ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସୁଶ୍ରୀ ଶୁଭଶ୍ରୀ ପକ୍ଷରୁ ଚାରା ବଣ୍ଟନ

ତିର୍ତ୍ତୋଲ, 23/07/2026, ଉତ୍କଳ voice news - utkalvoicenews.com( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ସୁଶ୍ରୀ ଶୁଭଶ୍ରୀ ସାହିତ୍ୟ ସଂସଦ ପକ୍ଷରୁ ଶାଗବାରିଆ ଅମ୍ବିକlୟୀ ଠାକୁରାଣୀଙ୍କ ପରିସରରେ କାର୍ଯ୍ୟକାରୀ ସଭାପତି ପଣ୍ଡିତ ନାଗୁଚରଣ ଦେବତାଙ୍କ ଅଧ୍ୟକ୍ଷତାରେ ଏକ ପରିବେଶ ସଚେତନତା ସଭା ଅନୁଷ୍ଠିତ ହୋଇଥିବାବେଳେ ସମ୍ପାଦିକା ଡ଼ଃ ବସନ୍ତ ମଞ୍ଜରୀ ଦାସଙ୍କ ତତ୍ତ୍ୱlବଧାନରେ ବିଭିନ୍ନ ଚାରା ରୋପଣ ଓ ବଣ୍ଟନ ପାଇଁ ପ୍ରସ୍ତାବ ରଖାଯାଇଥିଲା l ଏହି କାର୍ଯ୍ୟକ୍ରମରେ ସମ୍ବାଦ ସାହିତ୍ୟଘର ସଭାପତି ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଭୁୟସୀ ପ୍ରଶଂସା କରିଥିଲେ l ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ହେମନ୍ତ କୁମାର ନାୟକ ମୁଖ୍ୟବକ୍ତା, ହୃଷିକେଶ ଜେନା ଓ ସମ୍ବାଦ ପ୍ରତିନିଧି ତୃପ୍ତିରଞ୍ଜନ ମହାନ୍ତି, ଆଞ୍ଚଳିକ ପୂଜ୍ୟ ପୂଜା ସଂସଦ ଅଧ୍ୟକ୍ଷ ଯଯାତି କେଶରୀ ସାମନ୍ତରାୟ, ସୁଚିନ୍ତା ଚାରିଟେବଲ ଟ୍ରଷ୍ଟ ଅଧ୍ୟକ୍ଷ ଶିବ ପ୍ରସାଦ ସାହୁ ସମ୍ମାନିତ ଅତିଥିଭାବେ ବୃକ୍ଷର ସମାଜପ୍ରତି ଅବଦାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ l ଗ୍ରାମର ସମାଜସେବୀ କିଶୋର କୁମାର ଦାସ, ସୁରେନ୍ଦ୍ର ନାୟକ, ପ୍ରଫୁଲ୍ଲ କୁମାର ମୁଦୁଲି, ବୈଜୟନ୍ତୀ ମାଳା ଦାସ, ମିନତୀ ସାହୁ, ସୁଲୋଚନା ବାରିକ କୁନିଲତା ମହାନ୍ତି ପ୍ରମୁଖ ବଉଳ, ଅଁଳା ପ୍ରଭୃତି ବୃକ୍ଷ ରୋପଣ କରିବାସହ ସେଗୁଡିକର ତତ୍ତ୍ୱାବଧାରକ ଭାବେ ପ୍ରତିଶ୍ରୁତି ଦେଇଥିଲେ l ଗୁଆ, ଆତ, ଆମ୍ବ, ଲେମ୍ବୁ, କାଜୁ, ପିଜୁଳି ଆଦି ବୃକ୍ଷ ବଣ୍ଟନ କରାଯାଇଥିଲା l ପରିଶେଷରେ ସଭାପତି ପ୍ରେମ ଚରଣ ରାଉତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ l
5