
Article Image
ଛାତ୍ରଛାତ୍ରୀ ଙ୍କ ସ୍ୱରକୁ ଦମନ ବିରୋଧ ରେ ଜଗତସିଂହପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲା ସଭାପତି ଦେବ ପ୍ରସାଦ ନାୟକ ଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ ନେତା ଓ କର୍ମୀମାନେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ସହିତ ଭାରତୀୟ ଜନତା ପାର୍ଟି ର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀ ଓ ଶିକ୍ଷା ମନ୍ତ୍ରୀ ଙ୍କ କୁଶପୁଳିକା ଦାହ କରାଯାଇଥିଲା । ତେବେ ନିରୀହ ଛାତ୍ରଛାତ୍ରୀ ଙ୍କ ଉପରେ ପୋଲିସ ର ଦମନ ଲୀଳା ବନ୍ଦ କରିବା, ଶିକ୍ଷ।ର୍ଥୀଙ୍କ ନ୍ୟାୟ ପାଇଁ ଲଢେ଼ଇ କରି ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଗିରଫ କରିବା, ଭୁବନେଶ୍ୱର ରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କୁ ଗିରଫ ଓ ଦୁର୍ନୀତି ଗ୍ରସ୍ତ ଶିକ୍ଷା ବ୍ୟବସ୍ଥା ନ ବଦଳିବା ପର୍ଯ୍ୟନ୍ତ ସଂଘର୍ଷ ଜାରି ରହିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । ଏହା ସହିତ ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀ ଓ ଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି କରିଥିଲେ ।
Article Image
Article Image
5